ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି।
ରବିବାର ସକାଳେ ଅଚାନକ ଭାବେ ଶତାଧିକ ପୋଲିସ ପ୍ରସ୍ତାବିତ ଜିନ୍ଦଲ-ପୋସ୍କୋ ଚିହ୍ନଟ କରିଥିବା ୧୮ ଟି ଗ୍ରାମ ମଧ୍ୟରୁ ଯମୁନା ପୋଷି ପଞ୍ଚାୟତର ସମସ୍ତ ଗାଁ ଓ ରାଜନଗର ପଞ୍ଚାୟତର ନୁଆଖମଣ ଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ ଓ କୋଡ଼ଖମଣ ଗ୍ରାମରେ ଶତାଧିକ ପୋଲିସ ପ୍ରବେଶ କରି ବିନା କାରଣରେ ସୁବାଶିନୀ ମହାନ୍ତଙ୍କୁ ଯେଉଁଭଳି ଜୋରଜବରଦସ୍ତି ଟାଣି ଆଣିବାସହ ଅଶ୍ଳୀଳ ବ୍ୟବହାର କରି ଗାଡ଼ିରେ ବସାଇବା ଘଟଣା କୁ ସୋମବାର ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ ଓ ସଂପାଦକ ବେଣୁଧର ସର୍ଦ୍ଦାର ମିଳିତ ଭାବେ ଏକ ପ୍ରେସ ବିବୃତିରେ ଦୃଢ଼ଭାବେ ନିନ୍ଦା କରିଛନ୍ତି।
ଏଥିସହିତ ଜିନ୍ଦଲ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ଚିହ୍ନଟ କରାଯାଇ ଥିବା ୧୮ଟି ଗ୍ରାମରେ ଜଣେ ହେଲେ ସପକ୍ଷବାଦୀ ନ ଥିବାବେଳେ ସପକ୍ଷ ବିପକ୍ଷ ଆଳରେ ପୋଲିସ ଗାଁ ଗାଁରେ ଫ୍ଲାଗମାର୍ଚ୍ଚ କରି ନିରୀହ ନିରସ୍ତ୍ର ଲୋକଙ୍କୁ ତହସିଲଦାରଙ୍କ ଉପସ୍ଥିତିରେ ଭୟଭୀତ କରିବା ଓ ମଦ ମାଂସ ଖୁଆଇ ଲୋକଙ୍କୁ ଗ୍ରାମ ସଭା କରାଇବା ପାଇଁ ପ୍ରଲୋଭିତ କରିବା କାର୍ଯ୍ୟକୁ ମଧ୍ୟ ମଞ୍ଚ ନିନ୍ଦା କରିଛି।

ଭିଟା ମାଟି ଓ ଚାଷଜମି କୌଣସି ପରିସ୍ଥିତିରେ ସେମାନେ ଛାଡ଼ିବେ ନାହିଁ ବୋଲି ଦସ୍ତଖତ ସହ ଜିଲାପାଳ ଓ ତହସିଲଦାରଙ୍କୁ ପ୍ରତ୍ୟେକ ଗ୍ରାମରୁ ଦେବା ସତ୍ତ୍ୱେ ଲୋକଙ୍କୁ ଭୟଭୀତ କରାଇ ବଳପୂର୍ବକ ଜମି ଅଧିଗ୍ରହଣ କରିବା ପାଇଁ ଯେଉଁଭଳି ଭାବେ ପୋଲିସ ଓ ପ୍ରଶାସନର ବଳ ପ୍ରୟାଗ ଘଟଣା ଆରମ୍ଭ ହୋଇଛି। ଏହା ଭାଜପା ସରକାରଙ୍କ ଜନବିରୋଧି କାର୍ଯ୍ୟ ବୋଲି ସମ୍ପାଦକ ଶ୍ରୀ ସର୍ଦ୍ଦାର ଅଭିହିତ କରିଛନ୍ତି। ସରକାର, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏତାଦୃଶ କାର୍ଯ୍ୟରୁ ନିବୃତ ନ ରହିଲେ ଆଗାମୀ ଦିନରେ ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri