ଜୟପାଟଣା,୨୮।୯(ଓମ ପ୍ରକାଶ ବୈଠାରୁ): ଭଗବାନଙ୍କଙ୍କୁ ବି ଛାଡୁ ନାହାନ୍ତି ଦର୍ବୃତ୍ତ। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ତାଲଗୁଡ ମା’ ଡୋକରି ବୁଡିଙ୍କ ପୀଠରୁ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଦାନବାକ୍ସ ଭାଙ୍ଗି ବାକ୍ସରେ ଥିବା ଟଙ୍କା ଏବଂ ସମସ୍ତ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଦାନ ବାକ୍ସରେ ଏକ ବର୍ଷର ଟଙ୍କା, ଅନ୍ୟାନ୍ୟ ରହିଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଶାରଦୀୟ ଦୁର୍ଗାପୂଜା ଅବସରରେ ତାଳଗୁଡ଼ ମା’ ଡୋକାରୀଙ୍କ ପୀଠରେ ପ୍ରବଳ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି।ତେବେ ଦାନ ବାକ୍ସ ଚୋରି କୁ ନେଇ ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଲାଗିବା ସହ ଚୋରି କରିଥିବା ଦୁବର୍ବୃତ୍ତଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


