ବୁକର୍‌ ପୁରସ୍କାର ଘୋଷଣା: ଏହି ବ୍ୟକ୍ତିଙ୍କୁ ମିଳିଲା…

ଲଣ୍ଡନ୍‌,୧୨ା୧୧:ହଙ୍ଗେରୀୟ-ବ୍ରିଟିଶ୍‌ ଲେଖକ ଡାଭିଡ୍‌ ଜାଲେ ଭାରତୀୟ ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍‌ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍‌’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନ୍‌ର ଓଲ୍ଡ ବିଲ୍ଡିଂସଗେଟ୍‌ରେ ୫୧ ବର୍ଷୀୟ ଜାଲେ ଗତବର୍ଷର ବୁକର୍‌ ବିଜେତା ସାମନ୍ଥା ହାର୍ଭେଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ବାବଦକୁ ତାଙ୍କୁ ୫୦,୦୦୦ ପାଉଣ୍ଡ (ପ୍ରାୟ ୬୬,୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯାଇଛି। ‘ଫ୍ଲେସ୍‌’ ଉପନ୍ୟାସର କାହାଣୀ ଏଭଳି ଜଣେ କର୍ମଜୀବୀ ହଙ୍ଗେରୀୟଙ୍କ ଜୀବନ ଉପରେ ଆଧାରିତ, ଯିଏକି ପରବର୍ତ୍ତୀ ସମୟରେ ବ୍ରିଟେନ୍‌ରେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି। ଆକାଂକ୍ଷା ଓ ପତନର ଫେଣ୍ଟାଫେଣ୍ଟି କଥାବସ୍ତୁକୁ ନେଇ ଏହି କାହାଣୀ ଗତିଶୀଳ ହୋଇଛି। ତେବେ ବୁକର୍‌ ପୁରସ୍କାର ଲାଭ କରିବାରେ ଜାଲେ ହେଉଛନ୍ତି ପ୍ରଥମ ହଙ୍ଗେରୀୟ। କାନାଡାରେ ଜନ୍ମିତ ଜାଲେ ପରବର୍ତ୍ତୀ ସମୟରେ ଲଣ୍ଡନରେ ଜୀବନ ଅତିବାହିତ କରିଥିଲେ। ସମ୍ପ୍ରତି ସେ ଅଷ୍ଟ୍ରିଆର ଭିଏନାରେ ବସବାସ କରୁଛନ୍ତି। ଅବସ୍ଥାନର ଏହି ପରିବର୍ତ୍ତନଶୀଳ ପୃଷ୍ଠଭୂମି ଜାଲେଙ୍କ କାହାଣୀ ରଚନାର ଗଭୀରତାକୁ ଦର୍ଶାଏ। ତାଙ୍କର ଅନେକ ଆଲେଖ୍ୟ ପରିଚୟ, ବିସ୍ଥାପନ, ଜଗତୀକରଣ ଆଦି ଉପରେ ପର୍ଯ୍ୟବସିତ। ୨୦୧୩ରେ ଜାଲେଙ୍କୁ ସର୍ବୋତ୍ତମ ଯୁବ ବ୍ରିଟିଶ୍‌ ନଭେଲିଷ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତବର୍ଷର ବୁକର୍‌ ପୁରସ୍କାର ପାଇଁ ୬ ଜଣ ଲେଖିକା ଲେଖକ ଚୂଡ଼ାନ୍ତ ତାଲିକାରେ ମନୋନୀତ ହୋଇଥିଲେ। ଡାଭିଡ୍‌
ଜାଲେଙ୍କ ବ୍ୟତୀତ ଅନ୍ୟମାନେ ହେଲେ କିରନ୍‌ ଦେଶାଇ (ଦି ଲୋନ୍‌ଲିନେସ୍‌ ଅଫ୍‌ ସୋନିଆ ଆଣ୍ଡ୍‌ ସନ୍ନି), ଆଣ୍ଡ୍ର୍ୟୁ ମିଲେର (ଦି ଲ୍ୟାଣ୍ଡ୍‌ ଇନ୍‌ ଓ୍ବିଣ୍ଟର), ସୁସାନୁ ଚୋଇ (ଫ୍ଲାଶ୍‌ଲାଇଟ୍‌), କାଟିଏ କିଟାମୁରା(ଅଡିଶନ୍‌) ଓ ବେଞ୍ଜାମିନ୍‌ ମର୍କୋଭିଟ୍ସ (ଦି ରେଷ୍ଟ ଅଫ୍‌ ଆଓ୍ବାର୍ସ ଲାଇଭ୍ସ)। ତେବେ ଶେଷରେ ସନ୍ଧ୍ୟାର ଡାର୍କ ହର୍ସ ରୂପେ ଜାଲେ ଉଭା ହୋଇ ସମସ୍ତଙ୍କୁ ପଛରେ ପକାଇଦେଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri