ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ଚଳିତବର୍ଷର ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ମିଳିତ ଭାବେ ପ୍ରାପ୍ତ ହୋଇଛନ୍ତି ଜାପାନର କିୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାଓ୍ବା, ମେଲବୋର୍ନ ବିଶ୍ୱବିଦ୍ୟାଳୟ (ଅଷ୍ଟ୍ରେଲିଆ)ର ରିଚାର୍ଡ ରୋବସନ୍‌ ଏବଂ ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ (ଆମେରିକା)ର ଓମାର ୟାଘି। ସେମାନଙ୍କ ମଧ୍ୟରେ ଏହାର ପୁରସ୍କାର ରାଶି ୧୧ ନିୟୁତ ସ୍ବିଡିଶ କ୍ରୋନ୍‌ (ସ୍ବିଡେନ୍‌ ମୁଦ୍ରା) ସମାନ ଭାବରେ ଭାଗ କରାଯିବ। ଏକ ନୂତନ ଶ୍ରେଣୀର ସଚ୍ଛିଦ୍ର ସଂରଚନାମାନ ଉଦ୍ଭାବନ ପାଇଁ ଏହି ତିନି ଜଣ ରସାୟନବିତ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ନିୟମିତ ଧାରାରେ ସ୍ଥାନିତ ହୋଇଥାଏ ବହୁ ସଂଖ୍ୟକ ବଡ଼ ବଡ଼ ଛିଦ୍ର। ଅତଏବ ତାହା ବାଷ୍ପ ଶୋଷଣ କରିବା ଏବଂ ଗଚ୍ଛିତ କରିବା ଠାରୁ ଶରୀର ମଧ୍ୟରେ ଔଷଧର ପ୍ରବାହ, ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିବା ଏବଂ ଆହୁରି ଅନେକ କାର୍ଯ୍ୟ ସମ୍ପାଦନ ଲାଗି ସମର୍ଥ। ତମ୍ବା, କୋବାଲଟ୍‌, ନିକେଲ ଆଦି ଧାତବ ଆୟନ ଚତୁଃପାର୍ଶ୍ୱରେ କେତେକ ଜୈବିକ ଲିଜେଣ୍ଡ ବା ସଂଯୋଜକ ସଜ୍ଜିତ ରହି ଏହାକୁ ଗଠନ କରିଥାଆନ୍ତି। ଏଣୁ ଏହାକୁ ଧାତବ-ଜୈବିକ ବ୍ୟବସ୍ଥା ବା ‘ମେଟାଲ-ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ (ଏମ.ଏଫ.ଓ.) ରୂପେ ନାମିତ କରାଯାଇଛି।
ବ୍ୟବସ୍ଥାର ବିକାଶ: ପ୍ରଥମେ ରୋବସନ୍‌ ୧୯୮୦ ଦଶକରେ ହୀରାର ସଂରଚନା ଦ୍ୱାରା ପ୍ରଭାବିତ ହୋଇ ଏଥିପାଇଁ ଅନୁପ୍ରାଣିତ ହୋଇଥିଲେ। ସେ ତମ୍ବାଧାତୁର ଆୟନ ସହିତ ଏକ ଜୈବିକ ୪ଟି ଗ୍ରୁପ ଥିବା ‘ଲିଜେଣ୍ଡ’ ଅଣୁ ଯୋଡି ଏହା ପ୍ରସ୍ତୁତ କରିଥିଲେ। ଏହାର ସଂରଚନା ହୀରା ସହିତ ମେଳ ଖାଉଥିଲା। ତେବେ ସେଥିରେ ଥିଲା ବଡ଼ ବଡ଼ ରନ୍ଧ୍ର। ତତ୍ପରେ ସେ ଏକ ପ୍ରକାର ଆହୁରି ଅନେକ ଆଣବିକ ସଂରଚନାମାନ ପ୍ରସ୍ତୁତ କଲେ ଏବଂ ତାହାକୁ ନେଇ ୧୯୮୯ ମସିହାରେ ନିବନ୍ଧଟିଏ ପ୍ରକାଶ କଲେ ‘ଦ ଜର୍ନାଲ ଅଫ ଆମେରିକାନ୍‌ କେମିକାଲ ସୋସାଇଟି’। ତେବେ ତାଙ୍କର ଏହି ସଂରଚନାଗୁଡିକ ଭଙ୍ଗୁର ଥିଲା।
ତତ୍ପରେ କିଟାଗାଓ୍ବା ୧୯୯୦ ଦଶକର ପ୍ରାରମ୍ଭରେ ଏହି ଶ୍ରେଣୀର ଆଣବିକ ସଂରଚନାମାନ ପ୍ରସ୍ତୁତ କରି ତାହା ଅଧ୍ୟୟନ କରିବାକୁ ଲାଗିଲେ। ତାଙ୍କୁ ଏଥିରେ ବଡ ଧରଣର ସଫଳତା ମିଳିଲା। ସେ ୧୯୯୭ ମସିହାରେ ପ୍ରସ୍ତୁତ କଲେ କୋବାଲଟ ନିକେଲ କିମ୍ବା ଦସ୍ତା ଆୟନ ଏବଂ ୪.୪-ବାଇପିରିଡିନ ଜୈବିକ ଲିଜେଣ୍ଡ’ ବ୍ୟବହାର କରି ନାନାଦି ୩-ସ୍ତରୀୟ ଏଫ୍‌.ଏମ୍‌.ଓ.। ଏଗୁଡ଼ିକ ଅତ୍ୟନ୍ତ ସୁଦୃଢ଼ ଥିଲା ଏବଂ ୩୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରୁଥିଲା। ପୁନଶ୍ଚ ତାହା ଆକାର ପରିବର୍ତ୍ତନ ନ କରି ପ୍ରତ୍ୟାବର୍ତ୍ତୀ ଭାବେ ମିଥେନ୍‌, ଯବକ୍ଷାରଜାନ ଏବଂ ଅମ୍ଳଜାନ ଆଦି ବାଷ୍ପ ଶୋଷଣ କରି ପାରୁଥିଲା। ଏହାର ପ୍ରସ୍ତୁତି ଏବଂ ବିନିଯୋଗ ସମ୍ପର୍କରେ ସେ ୧୯୯୮ ମସିହାରେ ‘ଦ ବୁଲେଟିନ୍‌ ଅଫ ଦି କେମିକାଲ ସୋସାଇଟି ଅଫ ଜାପାନ’ ପ୍ରକାଶ କଲେ।
ଇତିମଧ୍ୟରେ ୟାଘି ଏ କ୍ଷେତ୍ରରେ ଆଉ ଏକ ପାଦ ଅଗ୍ରସର ହେଲେ। ସେ ଏବଂ ତାଙ୍କର ସହଯୋଗୀମାନେ ଏକ ନୂତନ ଶ୍ରେଣୀର ଏମ୍‌.ଓ.ଏଫ. ତିଆରି କରିବାକୁ ଲାଗିଲେ। ଏଗୁଡିକ ଥିଲା ଅଧିକ ଚଉଡା ଏବଂ ଅତ୍ୟନ୍ତ ମଜଭୁତ, ଯାହାକି ୩୦୦ ଡିଗ୍ରୀ ସେଲସିୟସ ତାପମାତ୍ରା ସହ୍ୟ କରିପାରୁଥିଲା। ଏହାକୁ ନେଇ ସେ ୨୦୦୨ ଏବଂ ୨୦୦୩ ମସିହାରେ ଯଥାକ୍ରମେ ‘ଦ ସାଇନ୍‌ସ’ ଏବଂ ‘ଦ ନେଚର’ ପତ୍ରିକାରେ ଦୁଇଟି ଗବେଷଣା ପତ୍ର ପ୍ରକାଶ କରିଥିଲେ। ତହିଁରେ ସେ ସୂଚିତ କରିଥିଲେ ଯେ ଭିନ୍ନ ଭିନ୍ନ ମୂଳବସ୍ତୁ ବ୍ୟବହାର କରି ନାନାପ୍ରକାର ଏମ.ଓ.ଏଫ.ମାନ ପ୍ରସ୍ତୁତ କରିବା ସମ୍ଭବ। ପୁନଶ୍ଚ ଏହା ନାନାକ୍ଷେତ୍ରରେ ବ୍ୟବହାର ପାଇଁ ଉପଯୋଗୀ।
ଏମ.ଓ.ଏଫ.କାହିଁକି ଗୁରୁତ୍ୱପୂର୍ଣ୍ଣ: ପ୍ରଥମେ ୟାଘି ଏବଂ ତାଙ୍କର ସହ ଗବେଷକଗଣ ନିର୍ମାଣ କରିଥିବା ଏମ. ଓ. ଏଫ.ଗୁଡିକ କେବଳ ବାଛି ବାଛି ଜଳକଣା ଶୋଷଣ କରିପାରୁଥିଲେ। ଏଣୁ ମରୁ ଅଞ୍ଚଳରେ ବାୟୁରୁ ଜଳୀୟ ବାଷ୍ପ ଗ୍ରହଣ କରି ତାହାକୁ ଜଳରେ ପରିଣତ କରିବାକୁ ଏହା ନିୟୋଜିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଏଗୁଡିକର ବ୍ୟବହାର ଅତି ବ୍ୟାପକ ହେଲାଣି। ତାହା ଜଳରୁ ପ୍ରଦୂଷକ ଅଲଗା କରିବାଠାରୁ ଆରମ୍ଭ କରି ବିଭିନ୍ନ ବାଷ୍ପ ଶୋଷଣ ଓ ସଞ୍ଚୟ, ପରିସ୍ରବଣ, ବାୟୁମଣ୍ଡଳ ଓ କଳକାରଖାନାରୁ ନିର୍ଗତ ବାଷ୍ପରୁ ଅଙ୍ଗାରକାମ୍ଳ ଶୋଷଣ, ଉତ୍‌ପ୍ରେରଣ, ବିଦ୍ୟୁତ୍‌ ରସାୟନକ୍ଷେତ୍ର, ଫ୍ଲୋରେସେନ୍‌ସ ଭିତ୍ତିକ ଚିତ୍ରଗ୍ରହଣ ଆଦି କାର୍ଯ୍ୟରେ ନିୟୋଜନ କରାଯାଉଛି। ଏଣୁ ବିଭିନ୍ନ କମ୍ପାନୀମାନେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଦେଲେଣି। ଉଦାହରଣସ୍ବରୂପ, ଇଂଲଣ୍ଡର ‘ନୂଆଡା’ ନାମକ କମ୍ପାନୀ ଫଳ ଓ ପନିପରିବାକୁ ଦୀର୍ଘକାଳ ଧରି ଗଚ୍ଛିତ ରଖିବା ଲାଗି ଏହାର ଉପଯୋଗ କରୁଛି। ଏଥିରେ ସଞ୍ଚତ୍ତ ରହୁଛି ଏକ ରାସାୟନିକ ପଦାର୍ଥ, ଯାହାକି ସେଗୁଡିକୁ ସତେଜ ରଖୁଛି। ସେହିପରି ଆମେରିକାର ‘ନୂମାର୍ଟ’ ଏକ ପ୍ରକାର ଏମ.ଓ.ଏଫ. ତିଆରି କଲାଣି, ଯାହାକି ବିଭିନ୍ନ ଶିଳ୍ପରୁ ନିର୍ଗତ ପ୍ରଦୂଷଣକାରୀ ବାଷ୍ପରୁ ଅଙ୍ଗାରକାମ୍ଳ ଏବଂ ଅଲଗା ଅଲଗା ଭାବେ ଅନ୍ୟାନ୍ୟ ବାଷ୍ପ ଶୋଷଣ କରିପାରୁଛି। (କ୍ରମଶଃ..)

ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri