Posted inଜାତୀୟ

୨ ଭାରତୀୟ ଇଞ୍ଜିନିୟରଙ୍କୁ ଆଇଜି ନୋବେଲ

ନୂଆଦିଲ୍ଲୀ, ୨୨ା୯: ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ବିକାଶ କୁମାର ଓ ତାଙ୍କ ଛାତ୍ର ତଥା ରିସର୍ଚ୍ଚର ସାର୍ଥକ ମିତ୍ତଲଙ୍କୁ ଏହି ସଫଳତା ମିଳିଛି। ଉଭୟେ ଅଲଟ୍ରା ଭାୟୋଲେଟ (ୟୁଭି) ଲ୍ୟାମ୍ପ୍‌ରେ ସୁସଜ୍ଜିତ ଏକ ଜୋତା ଷ୍ଟାଣ୍ଡ୍‌ ଡିଜାଇନ୍‌ କରିଥିଲେ, ଯାହା ଜୋତାକୁ ସଫା ରଖିବା ସହ ସେଥିରେ ଥିବା ଜୀବାଣୁକୁ ନିଷ୍କ୍ରିୟ କରିଥାଏ। ଏହାଦ୍ୱାରା ଜୋତା ଷ୍ଟାଣ୍ଡର ଦୁର୍ଗନ୍ଧ କମିଥାଏ ବୋଲି ଉଭୟ ନିଜ ଗବେଷଣାରେ ଉଲ୍ଲେଖ କରିଥିଲେ। ଜୋତା ଷ୍ଟାଣ୍ଡ୍‌ରୁ ଦୁର୍ଗନ୍ଧ ଆସିବାର ଜୀବାଣୁ ଏକ ପ୍ରମୁଖ କାରଣ ବୋଲି ଉଭୟ ବିକାଶ ଓ ସାର୍ଥକ ନିଜ ଗବେଷଣାରେ ଦର୍ଶାଇଛନ୍ତି। ସେମାନଙ୍କର ଏହି ଅଧ୍ୟୟନ ୨୦୨୨ରେ ପ୍ରକାଶିତ ହୋଇଥିଲା। ହଷ୍ଟେଲ ରୁମ୍‌ରେ ଥିବା ଦୁର୍ଗନ୍ଧଯୁକ୍ତ ଜୋତା ଷ୍ଟାଣ୍ଡ୍‌କୁ ଦେଖି ସାର୍ଥକ ଏହି ଗବେଷଣା କରିବାକୁ ଠିକ୍‌ କରିଥିଲେ, ଯେଉଁଥିରେ ତାଙ୍କୁ ତାଙ୍କ ପ୍ରଫେସର ବିକାଶ ସାହାଯ୍ୟ କରିଥିଲେ।

ଆଇଜି ନୋବେଲ କ’ଣ
ବିଜ୍ଞାନ କ୍ଷେତ୍ରରେ କିଛି ଗବେଷଣା ପ୍ରଥମେ ଲୋକଙ୍କୁ ହସାଇଥାଏ ଏବଂ ପରେ ଏହାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏପରି ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ପ୍ରତିବର୍ଷ ଆଇଜି ନୋବେଲ ସମ୍ମାନ ପ୍ରଦାନ କରାଯାଇଥାଏ। ୧୯୯୧ରେ ଆମେରିକାର ବିଜ୍ଞାନ ହାସ୍ୟ ପତ୍ରିକା ‘ଆନାଲ୍ସ ଅଫ୍‌ ଇମ୍‌ପ୍ରୋବାବଲ ରିସର୍ଚ୍ଚ’ ଦ୍ୱାରା ପ୍ରଥମ ଥର ପାଇଁ ଆଇଜି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତି ବର୍ଷ ବ୍ରିଟେନ୍‌ର ବୋଷ୍ଟନରେ ଏହି ପୁରସ୍କାରର ବିଜେତାଙ୍କ ନାମକୁ ଘୋଷଣା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri