ପୋଲ ନିର୍ମାଣରେ ଅହେତୁକ ବିଳମ୍ବ: ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡୁଲୁରୀ ପାଇନ ବଣ ନିକଟ ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ବୁଲାଣି ରାସ୍ତାକୁ ଗତ କିଛି ବର୍ଷ ତଳେ ପୂର୍ତ୍ତ ବିଭାଗ ବ୍ଲକ ସ୍ପଟ ଭାବେ ଚି଼ହ୍ନଟ କରି ଡୁଲୁରୀ ନାଳରେ ଏକ ନୂତନ ପୋଲ ନିର୍ମାଣସହ ସିଧାରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ପରବର୍ତ୍ତୀ ସମୟରେ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ କରାଗଲା ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ପୋଲ ରେ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାରେ ବିଳମ୍ବ ଯୋଗୁ ଉକ୍ତ ନୂତନ ରାସ୍ତାରେ ଯାତାୟାତ ହୋଇପାରିନାହିଁ । ପୂର୍ବ ଭଳି ଯାତ୍ରୀମାନେ ସେହି ବୁଲାଣି ରାସ୍ତାରେ ଯାତାୟାତ କରୁଥିବା ବେଳେ ପ୍ରତିବର୍ଷ ଉକ୍ତ ବୁଲାଣି ରାସ୍ତାରେ ବଡ଼ବଡ଼ ଦୁର୍ଘଟଣା ଘଟିବା ସହ ଲୋକଙ୍କ ଅକାଳରେ ଜୀବନ ଚାଲିଯାଉହିବା ଅଭିଯୋଗ ହୋଇଛ। ଶୁକ୍ରବାର ସାରେ ୩ ଜଣ ଉକ୍ତ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ନେଇ ବାଲିଗୁଡା ବିଧାୟକ ଚକ୍ରମଣି କଂହର ଦାରିଙ୍ଗବାଡି ଆସିଥିବା ସମୟରେ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଶୀଘ୍ର ଉକ୍ତ ପୋଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ କହିଛନ୍ତି ସେ, ଏଥର ଜିଲା ମିଟିଂରେ ଉକ୍ତ ପୋଲ ନିର୍ମାଣରେ ବିଳମ୍ବ ଘଟଣାକୁ ଉଠାଇବେ। ଏହା ସହ ଆବଶ୍ୟକ ପଡ଼ିଲେ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ କହିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ, ଗଜପତି ଜିଲାର ଅଡବା, ମୋହନା ଦେଇ ବ୍ରହ୍ମପୁରକୁ ରାସ୍ତା ସଂଯୋଗ କରୁଛି। ତେବେ ଦାରିଙ୍ଗବାଡିଠାରୁ ଗଜପତି ଜିଲାର ପାଣିଗଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ସମ୍ପ୍ରସାରଣ କରାଯାଇଛି। ତେବେ ବିପଦପୂର୍ଣ୍ଣ ଓ ବ୍ଲାକ ଲିଷ୍ଟ ଭାବେ ଚି଼ହ୍ନଟ କରାଯାଇଥିବା ଉକ୍ତ ଡୁଲୁରୀ ବୁଲାଣି ରାସ୍ତାରେ ଚାଲିଥିବା ପୋଲନିର୍ମାଣ କାର୍ଯ୍ୟ ଓ ସଂଯୋଗୀକରଣ ରାସ୍ତା ନିର୍ମାଣ ଇତି ମଧ୍ୟରେ ୩ ବର୍ଷରୁ ଅଧିକା ସମୟ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ସରିବାରେ ନାମ ଧରୁ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତ। ଏନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ପୋଲ ନିର୍ମାଣ ସରିଛି। ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ବାଧକ ସାଜିଛି କିଛି ବଡ଼ ବଡ଼ ଗଛ। ଗଛ କାଟିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ରାସ୍ତା ଓ ପୋଲ ନିର୍ମାଣର ଶେଷ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri