Posted inଜାତୀୟ

ଆମେରିକାରେ ପାଠପଢ଼ା ପ୍ରତି ଭାରତୀୟଙ୍କ ଅନାଗ୍ରହ

ନୂଆଦିଲ୍ଲୀ, ୨୨ା୯ (ପି.ଟି.): ଭାରତୀୟ ଛାତ୍ରୀଛାତ୍ରଙ୍କ ବିଦେଶରେ ପଢ଼ିବା ଆଗ୍ରହରେ ପରିବର୍ତ୍ତନ ଆସିଛି। ଆଇଡିପି ଏଜୁକେଶନ ପକ୍ଷରୁ ରବିବାର ଜାରି ରିପୋର୍ଟ ଅନୁଯାୟୀ, ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ବର୍ଷକ ମଧ୍ୟରେ ୪୬.୪% ହ୍ରାସ ପାଇଛି। ସେହିପରି କାନାଡାରେ ଏହି ହାର ୨ ବର୍ଷ ମଧ୍ୟରେ ୭୦ରୁ ୭୫% କମିଛି। ଆଇଡିପି ଏଜୁକେଶନର ଦକ୍ଷିଣ ଏସିଆ, କାନାଡା, ଲାଟିନ ଆମେରିକା (ଏଲ୍‌ଏଟିଏଏମ୍‌) ଆଞ୍ଚଳିକ ନିର୍ଦ୍ଦେଶକ ପୀୟୂଷ କୁମାର କହିଛନ୍ତି, ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳରେ ବିଭିନ୍ନ ନୀତିଗତ ପରିବର୍ତ୍ତନ ଏବଂ ଭିଜା ନିୟମାବଳୀରେ ଅନିଶ୍ଚିତତା ଯୋଗୁ ସେଠାରେ ଭାରତୀୟ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଯୋଜନା ପ୍ରଭାବିତ ହୋଇଛି। ୨୦୨୪ ଜୁନ୍‌ ପରଠାରୁ ଭାରତୀୟ ଛାତ୍ରୀଛାତ୍ରଙ୍କ ଭିଜା ଅନୁମୋଦନ ହାର ହ୍ରାସ ପାଇଛି। ଏହାର ପ୍ରଭାବରେ ଦେଶର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ୪୬.୪% ହ୍ରାସ ପାଇଛି। ସେହିପରି ଆମେରିକା ଟାରିଫ ଯୋଗୁ କାନାଡାର ନିମ୍ନଗାମୀ ଅର୍ଥନୀତି ଆଦି କାରଣରୁ ସେଠାରେ ପଢ଼ିବାର ଆଗ୍ରହ କମିଛି। ତେବେ ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆ ପ୍ରତି ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆକର୍ଷଣ ପୂର୍ବବର୍ଷ ପରି ସ୍ଥିର ରହିଛି। ଅଷ୍ଟ୍ରେଲିଆରେ ଚଳିତବର୍ଷ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟାରେ ୯% ବୃଦ୍ଧି ଘଟିଛି। ଅଷ୍ଟ୍ରେଲିଆରେ ଉଚ୍ଚଶିକ୍ଷା ଅଧ୍ୟୟନ କଲେ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିବ ବୋଲ ସେମାନଙ୍କର ଭରସା ଥିବା ପୀୟୂଷ କହିଛନ୍ତି। ଅଷ୍ଟ୍ରେଲିଆ ସରକାର ୧୯୬୯ରେ ଆଇଡିପି ସ୍ଥାପନ କରିଥିଲେ। ଶିକ୍ଷାକ୍ଷେତ୍ରରେ ଏହା ଏକ ବୈଶ୍ୱିକ ସଂସ୍ଥା, ଯାହା ପ୍ରତିବର୍ଷ ୧ ଲକ୍ଷ ଛାତ୍ରୀଛାତ୍ରଙ୍କୁ ୮୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସାହାଯ୍ୟ କରିଥାଏ। ଏହାର ନେଟ୍‌ଓ୍ବର୍କ ଅଷ୍ଟ୍ରେଲିଆ, ବ୍ରିଟେନ୍‌, ଆମେରିକା, କାନାଡା, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଆଦି ଦେଶରେ ରହିଛି। ଭାରତର ୬୩ ସହରରେ ଆଇଡିପିର ୭୩ଟି କାର୍ଯ୍ୟାଳୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri