ଜାତୀୟ ପୋଷଣ ମାସ-୨୦୨୫: ୮ଟି ଥିମ ଉପରେ ଆଲୋଚନା

କେସିଙ୍ଗା,୧୮।୯(ତୁମେଶ୍ବର ସାହୁ): ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ଆନୁକୂଲ୍ୟରେ ଜାତୀୟ ପୋଷଣ ମାସ-୨୦୨୫ ଏବଂ ମା’ଙ୍କ ପାଇଁ ଗଛଟିଏ ୨.0 ବିଷୟବସ୍ତୁ ଉପରେ ଏକ କର୍ମଶାଳା ବ୍ଲକର ସଭାଗୃହଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉପସ୍ଥିତ କର୍ମୀମାନେ ବ୍ଳକ କାର୍ଯ୍ୟାଳୟଠାରୁ ସହର ପରିକ୍ରମା କରି ପୋଷଣ ପାଳନ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାଟିକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଜନ୍ମେଜୟ ସ୍ବାଇଁ ଯୋଗ ଦେଇଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା କୁମାରୀ ମିଶ୍ର, ନୂଆପଡା ଡାକ୍ତରଖାନାର ପୂର୍ବତନ ସହକାରୀ ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ କିଶୋରେ ଚନ୍ଦ୍ର ପଟେଲ, ଅବସର ପ୍ରାପ୍ତ କ୍ଷେତ୍ର ଅଧିକାରୀ ବିଷ୍ଣୁ ଚରଣ ସାହୁ, କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼.କୁଞ୍ଜ ବିହାରୀ ସାହୁ, କାଉନସିଲର ଶରୀତା ଶର୍ମା,ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ। ଶିଶୁ, ବାଳିକା, ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା ତଥା ଜନସାଧାରଣଙ୍କୁ କିପରି କୁପୋଷଣରୁ ଦୁରେଇ ସୁସ୍ଥ ସୁନ୍ଦର ସମାଜ ତଥା ଦେଶ ଗଠନ କରିପାରିବା ସେହି ଉପରେ ଅତିଥିମାନେ ଆଲୋକପାତ କରିଥିଲେ।

ନିଜ ମା’ପ୍ରତି ସ୍ନେହ ଓ ଭଲ ପାଇବା ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ପାଇଁ ମା’ଙ୍କ ନାମରେ ଗଛଟିଏ ଲଗାଇବା ଦରକାର ବୋଲି ଉପସ୍ଥିତ ମହିଳାଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ଶତାଧୂକ ମହିଳା, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ,ଆଶା,ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବଦିନ ମହିଳାମାନଙ୍କୁ ନେଇ ବ୍ଲକ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିବା ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅଂଶ ଗ୍ରହଣ କରିଥିବା ମହିଳା ଓ ଯୁବତୀଙ୍କ ମଧ୍ୟରେ କୁଇଜ, ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ, ରଙ୍ଗୋଲି ପ୍ରତିଯୋଗିତାଗୁଡିକ କରାଯାଇଥିଲା। କୃତି ପ୍ରତୀକଯୋଗୀଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ପୁରସ୍କୃତ କରାଯାଇଥିଲା।

ଜାତୀୟ ପୋଷଣ ମାସ ପାଳନ ଉପଲକ୍ଷେ ଗ୍ରାମାଞ୍ଚଳରେ କିପରି ବହୁମାତ୍ରାରେ ପୋଷଣ ମାସ ପାଳନ ପରିବର୍ତ୍ତେ ବର୍ଷସାରା ଏହି ନୀତିକୁ ପାଳନ କରାଗଲେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟପକ୍ଷେ ହିତକର ହେବ ବୋଲି ଅତିଥିମାନେ ମତପୋଷଣ କରିଥିଲେ। ପ୍ରତ୍ୟେକ ପରିବାର ସଦସ୍ୟମାନେ କିମ୍ବା ମହିଳା ମାନେ ତେଲ, ଲୁଣ, ଚିନି, ମଇଦା ଆଦି ଜିନିଷକୁ ଖାଦ୍ୟରେ ଗୁରୁତ୍ୱ ନ ଦେଇ ପନିପରିବା,ଚାଉଳ, ଶଜନା, କଦଳୀ,ଅମୃତଭଣ୍ଡା,ଗଜା ମୁଗ, ମାଛ, ମାଂସ, କ୍ଷୀର,ଗାଜର,ପାଚିଲା କଦଳୀ,ମାଣ୍ଡିଆ,କାଙ୍ଗଡ଼, ଗୁର୍ଜି, ଡାଲି ଜାତୀୟ ଖାଦ୍ୟ ବ୍ୟବହାର କରିବାକୁ ଅତିଥିମାନେ ଉପଦେଶ ଦେଇଥିଲେ। ପୁଷ୍ଟିକର ଖାଦ୍ୟର ୮ଟି ଥିମ ଉପରେ ସିଡିପିଓ ଆଲୋଚନା କରିଥିଲେ। ଶେଷରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ବର ଦ୍ବାରା ପ୍ରେରିତ ଗୀତ ଓ ନାଟକ ବିଭାଗ ଦ୍ବାରା ସୂଚାନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

ଶତପ୍ରତିଶତ ପରୀକ୍ଷା ଫଳ ଉପରେ ଗୁରୁତ୍ୱ: କେନ୍ଦ୍ରୀୟ ବିଦ୍ୟାଳୟ…

ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା...

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri