୨୫ରେ ଖୋଲିପାରେ କଳିଙ୍ଗା ଘାଟି ରାସ୍ତା: ୧୭ରେ ବିଧାୟକ,ଉପଜିଲାପାଳ କରିବେ ବାଇପାସ୍‌ ରାସ୍ତା ଅନୁଧ୍ୟାନ

ଭଞ୍ଜନଗର,୧୩ା୧୦(ବାବୁଲା ପ୍ରଧାନ)-
ଆଜିକୁ ୩୦ ଦିନ ହେବ ଗମନା ଗମନ ପାଇଁ ବନ୍ଦ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତାକୁ ଆସନ୍ତା ୨୫ ତାରିଖରେ ପରୀକ୍ଷାମୂଳକ ଭାବେ ଖୋଲିବା ଲାଗି ଯୋଜନା କରାଯାଇଛି। ବର୍ଷା ଯଦି ନ ହୁଏ ତେବେ ପ୍ରଥମେ ଦୁଇ ଚକିଆ ଏବଂ ୪ ଚକିଆ ଯାନକୁ ଛାଡ଼ିବା ଯୋଜନା ଅଛି। ବର୍ତ୍ତମାନ ପାଇଁ ଭାରିଯାନ ଛାଡ଼ିବା କୌଣସି ଯୋଜନା ନାହିଁ। ସୋମବାର ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଉପ ଜିଲାପାଳ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ରାସ୍ତା କାମ ତୁରନ୍ତ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆସନ୍ତା ୧୭ ତାରିଖରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଥିବା ଯୋଜନାକୁ ବିଧାୟକଙ୍କ ନେତୃତ୍ୱରେ ଏକ କମିଟି ପରିଦର୍ଶନରେ ଯିବେ। ପରେ ସେଠାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କିଭଳି ହେବ ସେନେଇ ଆଲୋଚନା କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବାକୁ ଯୋଜନା ରହିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତମାସ ୧୬ ତାରିଖରେ ଭୂସ୍ଖଳନ ଯୋଗୁ ଯାତାୟତ ବନ୍ଦ ହୋଇଯାଇଛି। ବର୍ଷା ପୁନରୁଦ୍ଧାର କାର୍ଯ୍ୟରେ ବାଧକ ସାଜିଛି। ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇ ପାରୁ ନ ଥିବାରୁ ଉଭୟ ଜିଲା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଗୁରୁତ୍ୱ ଦେଇ ଜାତୀୟ ରାଜପଥ ବିଭାଗ, ବିଭିନ୍ନ ବିଭାଗର ଅଧିକାରୀ ଓ ସୀମାନ୍ତ ଅଞ୍ଚଳର କେତେ ଜଣ ବ୍ୟକ୍ତିଙ୍କୁ ନେଇ ସୋମବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବେଠକ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜାତୀୟ ରାଜପଥ ସମ୍ବଲପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ଶାନ୍ତୁନୁ ସାହୁ ଯୋଗଦେଇ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ଗାପସାଦରୁ କଳିଙ୍ଗା ଘାଟିର ଭାଲିଆପଟାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ଏକ ବାଇପାସ୍‌ ରାସ୍ତା ସଂର୍ପକରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଗ୍ରାମ୍ୟ ରାସ୍ତା,ଜଙ୍ଗଲ ଜମି ଆଦିର କେତେ ଅଂଶ ରହିଛି ଏବଂ କିଭଳି ଏହାକୁ ଗମନା ଗମନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ସେନେଇ ସରଜମିନ ସ୍ଥିତି ଅନୁଧ୍ୟାନ ପାଇଁ ବିଧାୟକ ଓ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଆସନ୍ତା ୧୭ ତାରିଖରେ ଉକ୍ତ ଅଞ୍ଚଳ ଗସ୍ତ କରିବାକୁ ସ୍ଥିର ହୋଇଥିଲା। ବେଠକରେ ବିଧାୟକ, ଉପ ଜିଲାପାଳଙ୍କ ସମେତ ଭଞ୍ଜନଗର ଏସ୍‌ଡିପିଓ ଡ.ଦିପକ ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଜାତୀୟ ରାଜପଥ ଏସଇ, ଫୁଲବାଣୀ ଡିଭିଜନର ନିର୍ବାହହୀ ଯନ୍ତ୍ରୀ ଇଂ. ପ୍ରଶାନ୍ତ ସାହୁ, ଅତିରିକ୍ତ ଉପଜିଲାପାଳ, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ,ପୂର୍ତ୍ତ ବିଭାଗ ଏସଇ ସତ୍ୟ ରଞ୍ଜନ ପରିଡା, କଳିଙ୍ଗା ଅଞ୍ଚଳର ଅମାନଚନ୍ଦ୍ର ନାୟକ,ସହାୟକ ଜିଲାପାଳ ରାମଚନ୍ଦ୍ର ମିଶ୍ର,ସୁମନ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri