ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଓ ସମ୍ମାନିତ ଅତିଥି ଭାବେ ଓସିସି ଟିମ ମ୍ୟାନେଜର ତଥା କୁଚ ବେହାର ଟ୍ରଫି କ୍ରିକେଟ ମନୋନୟନ କମିଟି ସଦସ୍ୟ ସରୋଜ କୁମାର ସାହୁ ଯୋଗଦାନ କରିଥିଲେ। ଅତିଥି ମାନେ ଉଭୟ ଦଳର ଖେଳାଳିମାନଙ୍କ ସହ କରମର୍ଦ୍ଦନ କରି ଶୁଭେଚ୍ଛା ଜଣାଇଥିଲେ।
ଉଦଘାଟନୀ ଉତ୍ସବକୁ ଜିଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ଼ ଶ୍ରୀକର ମିଶ୍ର ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ଼ ପ୍ରହଲ୍ଲାଦ ଶତପଥି, ସାଧାରଣ ସମ୍ପାଦକ ହରି ନାରାୟଣ ପୂଜାରୀ, ଯୁଗ୍ମ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ସଦସ୍ୟ ସୁଧୀର ପଣ୍ଡା, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ହେମନ୍ତ ବେହେରା, ସୁନୀଲ ବିଶ୍ବାଳ, ସୂର୍ଯ୍ୟ ମିଶ୍ର, କ୍ରିକେଟ କୋଚ ଅରୁଣ ନାଏକ, ଓମ ପ୍ରକାଶ ଚାନ୍ଦ, ଶତ୍ରୁଘ୍ନ ସିଂ, ଗୌରଚନ୍ଦ୍ର ପ୍ରଧାନ, ସମସ୍ତ ଅଫିସିଆଲସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମେ ଟସ ଜିତି ହିମାଚଳ ପ୍ରଦେଶ ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
Dharitri – Odisha’s No.1 Odia Daily


