କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ ବାସିନ୍ଦା ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ଫୁଲମତି ପୂଜାରୀଙ୍କ କହିବା ଅନୁସାରେ ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସାମିଲ କରିବା ପାଇଁ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଚାରାଙ୍ଗୁଲ ପଞ୍ଚାୟତରେ ସାଧାରଣର ଗରିବ ଶ୍ରେଣୀର ଲୋକେ ବସବାସ କରୁଛନ୍ତି। ସେମାନେ ସାଧାରଣଃ ଚାଷ ଉପରେ ନିର୍ଭର କରି ପରିବାର ପତିପୋଷଣ କରି ଆସୁଛନ୍ତି। ପଞ୍ଚାୟତକୁ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇପାରୁଛନ୍ତି। ଯଦି ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସାମିଲ କରାଯିବ। ତେବେ ସେ ସବୁ ସୁବିଧା ମିଳିବ ନାହିଁ। ଆମକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆବଶ୍ୟକ ନାହିଁ। ଆମେ ପଞ୍ଚାୟତରେ ରହିବା ପାଇଁ ଚାହୁଁଛୁ ବୋଲି ପଞ୍ଚାୟତବାସୀ କହିଛନ୍ତି। ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଜିଲାପାଳଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏ ନେଇ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଦାବିପତ୍ର ପ୍ରଦାନ ସମୟରେ ସାମାଜିକକର୍ମୀ ରମିଲ କୁଲଦୀପ, ପୂର୍ବତନ ସରପଞ୍ଚ ଶେଖର ଇଣ୍ଡିଙ୍ଗ, ସୁଦାମ କୁଲଦୀପ,ପଦୁ ମୁଦୁଲି, ରଞ୍ଜିତ କୁଲଦୀପ, ଭକ୍ତ ଗୌଡ଼, ରାମ ବିଶୋଇ, ରାମ ଇଣ୍ଡିଙ୍ଗ, ବାସୁଦେବ ପୂଜାରୀଙ୍କ ସମେତ ଜନପ୍ରତିନିଧି ଓ ପଞ୍ଚାୟତ ବାସିନ୍ଦା ଉପସ୍ଥିତ ଥିଲେ।


