ଏଇ ଭାରତରେ

ଭାରତରେ କୃଷକ ଆମତ୍ହତ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ବେଳେ ପଞ୍ଜାବରେ ଘଟିଥିବା ଏକ ଆମତ୍ହତ୍ୟାର ରହସ୍ୟ ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯିବେ। ଋଣ ବୋଝ ଯୋଗୁ ଆମତ୍ହତ୍ୟା କରିବା ଦ୍ୱାରା ପୂରା ବଂଶ ବୁଡିଯିବା କଥା ଶୁଣିଲେ ବିଶ୍ୱାସ କରିହେବନି। କିନ୍ତୁ କଥାଟି ସତ। ଗୋଟିଏ ଋଣ ପାଇଁ ଚାରି ପିଢି ହେଲା ଆମତ୍ହତ୍ୟା କରୁଛନ୍ତି କୃଷକ। ବର୍ନାଲା ଜିଲା ଭୋତନାରେ ରହୁଥିବା ଏକ କୃଷକ ପରିବାରର ଜଣେ ସଦସ୍ୟ ଋଣ କରିଥଲେ। ଶେଷରେ ଚତୁର୍ଥ ପିଢିର ଉତ୍ତରାଧିକାରୀଙ୍କ ପାଖରେ ପହଞ୍ଚତ୍ଥିଲା ଏହି ଋଣ ବୋଝ ଯାହା ପାଇଁ ପରିବାରର ପଞ୍ଚମ ବ୍ୟକ୍ତି ଲବପ୍ରୀତ ସିଂ କୀଟନାଶକ ପିଇ ଆମତ୍ହତ୍ୟା କରିଛନ୍ତି। ଆମତ୍ହତ୍ୟା କରିଥିବା ୨୨ ବର୍ଷୀୟ ଲବପ୍ରୀତଙ୍କ ଜେଜେଙ୍କ ବାପା, ଜେଜେବାପା, ଜେଜେଙ୍କ ଭାଇ ଓ ବାପା ଏହି ଋଣ ପାଇଁ ପୂର୍ବରୁ ଆମତ୍ହତ୍ୟା କରିସାରିଛନ୍ତି। ସ୍ଥାନୀୟ ସରପଞ୍ଚ ବୁଦ୍ଧ ସିଂ କହନ୍ତି, ଲବପ୍ରୀତଙ୍କ ଜେଜେବାପାଙ୍କ ବାପା ଯୋଗୀନ୍ଦର ସିଂ ଋଣ କରି ୪୦ ବର୍ଷ ପୂର୍ବରୁ ଆମତ୍ହତ୍ୟା କରିଥିଲେ। ଏହାପରେ ଋଣ ଭାର ଲବପ୍ରୀତଙ୍କ ଜେଜେବାପା ଭଗବାନ୍‌ଙ୍କ ଉପରେ ପଡିଲା । ପିଆଜରୁ ଆୟ କମ୍‌ ହେବାରୁ ସେ ମଧ୍ୟ ୨୫ ବର୍ଷ ପୂର୍ବେ ଆମତ୍ହତ୍ୟା କରିଥିଲେ। ପରେ ତାଙ୍କ ଜେଜେଙ୍କ ଭାଇ ନାହରଙ୍କ ଉପରକୁ ଋଣ ବୋଝ ଆସିଲା, ମାତ୍ର ଶେଷରେ ସେ ବି ତାହା ଶୁଝି ନ ପାରି ୧୦ ବର୍ଷ ପୂର୍ବେ ଆମତ୍ହତ୍ୟା କରିଥିଲେ। ପରେ ଲବପ୍ରୀତଙ୍କ ବାପା ମଧ୍ୟ ଆମତ୍ହତ୍ୟା କଲେ। ଏହି ପରିବାର ପାଖରେ ୫୦ ବର୍ଷ ତଳେ ୧୩ ଏକର ଚାଷଜମି ଥିଲା। ଏବେ ୧ ଏକରରୁ କମ୍‌ ଜମି ରହିଛି। ଏତେ କମ୍‌ ଜମିରେ ଚାଷ କରି ଋଣ ଶୁଝିବା ସମ୍ଭବ ନ ହେବାରୁ ଲବପ୍ରୀତ ଆମତ୍ହତ୍ୟା କରିବା ପରେ ଘରେ ଏବେ ତାଙ୍କ ମା’, ଜେଜେମା’ ଓ ଜଣେ ଭଉଣୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri