ମହିଳା ଗୋଡ଼ାଇଲେ ଏବିଡିଓ ଧାଇଁଲେ: ବିବାହ ପ୍ରମାଣ ପତ୍ର ଲାଗି ଲାଞ୍ଚ ମାଗିବା ଅଭିଯୋଗରେ…

ପୁରୁଷୋତ୍ତମପୁର,୧୬ା୯ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତପୁର ବ୍ଲକ୍‌ କାର୍ଯ୍ୟାଳୟ ପରିଷରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଦେଖାଦେଇଛି। ଘଟଣାଟି ଯେତିକି ଉତ୍ତେଜନାପୂର୍ଣ୍ଣ ରହିଥିଲା ସେତିକି କୌତୁହଳ ମଧ୍ୟ ରହିଥିଲା। ଏବିଡିଓ ଚୌକି ଛାଡ଼ି ଧାଉଁଥିବା ବେଳେ ମହିଳାମାନେ ପଛରେ ଗୋଡ଼ାଉଥିବା ଘଟଣା ବ୍ଲକ୍‌ ପରିଷରରେ ଉପସ୍ଥିତ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିଲା। ଦୀର୍ଘ ଦିନହେଲା ଏବିଡିଓ ନିରାକାର ଜେନାଙ୍କ ବିରୋଧରେ ଲୋକଙ୍କ ମନରେ କୁହିଳୁଥିବା ଅଶୋନ୍ତୋଷର ନିଆଁ ଶେଷରେ ଉଗ୍ରରୁପ ନେଇଛି। ଏବିଡିଓଙ୍କ ନାମରେ ସଙ୍ଗିନ୍‌ ଅଭିଯୋଗ ଆଣି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ବିବାହ ପଞ୍ଜିକରଣ ନିମନ୍ତେ ହିତାଧିକାରୀଙ୍କଠାରୁ ଟଙ୍କା ନେବା ସହ ହିତାଧିକାରୀଙ୍କ କାମ କରୁ ନ ଥିବା ଅଭିଯୋଗ କରି ଶହଶହ ମହିଳା ପୁରୁଷମାନେ ରାଷ୍ଟ୍ରୀୟ ମଜଦୁର କଂଗ୍ରସ ସଭାପତି ଭୋକାଲି ସେଠୀଙ୍କ ନେତୃତ୍ୱରେ ବ୍ଲକ୍‌ ଘେରାଉ କରି ଆନ୍ଦୋଳନ କରିଛନ୍ତି। ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏବିଡିଓଙ୍କ ବିରୋଧରେ ନାରାଦେଇ ପ୍ରତିବାଦର କରିବା ସହ ଏବିଡିଓ ନିରାକାର ଜେନାଙ୍କ କୁଷପୁତଳିକା ଦାହ କରିଛନ୍ତି। ଆନ୍ଦୋଳନ କାରିମାନେ ଅଭିଯୋଗ କରିଛନ୍ତି ଯେ ସେ ଏବିଡିଓ ଭାବେ କିଛି ବର୍ଷ ହେଲା ଯୋଗଦେବା ପରଠାରୁ ବିବାହ ପଞ୍ଜିକରଣ ସାର୍ଟିଫିକେଟ ଲାଗି ୨ ହଜାରରୁ ୪ ହଜାର ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସାର୍ଟିଫିକେଟ ଦେଉ ନାହାନ୍ତି। ଏହାସହ ଲାଞ୍ଚ ଅର୍ଥ ନ ଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି। ବିଡିଓ ଅନୁପସ୍ଥିତି ଯୋଗୁ ଦାଇତ୍ୱରେ ଥିବା ନିଜେ ଏବିଡିଓଙ୍କୁ ସ୍ମାରକପତ୍ର ଦେବାଲାଗି ଲୋକେ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିବା ବେଳେ ଏବିଡିଓ ଉତ୍‌କ୍ଷିପ୍ତ ହୋଇ ଆନ୍ଦୋଳନକାରୀଙ୍କୁ ଏଣେତେଣେ କହିଥିଲେ। ଫଳରେ ହିତାଧିକାରୀ, ରାଷ୍ଟୀୟ ମଜଦୁର କଂଗ୍ରେସକର୍ମୀ ଓ ଏବିଡିଓଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଫଟୋ ଭଡିଓ ଉତ୍ତଳ ନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏବିଡିଓ କେଶ୍‌ କରିବା ନେଇ ଧମକ ଦେଇଥିଲେ। ଏବିଡ଼ିଓ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଉପସ୍ଥିତ ମହିଳା ହିତାଧିକାରୀଙ୍କୁ ଠେଲାପେଲା କରି କାର୍ଯ୍ୟଳୟ ଛାଡ଼ି ବାହାରକୁ ଦୌଡ଼ିଚାଲି ଯାଇଥିବା ବେଳେ ମହିଳାମାନେ ତାଙ୍କୁ ଗୋଡ଼ାଇଥିଲେ। ଏହାର ଖବରପାଇ ବିଡ଼ିଓ ଶରତ କୁମାର ପାତ୍ର ଫୋନ୍‌ ଯୋଗେ ଆନ୍ଦୋଳନକାରିଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାକୁ ନେଇ ଏବିଡିଓ ନିରାକାର ଜେନା କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, କୌଣସି ହିତାଧିକାରୀଙ୍କ ଠାରୁ ଟଙ୍କାଟିଏ ମଧ୍ୟ ନେଉନାହିଁ। କିଛି ହିତାଧିକାରୀ ଆବଶ୍ୟକୀୟ କାଗଜପତ୍ର ଦାଖଲ ନ କରିଥିବା ଯୋଗୁ ବିବାହ ପଞ୍ଜିକରଣ ହୋଇପାରି ନ ଥିବା ସହ ଉଦ୍ୟସମୂଳକ ଭାବରେ ତାଙ୍କ ବିରୋଧରେ ଲୋକଙ୍କୁ ଆଣି ଏପରି କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri