ଧର୍ମଶାଳାରୁ ସମ୍ପୂର୍ଣ୍ଣ ସଫା ହୋଇଯିବ ବିଜେଡି! ଆସନ୍ତାକାଲି ମହାମିଶ୍ରଣ ପର୍ବ, ଭାଜପାରେ ମିଶିଯିବେ ଏମାନେ…

ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦେଖା ଯାଉନି ଶଙ୍ଖ ଚିହ୍ନର ପୋଷ୍ଟର, ବ୍ୟାନର। କେବଳ ଚାରିଆଡ଼େ ଦିଶୁଛି ପଦ୍ମ ଚିହ୍ନ।
ବର୍ତ୍ତମାନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏକ ପ୍ରକାର ନିର୍ବାଚନର ମାହୋଲ ଦେଖିବାକୁ ମିଳୁଛି। ଆସନ୍ତାକାଲି ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ହେବାକୁ ଯାଉଛି ଭାଜପାର ସମ୍ବର୍ଦ୍ଧନା ସଭା ଓ ମହାମିଶ୍ରଣ ପର୍ବ । ଯେଉଁଠି ସାମିଲ ହେବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ମନ୍ତ୍ରୀ ସାଂସଦ ଏବଂ ବିଧାୟକ। ମିଶିବେ ଅନେକ ଟାଣୁଆ ନେତା, ଅନେକ ପଞ୍ଚାୟତ ଓ ଜୋନ୍‌ ସଭାପତି, ବିଭିନ୍ନ ସରପଞ୍ଚ ଏବଂ ସମିତି ସଭ୍ୟ । ସେଥିପାଇଁ ଧର୍ମଶାଳାରେ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

୨୦୨୪ ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳାରେ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ ଭାଜପା ଦଳରେ ସାମିଲ ହେଉଛନ୍ତି। ଆସନ୍ତା ୧୦ ତାରିଖ ଅର୍ଥାତ୍‌ କାଲି ହେବାକୁ ଯାଉଛି ଏକ ବଡ଼ ମିଶ୍ରଣ ପର୍ବ । ପୋଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ପରଖୁଛନ୍ତି। ନିର୍ବାଚନ ମାହୋଲ ପରି ପଂଚାୟତ ଓ ଗାଁ ଗାଁରେ କର୍ମୀମାନଙ୍କ ମଧ୍ୟରେ ଘନ ଘନ ବୈଠକ ଦେଖିବାକୁ ମିଳୁଛି। ଗତ ମାସରେ ୭୫ରୁ ଊଦ୍ଧର୍‌ବ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଶିବିର ଛାଡ଼ି ବିଧାୟକ ହିମାଂଶୁ ସାହୁଙ୍କ ଶିବିରରେ ସାମିଲ ହେବା ପରେ ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ବାଧ୍ୟ ହୋଇ ଅନାସ୍ଥା ଭୋଟିଂ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଦଳରେ ସାମିଲ ହୋଇ ଥିବା ଜନ ପ୍ରତିନିଧିଙ୍କ ସମର୍ଥକମାନେ ଆସନ୍ତାକାଲି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶିବିରରେ ସାମିଲ ହେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫୦ହଜାରରୁ ଊଦ୍ଧର୍‌ବ କର୍ମୀମାନଙ୍କୁ ନେଇ ଏହି ସଭାର ଆୟୋଜନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଶେଷ ଚୁଡାନ୍ତରେ। ଧର୍ମଶାଳାରୁ ବିଜେଡି ଦଳ ସମ୍ପୂର୍ଣ୍ଣ ସଫା ହୋଇ ଯିବ କାରଣ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ କର୍ମୀମାନଙ୍କ ସହ ସୁସମ୍ପର୍କ ରଖି ପାରିନାହାନ୍ତି । ଯାହା ଫଳରେ ସାଧାରଣ ଲୋକେ ଓ କର୍ମୀ ସେ ଦଳ ଛାଡ଼ି ତାଙ୍କ ଶିବିରରେ ସାମିଲ ହେଉ ଥିବା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri