ଶେଷରେ ଗାଦି ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ଓଲି: ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପଡ଼ିଲା ମହଙ୍ଗା

କାଠମାଣ୍ଡୁ,୯ା୯: ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ ଅପପ୍ରଚାର, ଡେଟା ପ୍ରିଭେସି, ଅନ୍‌ଲାଇନ୍‌ ସେଫ୍ଟି ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରମାନେ କଟକଣା ଲଗାଉଥିବାବେଳେ ନେପାଳ ମଧ୍ୟ ଅନୁରୂପ ପନ୍ଥା ଆପଣାଇ ଫସିଯାଇଛି। ବିରୋଧର ସାମ୍ନା କରି ଶେଷରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌(ୟୁଏନ୍‌ଏଲ୍‌)-କଂଗ୍ରେସ ମେଣ୍ଟ ସରକାର ଗତ ଗୁରୁବାରଠାରୁ ନେପାଳରେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, X, ୟୁଟ୍ୟୁବ୍‌, ହ୍ବାଟ୍ସଆପ୍‌, ଲିଙ୍କେଡ୍‌ଇନ୍‌, ରେଡିଟ୍‌ ସମେତ ୨୬ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାକୁ ନେଇ ଦେଶରେ ବିରୋଧ ଦେଖାଯାଇଥିଲା। ଫଳରେ ସରକାର ଏହା ଉପରୁ ନିଷେଧାଦେଶ ଉଠାଇଦେଇଥିଲେ। ଏହାର କିଛି ଘଣ୍ଟା ପରେ ପ୍ରଧାନମନ୍ତନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌

ସୂଚନାଯୋଗ, ସାମାଜିକ ଗଣମାଧ୍ୟମ ଉପରେ ଏପରି କଠୋର କଟକଣାକୁ ଯୁବପିଢ଼ି ନାପସନ୍ଦ କରିଥିଲେ। ସରକାର ଏସବୁକୁ ବ୍ୟାନ୍‌ କରି ଦୁର୍ନୀତି ବିରୋଧୀ ସ୍ବରକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଦର୍ଶାଇ ସୋମବାର ଅନେକ ହଜାର ଛାତ୍ରୀଛାତ୍ର ଜେନ୍‌ ଜେଡ୍‌ (୧୯୯୬ରୁ ୨୦୧୦ ମଧ୍ୟରେ ଜନ୍ମିତ ପିଢ଼ି) ବ୍ୟାନରରେ ଆନ୍ଦୋଳନରେ ସାମିଲ ହୋଇଥିଲେ॥ ସୋମବାର ସ୍କ୍‌ୁଲ ଛାତ୍ରୀଛାତ୍ରଙ୍କ ସମେତ ଖବରଦାତା ଓ ସାମାଜିକ ଅଧିକାର କର୍ମୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି କାଠମାଣ୍ଡୁ କେନ୍ଦ୍ରସ୍ଥଳରେ ଥିବା ପାର୍ଲାମେଣ୍ଟ ଆଗରେ ଏକତ୍ରିତ ହୋଇଥିଲେ। ସେମାନେ ସେଠାରେ ସରକାର ବିରୋଧୀ ସ୍ଲୋଗାନ ଦେଇ ତୁରନ୍ତ ସୋସିଆଲ ମିଡିଆ ଉପରୁ ନିଷେଧାଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ବିକ୍ଷୋଭକାରୀମାନେ ପାର୍ଲାମେଣ୍ଟ ପରିସରକୁ ଧସେଇ ପଶିବାବେଳେ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ପୋଲିସ ସେମାନଙ୍କ ଉପରେ ଲାଠିମାଡ଼ କରିବା ସହ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ପ୍ରୟୋଗ କରିଥିଲେ। ଇତିମଧ୍ୟରେ ପୋଲିସର ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ସିଭିଲ୍‌ ହସ୍ପିଟାଲ, ଟ୍ରମା ସେଣ୍ଟର, ଏଭରେଷ୍ଟ ହସ୍ପିଟାଲ, କାଠମାଣ୍ଡୁ ମେଡିକାଲ କଲେଜ, ତ୍ରିଭୁବନ ୟୁନିଭର୍ସିଟି ଟିଚିଂ ହସ୍ପିଟାଲ ଆଦିରେ ଭର୍ତ୍ତି କରାଯାଇଛି। ଏଥିରେ କେତେଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସ୍ଥିତି ଅଣାୟତ୍ତ ହେବା ପରେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ସେନାକୁ ମୁତୟନ କରିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ କର୍ଫ୍ୟୁ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri