Odisha Elections 2024

ନୂଆ ମୋଟର ଯାନ ଆଇନ ଭୟ: ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗଣିଆ,୭ା୯(ଡି.ଏନ.ଏ.): ଗତ ସେପ୍ଟେମ୍ବର ୧ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ, ବ୍ଲକିଂ ଓ ଧରପଗଡକୁ ଜୋରଦାର କରାଯାଇଛି ା ନୂଆ ଆଇନ ଅନୁଯାୟୀ ୧୦ ଗୁଣା ଅଧିକ ଜରିମାନା ଆଦାୟ ହେଉଥିବାରୁ ବାଇକ୍‌ ଆରୋହୀଙ୍କଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍‌ ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ା କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ଥିଲେ ମଧ୍ୟ ଲୋକେ ସେମାନଙ୍କ ବାଇକ୍‌ ବାହାର କରୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେକ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକ ବସ୍‌ଗୁଡିକ ଯାଉଥିବା ରୁଟ୍‌ରେ ଚଳାଚଳ ବନ୍ଦ କରିଦେଇଛନ୍ତି। ଫଳରେ ଗତ ୨ଦିନ ଧରି ଦୂରସ୍ଥାନକୁ ଯିବାକୁ ଥିବା ବହୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୟାଗଡ଼ ଜିଲା ଗଣିଆ ଅଞ୍ଚଳରେ ଏହିଭଳି ସମସ୍ୟା ଦେଖିବାକୁ ମଳିଛି ା ପ୍ରତ୍ୟହ ସକାଳୁ ବ୍ଲକର ଛାମୁଣ୍ଡିଆଠାରୁ ଭୁବନେଶ୍ୱର ୨ଟି ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିଥାଏ। ହେଲେ କିଛିଦିନ ହେଲା ବସ୍‌ଗୁଡିକ ଚଳାଚଳ କରୁ ନ ଥିବାରୁ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳକୁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ରାଜିଙ୍ଗି ଯାଉଥିବା ଏକମାତ୍ର ଘରୋଇ ବସରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ା ଧରପଗଡ ଭୟରେ କେତେକ ଯାତ୍ରୀବାହୀ ଅଟୋ ଚଳାଚଳ କରୁ ନ ଥିବା ବେଳେ ଆଉ କେତେକ ଅଟୋ ୩ଜଣରୁ ଅଧିକ ଯାତ୍ରୀ ବସାଉ ନ ଥିବା ଦେଖାଯାଉଛି। ସେହିପରି କେତେକ ବାଇକ୍‌ ଆରୋହୀ ପୁରୁଣା ହେଲ୍‌ମେଟଗୁଡିକୁ ସଜାଡୁଥିବା ବେଳେ ଆଉ କେତେକ ନୂଆ ହେଲ୍‌ମେଟ କିଣିବା ପାଇଁ ଦୋକାନରେ ଗହଳି ଲଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ନୟାଗଡ଼ର ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ, ବୁଥ୍‌ରେ ଚାପା ଉତ୍ତେଜନା

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୋଟ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

କାଠ ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଓଡ଼ଗାଁ,୧୬ା୫(ଆଦର୍ଶ କୁମାର ପଟ୍ଟନାୟକ)ନୟାଗଡ଼ ବନଖଣ୍ତ ଓ ବନାଞ୍ଚଳ ଅଧୀନ ମଗରବନ୍ଧ ପଞ୍ଚାୟତ ଖାସରା ଜଙ୍ଗଲ କାଠ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ସେଠାରେ ମୂଲ୍ୟବାନ ଗଛ କାଟି...

ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀ ଶିକାର

ନୟାଗଡ଼,୧୬।୫(ଲୋକନାଥ ମିଶ୍ର)ନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀଙ୍କ ଶିକାର। ନୟାଗଡ଼ ଜିଲାର ଗଁାଗହଳିର କୋଚିଲା ଗଛରେ ରହୁଥିବା ଏହି ପକ୍ଷୀ...

ଜଳକଷ୍ଟରେ ଜଗନ୍ନାଥପ୍ରସାଦବାସୀ

ଖଣ୍ଡପଡ଼ା,୧୪ା୫(ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ଜଗନ୍ନାଥପ୍ରସାଦର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଆବଶ୍ୟକ ପାନୀୟ ଜଳ ନ ପାଇ ଗ୍ରୀଷ୍ମ ପ୍ରବାହ ସମୟରେ...

ଅମୃତ ସରୋବର ଯୋଜନା ସ୍ବପ୍ନ

ଓଡ଼ଗାଁ,୧୨ା୫(ଆଦର୍ଶ କୁମାର ପଟ୍ଟନାୟକ)ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ପାରଦ ୪୨ ଡିଗ୍ରୀ ଉପରେ ରହୁଛି। ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri