Posted inଖେଳ

ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ, ଏମିତି ରାଗ ଶୁଝେଇଦେଲେ ଜାଡେଜା

ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ ଶୁଭମନ ଗିଲଙ୍କ ଶତକ ସହ ସାଇ ସୁଦର୍ଶନ, ଧ୍ରୁବ ଜୁରେଲ ଓ ନୀତୀଶ କୁମାର ରେଡ୍ଡୀଙ୍କ ଉଲ୍ଲେଖନୀୟ ଇନିଂସ ଦଳକୁ ମଜଭୁତ କରିଛି। କିନ୍ତୁ ଅଧିନାୟକ ଗିଲଙ୍କ ଇନିଂସ ଘୋଷଣା ନିଷ୍ପତ୍ତି ଯୋଗୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା, ଯାହାର ରାଗ ସେ ନିଜ ବୋଲିଂ ଜରିଆରେ ୱେଷ୍ଟଇଣ୍ଡିଜ ଉପରେ ସୁଝାଇଛନ୍ତି।

ଶନିବାର, ୧୧ ଅକ୍ଟୋବର ଥିଲା ଟେଷ୍ଟର ଦ୍ୱିତୀୟ ଦିନ। ଭାରତ ପ୍ରଥମ ଦିନର ୩୧୮ ରନରୁ ଆଗକୁ ଖେଳ ଆରମ୍ଭ କରି ଦ୍ୱିତୀୟ ଇନିଂସରେ ୨୦୦ ରନ ଯୋଡ଼ି ଇନିଂସ ଘୋଷଣା କରିଥିଲା। ଏହା ଫଳରେ ଜାଡେଜାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା। ଫଳରେ ପୂର୍ବ ମ୍ୟାଚରେ ଶତକ ହାସଲ କରିଥିବା ଜାଡେଜାଙ୍କ ପାଇଁ ଆଉ ଏକ ବଡ଼ ଇନିଂସ ଖେଳିବାର ସୁଯୋଗ ହାତଛଡ଼ା ହୋଇଯାଇଥିଲା। କିନ୍ତୁ ଜାଡେଜା ନିଜର ବୋଲିଂ ଓ ଫିଲ୍ଡିଂ ଜରିଆରେ ୱେଷ୍ଟଇଣ୍ଡିଜକୁ କଡ଼ା ଜବାବ ଦେଇଛନ୍ତି।

ୱେଷ୍ଟଇଣ୍ଡିଜର ୨-୩ ଜଣ ବ୍ୟାଟ୍ସମ୍ୟାନ ଦମଦାର ଆରମ୍ଭ କରି ଭାରତୀୟ ବୋଲରମାନଙ୍କୁ ବେଶ କିଛି ସମୟ ପାଇଁ ଅସୁବିଧାରେ ପକାଇଥିଲେ। କିନ୍ତୁ ଜାଡେଜା ବ୍ୟାଟିଂ ସୁଯୋଗ ନ ମିଳିବାର ରାଗ ନିଜ ବୋଲିଂରେ ଦେଖାଇଥିଲେ। ସେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ନିଜ ସ୍ପିନ ଜାଲରେ ଫସାଇଥିଲେ। ଏହାର ଆରମ୍ଭ ହୋଇଥିଲା ଓପନର ଜନ କ୍ୟାମ୍ପବେଲଙ୍କ ଉଇକେଟ ସହ, ଯାହାଙ୍କୁ ସାଇ ସୁଦର୍ଶନ ଏକ ଅଦ୍ଭୁତ କ୍ୟାଚ ନେଇ ପାଭିଲିୟନ ଫେରାଇଥିଲେ। ଜାଡେଜାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଥିଲା ଏଲିକ ଆଥେନାଜେ ଓ ତେଜନାରାୟଣ ଚନ୍ଦ୍ରପାଲଙ୍କ ମଧ୍ୟରେ ହେଉଥିବା ବଡ଼ ଭାଗିଦାରୀ ଭାଙ୍ଗିବା। ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ୧୦୦ ରନ ପାଖାପାଖି ପହଞ୍ଚାଇଥିଲେ। ଏହି ସମୟରେ ତେଜନାରାୟଣ ଜାଡେଜାଙ୍କ ନୂଆ ଓଭରର ପ୍ରଥମ ବଲରେ ଛକା ମାରିଥିଲେ। ଏହା ଜାଡେଜାଙ୍କୁ ପସନ୍ଦ ନଥିଲା ଏବଂ ପରବର୍ତୀ ୨ଟି ବଲ ମଧ୍ୟରେ ସେ ୱିଣ୍ଡିଜ ଓପନରଙ୍କୁ ପାଭିଲିୟନ ଫେରାଇଥିଲେ।

ଜାଡେଜା ଏଠାରେ ନ ରହି ଶୀଘ୍ର ହିଁ ୱେଷ୍ଟଇଣ୍ଡିଜ ଅଧିନାୟକ ରଷ୍ଟନ ଚେଜଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ଫିଲ୍ଡିଂରେ ମଧ୍ୟ ଜାଡେଜାଙ୍କ ଯୋଗଦାନଯଦି ଏହା ଯଥେଷ୍ଟ ନଥିଲା, ତେବେ ଜାଡେଜା ନିଜର ଫିଲ୍ଡିଂରେ ମଧ୍ୟ ଅବଦାନ ରଖିଥିଲେ। କୁଲଦୀପ ଯାଦବଙ୍କ ବଲରେ ଜାଡେଜା ଏଲିକ ଆଥେନାଜେଙ୍କ କ୍ୟାଚ ଧରିଥିଲେ, ଯିଏ ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ। ଏହିପରି ଭାବେ ବ୍ୟାଟିଂରେ ସୁଯୋଗ ନ ମିଳିବା ପରେ ଜାଡେଜା ବୋଲିଂ ଓ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜର ୧୪ ଓଭରରେ ସେ ୩୭ ରନ ଦେଇ ୩ଟି ଉଇକେଟ ହାସଲ କରିଥିଲେ। ଏହା ଫଳରେ ମଜଭୁତ ଅବସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୪ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଛିଏବଂ ଭାରତଠାରୁ ୩୭୮ ରନରେ ପଛରେ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri