କେସିଙ୍ଗା,୭।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୋଡ଼ଖମ ଗ୍ରାମର ସୁରୁଜୋର୍ ଜଙ୍ଗଲ ଭିତରେ ଥିବା ଭବାନୀ ଏଣ୍ଟର ପ୍ରାଇଜେସ ଗୋଦାମରେ ବିସ୍ପୋରକ ସାମଗ୍ରୀକୁ କେସିଙ୍ଗା ପୋଲିସ ପକ୍ଷରୁ ଶନିବାର ସିଲ କରାଯାଇଛି। ଅର୍ନିଦ୍ଦିଷ୍ଟ କାଳ ପାଇଁ ଏହି ଗୋଦାମ ସିଲ କରାଯାଇଛି।
ସୂଚନା ଥାଉ କି, ଏଠାରେ ପ୍ରାୟ ୪ ଏକର ବିଶିଷ୍ଟ ଜମିରେ ଗତ ୨୦୧୯ରେ ସ୍ଥାପିତ କରାଯାଇଛି। ଦୀର୍ଘ ୬ ବର୍ଷ ହେଲାଣି କେନ୍ଦ୍ର ସରକାରଙ୍କ ଠାରୁ ଲାଇସେନ୍ସ ଆଣି ଜେଲେଟିନ ଓ ଆଇ ଇ ଡି ଭଳି ଭୟଙ୍କର ବିସ୍ପୋରକ ରଖାଯାଉଛି। ୨୦ ହଜାର କେଜି କ୍ଷମତା ବିଶିଷ୍ଟ ଉକ୍ତ ବିସ୍ପୋରକ ଗୋଦାମରେ ବର୍ତ୍ତମାନ ମଧ୍ୟ ହଜାର ହଜାର କ୍ୱିଣ୍ଟାଲ ବିସ୍ପୋରକ ଗୋଦାମ ଭିତରେ ଗଚ୍ଛିତ ରହିଛି। ଏହି ଭବାନୀ ଏଣ୍ଟର ପ୍ରାଇଜେସ ଜିଲାର କେସିଙ୍ଗା, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟ, ଜୟପୁର ଆଦି ସ୍ଥାନକୁ ଏହି ବିସ୍ପୋରକ ସାମଗ୍ରୀ ଯୋଗାଇ ଆସୁଛି। ଏଥିସହ ଜଙ୍ଗଲ ଅଞ୍ଚଳରେ ଥିବା , ପଥର ଚଟାଣ ,ପଥର କୁଆରୀ ଜାଗାକୁ ଏହି ସାମଗ୍ରୀ ଯୋଗାଣ ହେଉଛି। ସବୁଠାରୁ ବଡ଼କଥା ହେଉଛି ବେଶୀ ପରିମାଣରେ ଯୋଗାଇ କମ ପରିମାଣରେ ଯୋଗାଇ ଦିଆ ଯାଉଛି ବୋଲି ୟୁସିରେ ଦର୍ଶାଇ କେନ୍ଦ୍ର ସରକାରଙ୍କୁ ରାଜସ୍ବ ଠକି ଆସୁଛି। ଗୋଦାମ ପରିସରରେ କୌଣସି ସୁରକ୍ଷାର ବ୍ୟବସ୍ଥା କରାଯାଇ ନାହିଁ। ଯଦି ଏହି ଗୋଦାମରେ ବିସ୍ପୋରକ ଘଟେ ତେବେ ପୋଡ଼ଖମ୍ବ ,ବାହାଦୂର ପିଟା, ସାଉରାପଦର, ପରଲସିଙ୍ଗା, ଶିରୋଲ ଆଦି ଗ୍ରାମର ଲୋକଙ୍କ ଚାଷ, ଘରଦ୍ୱାର, ରାସ୍ତା ଘାଟ ନଷ୍ଟ ହେବା ସହ ଆଖ ପାଖ ଅଞ୍ଚଳର ଲୋକଙ୍କ ମୃତ୍ୟୁ ହେବା ସହ କ୍ଷତି ଗ୍ରସ୍ତ ହେବାର ବହୁ ସମ୍ଭାବନା ରହିଛି। ଗୋଦାମ ନିକଟରେ ଥିବା ଜମିରେ ଚାଷୀମାନେ ଚାଷ କରିବା ସମୟରେ ଭୟରେ କାମ କରିଥାନ୍ତି।
କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଏସ ଡି ପି ଓ ସନ୍ଦୀପ ମାଝୀ ଓ ଆଇ ଆଇ ସି ଜୀତେନ୍ଦ୍ର ବିଶାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଘଟଣାସ୍ଥଳରେ ପରିଦର୍ଶନ କରି ଥିଲେ। ଉକ୍ତ ସମୟରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ମଧ୍ୟ ମାଜିଷ୍ଟ୍ରେଟ ଦାୟିତ୍ୱରେ ଘଟଣା ସ୍ଥଳରେ ଉପସ୍ଥିତ ରହି ବିପୁଳ ପରିମାଣର ବିସ୍ଫୋରକ ଥିବା ସତ୍ତ୍ୱେ କୌଣସି ସୁରକ୍ଷା କର୍ମୀ ନ ଥିବାର ଦେଖି ସଙ୍ଗେ ସଙ୍ଗେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଭବାନୀ ବିସ୍ପୋରକ ଗୋଦାମ କୁ ସିଲ କରିଥିଲେ। ଖବର ନେବାରୁ ଜଣା ପଡ଼ିଛି ଯେ ଉକ୍ତ ଭବାନୀ ଏଣ୍ଟର ପ୍ରାଇଜେସ ମହାରାଷ୍ଟ୍ର ଓ ନାଗପୁରରୁ ବାରୁଦ ଆଣିଥାଏ। ଆବଶ୍ୟକତା ଅନୁଯାୟୀ ଛୋଟ ଛୋଟ ଗାଡ଼ି ମାନଙ୍କରେ ଉପରୋକ୍ତ ଜାଗାକୁ ଯୋଗାଇ ଥାଏ। ହେଲେ ଉକ୍ତ ଭବାନୀ ଏଣ୍ଟର ପ୍ରାଇଜେସ ବିସ୍ପୋରକ କମ୍ପାନୀ କୌଣସି ସରକାରୀ ନୀତି ନିୟମକୁ ମାନୁନାହିଁ ବୋଲି ଜଣାପଡିଛି। ତେବେ ଏତେ ପରିମାଣର ବିସ୍ଫୋରକ ଗଛିତ ଗୋଦାମରେ କୌଣସି ସୁରକ୍ଷା ନାହିଁ । ଉକ୍ତ ଗୋଦାମଟି ପୋଡ଼ଖ, ଶିରୋଳ, ପରଲସିଙ୍ଗା, ବାହାଦୂର ପିଟା, ଗ୍ରାମ ନିକଟରେ ଅବସ୍ଥିତି । କୌଣସି କାରଣ ବଶତଃ ଯଦିଓ ବିସ୍ପୋରକ ହୁଏ ତେବେ ଆଖ ପାଖ ଅଞ୍ଚଳରେ ବହୁ ନଷ୍ଟ ହେବାର ସମ୍ଭାବନା ରହିଛି। କୌଣସି ଦୁବୃର୍ତ୍ତଙ୍କ ଦ୍ୱାରା ଯଦିଓ ଦୁର୍ଘଟଣା ଘଟେ ତେବେ ପରିସ୍ଥିତି ଅତି ଭୟକର ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।


