Posted inଖେଳ

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି। ଶେଷ ଓଭରରୁ ବିଜୟ ପାଇଁ ୧୮ ରନ ଆବଶ୍ୟକ ଥିବାବେଳେ ମୁମ୍ବାଇ ପକ୍ଷରୁ ବୋଲିଂ ଭାର ପାଇଥିଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ନାଟ୍‌-ସ୍କିଭର ବ୍ରଣ୍ଟ। ପ୍ରଥମ ଦୁଇଟି ବଲ୍‌ରୁ ରନ ସଂଗ୍ରହ କରିପାରି ନ ଥିଲେ କ୍ଲାର୍କ। ମାତ୍ର ପରବର୍ତ୍ତୀ ୪ଟି ବଲ୍‌କୁ ଯଥାକ୍ରମେ ଛକା, ଚୌକା, ଛକା ଓ ଚୌକାରେ ପରିଣତ କରି ଆରସିବି ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ମୁମ୍ବାଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରିଥିବାବେଳେ ଆରସିବି ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ନେଇଥିଲା। ଫଳରେ ଏକଦା ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିବା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଶେଷରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟିକା ସ୍ମୃତି ମନ୍ଧାନା। ଅଧିନାୟିକାଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦଳର ବୋଲରମାନେ ପାଓ୍ବାରପ୍ଲେ ୬ ଓଭରରେ ମାତ୍ର ୩୪ ରନ ବ୍ୟୟ କରିଥିଲେ। ୧୫ ଓଭରରେ ଯାଇ ମୁମ୍ବାଇ ସ୍କୋର ୧୦୦ ଛୁଇଁଥିଲା। ମାତ୍ର ପରବର୍ତ୍ତୀ ୫ ଓଭରରେ ଦଳ ୫୪ ରନ କରିବାରୁ ସ୍କୋର ୧୫୦ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ସଜିଭନ ସଜନା ସର୍ବାଧିକ ୪୫, ନିକୋଲା କାରେ ୪୦ ଓ ଗୁନାଲାନ କମଲିନି ୩୨ ରନ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ନାଦିନେ ଡି କ୍ଲାର୍କ ସର୍ବାଧିକ ୪ଟି ଏବଂ ଲୌରେନ ବେଲ୍‌ ଓ ଶ୍ରୀୟଙ୍କା ପାଟିଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆରସିବି ଯଦିଓ ଓପନିଂ ଯୋଡ଼ିରେ ୨୩ ବଲ୍‌ରୁ ୪୦ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲା ତେବେ ୬୫ ରନ ମଧ୍ୟରେ ୫ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ତେବେ ଅର୍ଦ୍ଧଶତକ ସହ ୪୪ ବଲ୍‌ରୁ ୬୩ (୭ ଚୌକା, ୨ ଛକା) ରନର ମ୍ୟାଚ ବିଜୟୀ ଇନିଂସ ଖେଳି ଆରସିବିକୁ ଜିତାଇଥିଲେ କ୍ଲାର୍କ। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା। ମୁମ୍ବାଇ ପକ୍ଷରୁ ନିକୋଲା କାରେ ଓ ଆମେଲିଆ କେର ୨ଟି ଲେଖାଏ ଏବଂ ନାଟ ସ୍କିଭର ବ୍ରଣ୍ଟ, ଶବନାଇମ ଇସମାଇଲ ଓ ଅମନଜୋତ କୌର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ନେଲା ଜୀବନ: ବେଙ୍ଗଳା ପକାଇବାକୁ ଯାଉଥିବା ବେଳେ…

ଭଦ୍ରକ,୧।୧୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଗଡେଇବିନ୍ଧା ଗ୍ରାମର ଜଣେ ଯୁବକଙ୍କ ଟ୍ରାକ୍ଟର ଧକ୍କାରେ ଶନିବାର ରାତିରେ ମୃତତ୍ୟୁ ଘଟିଛି। ସେ...

ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ...

ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି,...

ଅନ୍‌ କରିବାକୁ ଭୁଲନ୍ତୁ ନାହିଁ INSTGRAMର ଏହି ୩ ସେଟିଂ, ଭାଇରାଲ ହୋଇଯିବ ଆପଣଙ୍କ REEL

ନୂଆଦିଲ୍ଲୀ,୧୧।୧: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ହେବାକୁ ଚାହାନ୍ତି। ଏଥିଲାଗି ସେ ସର୍ବପ୍ରଥମେ ଇନ୍‌ଷ୍ଟାଗ୍ରାମକୁ ବାଛୁଛନ୍ତି। କାରଣ ଏଠାରେ ଭାଇରାଲ ହେବା ସହଜ। ଆପଣଙ୍କ...

ମଥୁରା ଛକରେ ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବ ଆଇନଜୀବୀ

ଜୁନାଗଡ଼,୧୧।୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଛକ ନିକଟରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ଆଇନଜୀବୀଙ୍କ...

IND vs NZ: ଘୋଷଣା ହେଲା ପନ୍ତଙ୍କ ରିପ୍ଲେସମେଣ୍ଟ, ଓ୍ବାନ ଡେ’ ଟିମରେ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପୂର୍ବରୁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ଯୋଡାଯାଇଛି। ଆହତ ରିଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଜୁରେଲଙ୍କୁ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଗଞ୍ଜେଇ ଚାଷୀଙ୍କୁ ଡରାଇଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି।  ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ...

ଏହି ୫ରାଶିଙ୍କ ଚମକିବ ଭାଗ୍ୟ ନା ମାଡ଼ି ଆସିବ ବିପଦ! ଶନିଙ୍କ ସାଢେ ସତୀ ଚାଲିରେ କଲବଲ ହେବେ…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି କେବେବି ସ୍ଥିର ନୁହେଁ, ଏବଂ ଯେତେବେଳେ ଶନିଙ୍କ କଥା ଆସେ, ସମଗ୍ର ବିଶ୍ୱ ଏହାର ସ୍ଥିତି ଉପରେ ନଜର ରଖେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri