ଫେରିଆସିଲା ନିଖୋଜ ପୁଅ

ଛେଣ୍ଡିପଦା,୧୮ା୫(ସ୍ବ.ପ୍ର.):ମଧ୍ୟପ୍ରଦେଶର ଏକ ଢାବାରେ ସାଧାରଣ କାମ କରୁଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଥିଲା ଉଚ୍ଚଶିକ୍ଷିତଙ୍କ ପରି। ଏହାକୁ ଠଉରାଇ ନେଇଥିଲେ ଜଣେ ଟ୍ରକ୍‌ ଚାଳକ। କିଛି ସମୟର କଥାବାର୍ତ୍ତା ମଧ୍ୟରେ ସେ ମାଗି ନେଇଥିଲେ ସମ୍ପୃକ୍ତ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ନାମ ଓ ଠିକଣା ଲେଖା କାଗଜ। ୩ ମାସ ବିଳମ୍ବ ହେଲେ ବି ଅନ୍ୟଜଣେ ଟ୍ରକ୍‌ ଚାଳକଙ୍କ ସହାୟତାରେ ସେ ତାହାକୁ ପହଞ୍ଚାଇ ଦେଇଥିଲେ ଠିକଣା ସ୍ଥାନରେ। ଆଉ ଏହାପରେ ଯାହ ଘଟିଲା ତାହା ଭାଷାରେ ଅବର୍ଣ୍ଣନୀୟ। ମା’କୁ ମିଳିଗଲା ୧୦ ବର୍ଷ ହେଲା ନିଖୋଜ ଥିବା ପୁଅ। ସାବିତ୍ରୀ ପୂର୍ବରୁ ସ୍ତ୍ରୀଙ୍କୁ ମିଳିଗଲେ ସ୍ବାମୀ।
ଘଟଣାଟି ହେଲା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଛେଣ୍ଡିପଦା ଗ୍ରାମର। ଗଁାର ଯଶୋଦା ବେହେରାଙ୍କ କହିବା ଅନୁଯାୟୀ, ପୁଅ ଯତୀନ୍ଦ୍ର ବେହେରା (୪୮) ୧୦ ବର୍ଷ ହେଲା ନିଖୋଜ ଥିଲେ। ୨୦୧୩ ଅକ୍ଟୋବର ୩୧ରେ ସ୍କୁଲ ଯାଇଥିବା ଝିଅଙ୍କୁ ଟିଫିନ ଦେବାକୁ କହି ଘରୁ ଯାଇଥିଲେ ହେଁ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ନିରାଶ ହୋଇ ସେମାନେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଛେଣ୍ଡିପଦା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଯତୀନ୍ଦ୍ରଙ୍କୁ ଠାବ କରିବାରେ ବିଫଳ ହୋଇଥିଲା। ତଥାପି ଆଶା ଛାଡ଼ି ନ ଥିଲେ ମା’ ଯଶୋଦା ଓ ସ୍ତ୍ରୀ ଆରତି ବେହେରା। ଯତୀନ୍ଦ୍ର ଯେ ଦିନେ ନିଶ୍ଚିତ ଫେରିବେ ସେହି ବିଶ୍ୱାସକୁ ଭରସା କରି ଅପେକ୍ଷା କରିଥିବା ବେଳେ ଗତ ରବିବାର ଘରେ ପହଞ୍ଚିଥିଲା ଯତୀନ୍ଦ୍ରଙ୍କ ହାତ ଲେଖା ଏକ କାଗଜ। ୩ ମାସ ତଳୁ ଆସିଥିବା ଉକ୍ତ କାଗଜରୁ ଯତୀନ୍ଦ୍ର ମଧ୍ୟପ୍ରଦେଶର ସତ୍‌ନା ଜିଲା ବରେଁାଧାସ୍ଥିତ ଯାଦବ ଢାବାରେ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ଉକ୍ତ ଢାବାରେ ଖାଉଥିବା ଜଣେ ଟ୍ରକ୍‌ ଚାଳକ ଉଚ୍ଚଶିକ୍ଷିତ ଯତୀନ୍ଦ୍ରଙ୍କ ହାବଭାବ ଦେଖି ତାଙ୍କ ଠିକଣା ଲେଖାଇ ଆଣିଥିଲେ। କଟକର ଏକ ଟ୍ରାନ୍ସପୋର୍ଟକୁ ଆସିଥିବା ବେଳେ ସେ ଛେଣ୍ଡିପଦାର ଅନ୍ୟ ଜଣେ ଟ୍ରକ୍‌ ଚାଳକଙ୍କୁ ଯତୀନ୍ଦ୍ରଙ୍କ ଘର ଠିକଣା ଦେବା ସହ ଉକ୍ତ କାଗଜ ପହଞ୍ଚାଇ ଦେବାକୁ ଅନୁରୋଧ କରିଥିଲେ। ସମ୍ପୃକ୍ତ ଟ୍ରକ୍‌ ଚାଳକ ଯତୀନ୍ଦ୍ରଙ୍କ ଘରେ କାଗଜ ପହଞ୍ଚାଇବା ସହ ଘଟଣା ସମ୍ପର୍କରେ କହିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ତୁରନ୍ତ ସେମାନେ ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନଙ୍କୁ ଜଣାଇଥିଲେ। ଏହାପରେ ସରପଞ୍ଚଙ୍କ ସହ ସେମାନେ ଛେଣ୍ଡିପଦା ଥାନା ସହିତ ଯୋଗାଯୋଗ କରିଥିଲେ। ଥାନା ଅଧିକାରୀ ଧୀରେନ ବେହେରା ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଏସ୍‌ଆଇ ରାଜେଶ ଶତପଥୀ ଓ କନଷ୍ଟେବଲ ପାପୁନି ସାହୁ ତୁରନ୍ତ ମଧ୍ୟପ୍ରଦେଶ ଯାଇଥିଲେ। ବରେଁାଧା ପୋଲିସ ସହାୟତାରେ ସେମାନେ ଯତୀନ୍ଦ୍ରଙ୍କୁ ଉଦ୍ଧାର କରି ବୁଧବାର ସକାଳେ ଛେଣ୍ଡିପଦାରେ ପହଞ୍ଚିଥିଲେ ବୋଲି ମା’ ଯଶୋଦା ପ୍ରକାଶ କରିଛନ୍ତି। ୧୦ ବର୍ଷ ପରେ ପରିବାର ଲୋକଙ୍କୁ ପାଇ ଯତୀନ୍ଦ୍ର ଖୁସି ହୋଇଯାଇଥିଲେ ବି ସେ କେମିତି ମଧ୍ୟପ୍ରଦେଶରେ ପହଞ୍ଚିଲେ ତାହା କହିପାରୁ ନାହାନ୍ତି। ତେବେ ପୁଅକୁ ପାଇ ମା’ ଯଶୋଦା ଏକ୍‌ଦମ ଖୁସି ବୋଲି କହିଥିବାବେଳେ ସ୍ତ୍ରୀ ଆରତି ସ୍ବାମୀଙ୍କୁ ଫେରାଇ ଆଣିବାରେ ଦେବଦୂତ ସାଜିଥିବା ୨ ଟ୍ରକ୍‌ ଚାଳକ ଓ ସହାୟତା କରିଥିବା ସରପଞ୍ଚ ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ ବେହେରା କହିଛନ୍ତି, ବରେଁାଧାସ୍ଥିତ ଉକ୍ତ ଢାବା ଥିବା ସ୍ଥାନକୁ ଗମନାଗମନର ସେପରି ଭଲ ସୁବିଧା ନାହିଁ। ତଥାପି ଯତୀନ୍ଦ୍ରଙ୍କୁ ଉଦ୍ଧାର କରିବାରେ ସ୍ଥାନୀୟ ପୋଲିସ ବହୁ ସହାୟତା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri