ଦେବଗଡ଼,୭ା୯(ଶଶାଙ୍କ ଶେଖର ଝାଙ୍କର): ୟୁରିଆ ସାର ଅଭାବ ନେଇ ଦେବଗଡ଼ରେ ଉତ୍ତେଜନା। ଦେବଗଡ଼-ରିଆମାଳ ରାସ୍ତା ଝାଡ଼େଶ୍ବର ମନ୍ଦିର ନିକଟରେ ରାସ୍ତା ଅବରୋଧ ହୋଇଛି। ସାର ଗଚ୍ଛିତ ସତ୍ତ୍ୱେ ଦେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଳାବଜାର ଉଦ୍ଦେଶ୍ୟ ନେଇ ରାତିରେ ସାର ବିକ୍ରି ହେଉଛି। ଦିନରେ ଆସୁଥିବା ଚାଷୀଙ୍କୁ ସାର ଦେଉନାହାନ୍ତି ପ୍ରାଇଭେଟ ଡିଲର। ପ୍ରାଇଭେଟ ଡିଲର୍କୁ ସାର୍ କଳାବଜାର କରୁଥିବା ଅଭିଯୋଗରେ ରାସ୍ତା ଅବରୋଧ ହୋଇଛି। ଅଧ ଘଣ୍ଟା ରାସ୍ତା ଅବରୋଧ ପରେ ପ୍ରତ୍ୟାହାର ହୋଇଛି। କିନ୍ତୁ ସାର ଗୋଦାମରେ ଶତାଧିକ ଲୋକ ଲମ୍ବା ଧାଡ଼ିରେ ରହିଛନ୍ତି। ମାତ୍ର ୪୦୦ ବସ୍ତା ସାର ଥିବା ବେଳେ ଚାଷୀ ସାଂଖ୍ୟ ତାଠାରୁ ଢେର୍ ଅଧିକ ରହିଛି।


