ସାମାଜିକ ସମୀକ୍ଷା, ଜନ ଶୁଣାଣି: ଅବହେଳା ପାଇଁ କ୍ଷୋଭ ପ୍ରକାଶ କଲେ ସିଡିଓ, ସାତ ଦିନ ଭିତରେ…

ଗଞ୍ଜାମ,୧୦/୯: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ସିଡିଓ ବିଜୟ ବେହେରା, ବ୍ଲକ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଡିଏସଏ ରବୀନ୍ଦ୍ର ନାଥ ମଲାଣ, ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଜଣେ ଲୋକ ସମୁଦାୟ ୪୦ ଦିନ କାର୍ଯ୍ୟ କରିଥିବା ବେଳେ ତାହାର କାର୍ଯ୍ୟ ୧୦୦ ଦିନ ହୋଇଥିବା ଦର୍ଶାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ସିଡିଓ ଉକ୍ତ ପଂଚାୟତର ଜିଆରଏସ ପଚାରିଥିଲେ। ସେ ଉକ୍ତ ବିଷୟରେ ଜାଣିନଥିବା କହିଥିଲେ । ପରେ ଭାରପ୍ରାପ୍ତ ସିଡିଓ ଆସନ୍ତା ସାତ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ କହିଥିଲେ। ସେହିପରି ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗର କାର୍ଯ୍ୟଧାରା ଠିକ ନଥିବା ଯୋଗୁଁ ଲୋକପ୍ରତିନିଧି ଏବଂ ଜିଲାରୁ ଆସିଥିବା ଅଧିକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ଏହି ବିଭାଗର ବିଭିନ୍ନ ପ୍ରକଳ୍ପ ହେଉଥିବା ବେଳେ ଲୋକପ୍ରତିନିଧିଙ୍କୁ ଅଫିସରମାନେ ଜଣାଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା l ୬ ମାସ ହେଲା କିଛି ପଂଚାୟତର ଜିଆରଏସମାନେ କେସ ରେକର୍ଡ଼ ଦାଖଲ କରିନାହାନ୍ତି । ଏଭଳି ଏଭଳି ଅବହେଳା ପାଇଁ ସିଡିଓ କ୍ଷୋଭ ପ୍ରକାଶ କରିବା ସହ ସାତ ଦିନର ମହଲତ ଦେଇଛନ୍ତି। ବ୍ଲକ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ନଥିବା କିଛି ଅଧିକାରୀ କାରଣ ଦର୍ଶାଅ ନୋଟିସ ପାଇଁ ବିଡ଼ିଓଙ୍କୁ ଭାରପ୍ରାପ୍ତ ସିଡିଓ ନିର୍ଦେଶ ଦେଇଥିଲେ । ସେହିପରି ବ୍ଲକର କେତେକ ସ୍କୁଲରେ ପରିସ୍ରା ଗାର ନଥିବା ଯୋଗୁ ପିଲା ବାହାରକୁ ଯାଉଛନ୍ତି। ଏ ସମ୍ପର୍କରେ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ତ ସ୍କୁଲର ସ୍ଥିତି ଅନୁଧ୍ୟାନ ପାଇଁ ବ୍ଲକ ଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ ଖଣ୍ଡଦେଉଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଫିସର ସୌମ୍ୟ କାନ୍ତ ମହାପାତ୍ର, ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ରାମଗଡ଼ ସରପଞ୍ଚ ସନ୍ତୋଷିନୀ ବେହେରା, ସରପଞ୍ଚ ,ସିଦ୍ଧେଶ୍ବର ନାହାକ, ରବୀନ୍ଦ୍ର ବେହେରା, ସମିତି ସଭ୍ୟ ହଜାରୀ ବେହେରା, ଜୟ କୃଷ୍ଣ ରେଡି, ଚକା ନାହାକ, ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ମାମି ଦାସଙ୍କ ସମେତ ସମସ୍ତ ଅନ୍ୟାନ୍ୟ ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୪/୨୫ରେ ମୋଟ ୨୫୫୦ ପ୍ରକଳ୍ପ ଅନୁମୋଦନ ହୋଇଥିଲା l ସେଥିରୁ ୧୨୫୪ ପ୍ରକଳ୍ପ ସମ୍ପୂର୍ଣ ହୋଇଛି। ଏଥିପାଇଁ ୯ କୋଟି ୮୬ ଲକ୍ଷ ୫୩ ହଜାର ଖର୍ଚ୍ଚ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ୨୫୯୫୧୯ କାର୍ଯ୍ୟ ଦିବସ ହୋଇଥିଲା ବେଳେ ୧୬୮ ପରିବାର ୧୦୦ ଦିନ ସମ୍ପୂର୍ଣ କରିଥିବା ବ୍ଲକ ପକ୍ଷରୁ କୁହାଯାଇଛି। ଏପିଓ ବ୍ରଜକିଶୋର ବେହେରା, ନରେଗା ଆସିଷ୍ଟାଣ୍ଟ ମାମି ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ଶିବାନୀ ସେଠୀ, ପ୍ରମୁଖ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri