ଗାଁରେ ଦେଶୀ,ବିଦେଶୀ ମଦ ବିକ୍ରି ବନ୍ଦ କରିବାକୁ ନେଇ ମହିଳା କଲେ ଏମିତି କାମ, ଥାନାରେ ଦ୍ବାରସ୍ଥ ହୋଇ…

ଅମରପାଲି ,୧୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ବଳିପାଲି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଣୁ ଏଥିରେ ଅତିଷ୍ଠ ହୋଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନାରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁସାରେ କେନଝିରିଆପାଲି ପଞ୍ଚାୟତର ବଳିପାଲି ସମେତ କଦଳୀପାଲି ଛକ, କେନଝିରିଆପାଲି, ଅମାତପାଲି ଛକ, ଖଇରମାଲ, ଜଟିଆପାଲି ଛକ, ଅଚଣ୍ଡା ଆଦି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଛି। ମଦ ପିଇ ମଦ୍ୟପାମନେ ରାସ୍ତାରେ ଗଡୁଛନ୍ତି। ଉକ୍ତ ରାସ୍ତାଦେଇ ଛାତ୍ରୀ ଓ ମହିଳାମାନେ ଯିବା ଆସିବାବେଳେ ଆଶା ଆଶଙ୍କାରେ ଯାତାୟାତ କରୁଛନ୍ତି। ଏହା ସହିତ ବଳିପାଲି ଗ୍ରାମରେ ମଧ୍ୟ ବେଧଡକ ମଦ ବିକ୍ରି ହେଉଛି। ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ। ଅଭିଯୋଗ ପାଇଁ ବୀରମହାରାଜପୁର ଅବକାରୀ କାର୍ଯ୍ୟାଳୟକୁ ଗଲେ ଅଧିକାଂଶ ସମୟରେ କାର୍ଯ୍ୟଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ମଦ ଯୋଗୁଁ ବଳିପାଲି ଗ୍ରାମରେ ଅନେକ ସମୟର ଗଣ୍ଡଗୋଳ ହେଉଛି। ମଦ ପିଇ ଅନେକ ବ୍ୟକ୍ତି ବିଭିନ୍ନ ରୋଗରେ ଅସମୟରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଗ୍ରାମର ମହିଳାମାନେ ସୋମବାର ଦିନ ଗ୍ରାମରେ ଏକ ସଭା କରିଥିଲେ। ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ସହିତ ମଦ ପିଇ ଗାଳିଗୁଲଜ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ କରାଗଲା। ମହିଳାଙ୍କ ବୈଠକର ନିଷ୍ପତ୍ତିକ୍ରମେ ବଳିପାଲି ଗ୍ରାମର ଶତାଧିକ ମହିଳା ବୀରମହାରାଜପୁର ଥାନାକୁ ଯାଇ ମଦ ବନ୍ଦ ପାଇଁ ଅଭିଯୋଗ କରିଛନ୍ତି। ଆଗକୁ ଯଦି ଗ୍ରାମରେ ମଦ ବନ୍ଦ କୌଣସି ପଦକ୍ଷେପ ନିଆ ନ ଯାଏ ଆନ୍ଦୋଲାନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି। ଏନେଇ ବୀରମହାରାଜପୁର ଅବକାରୀ ଏସଆଇ ଭାରତ ମିଶ୍ରଙ୍କୁ ପଚାରିବାରୁ ବଳିପାଲି ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇନାହିଁ। ଯଦି ମଦ ବିକ୍ରି ହେଉଛି ଆମେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୋଲି ପ୍ରକାଶ କରିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri