ମନ୍ଦିର ହୁଣ୍ଡିବାକ୍ସକୁ ନେଇଗଲେ ମା’ପୁଅ, ତନାଘନା କରି ଘରେ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ନିରାକାରପୁର, ୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଗତ ୧୧ ତାରିଖ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିରାକାରପୁରସ୍ଥିତ ସାଇ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିବାକ୍ସକୁ ଚୋରି କରି ନେଇଥିବା ନେଇ ସାଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ନିରାକାରପୁର ଥାନାରେ ୨୬୮/୨୫ରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମର ଓ ସନ୍ଧାନୀ କୁକୁର ସହଯୋଗରେ ପୋଲିସ ପକ୍ଷରୁ ଏହି ଚୋରିକୁ ଧରିବା ନିମନ୍ତେ ତନାଘନା ଜୋର୍‌ ଧରିଥିଲା। ଅନୁରୂପଭାବେ ବଜାର ନିକଟରେ ଏହି ଚୋରି ହୋଇଥିବାରୁ ପୋଲିସ ପାଇଁ ମଧ୍ୟ ଚାଲେଞ୍ଜ ସୃଷ୍ଟି କରିଥିଲା। ହେଲେ ଚୋରି ହେବାର ୨୪ ଘଣ୍ଟା ନ ପୂରୁଣୁ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ମା’ଓ ପୁଅକୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଭଡା ଘରୁ ହୁଣ୍ଡି ବକ୍ସ ଓ ଟଙ୍କାକୁ ମଧ୍ୟ ଜବତ କରିଛି। ଗିରଫ ମା’ ପୁଅ ହେଲେ ଭୂଷଣ୍ଡପୁର ଫାଣ୍ଡି ଅନ୍ତର୍ଗତ ଭୂଷଣ୍ଡପୁର ଉରୁମୁଖୀ ସାହିର ଜୟନ୍ତୀ ସିଂହ ଓ ତାଙ୍କ ପୁଅ ସୁଜିତ ସିଂହ । ଉଭୟ ମା-ପୁଅ କିଛିଦିନ ନିଜ ଗାଁ ଛାଡି ନିରାକାରପୁର ପଞ୍ଚାୟତସ୍ଥିତ ନରେନ୍ଦ୍ରପୁର ସାହି ନିକଟରେ ଥିବା କେନାଲ ବନ୍ଧରେ ଭଡା ଘରେ ରହି ଆସୁଥିଲେ। ଉଭୟଙ୍କୁ ପୋଲିସ ସେଇ ଭଡା ଘରୁ ଗିରଫ କରିବା ସହ ଘରୁ ଚୋରି ସାମଗ୍ରୀକୁ ଜବତ କରିଛି। ଉଭୟ ମା ’ ପୁଅଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟକୁ ଚାଲାଣ କରିଥିବା ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri