ମୋରଡ଼ା,୨୦ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦,୩୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହିତ ୯୦୦ ଲିଟର ଦେଶୀ ମଦ ଜବତ କରିଛି।
ସୂଚନା ମୁତାବକ, ରେଞ୍ଜ ଇନ୍ସପେକ୍ଟର ସ୍ବପ୍ନାରାଣୀ ସାହୁ, ଏପିଆର ଫୋର୍ସ, ଦେଉଳି, କୁଳିଅଣା ଏବଂ ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତ ଓ଼ ତାଙ୍କ ଟିମ୍ ମିଳିତ ଭାବେ ମୋରଡା ବ୍ଲକ ଅଧୀନ ଭାଲୁକଚୁଆ ଗ୍ରାମର ତଳସାହିରେ ଥିବା ବେଆଇନ ଦେଶୀ ଭାଟି ଉପରେ ଚଢ଼ାଉ କରି ୩୬୦ ଲିଟର ଦେଶୀ ମଦ ଜବତ କରିବା ସହିତ ୪୫୦୦ ଲିଟର ମହୁଲ ପୋଚ ନଷ୍ଟ କରିଛନ୍ତି। ସେହିପରି ଅନ୍ୟ ଏକ ଭାଟି ଉପରେ ଚଢ଼ାଉ କରି ୩୨୦ଲିଟର ମଦ ଜବତ କରିବା ସହିତ ୩୩୦୦ ଲିଟର ମହୁଲ ପୋଚ ନଷ୍ଟ କରିଛନ୍ତି । ଏଥି ସହିତ ମଦ ତିଆରି ପାଇଁ ବ୍ୟବହୃତ ବିଭିନ୍ନ ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ଏ ନେଇ ଅବକାରୀ ଥାନାରେ ୧୦୮,୧୦୯/୨୫ରେ ଦୁଇଟି ମାମଲା ରୁଜୁ କରାଯାଇଛି। ଉକ୍ତ ଗ୍ରାମର ଉପରସାହିରେ ଚଢ଼ାଉ କରି ୨୫୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହିତ ୨୨୦ ଲିଟର ଦେଶୀ ମଦ ଜବତ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି।


