ରିଷିଡା, ୫।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତର କୁନ୍ଦେଇପାଲି ଗାଁର ଗୌତିଆ ପରିବାର ସମେତ ପଡ଼ାବାସୀ ଶୁକ୍ରବାର ଏକତ୍ରିତ ହୋଇ ନୂଆଖାଇ ପାଳିଛନ୍ତି। ସେମାନେ ପ୍ରଥମେ ଗାଁର ଇଷ୍ଟ ଦେବୀ ମା’ କନ୍ଧେନ ବୁଢ଼ୀଙ୍କଠାରେ ପ୍ରଥମେ ନୂଆ ଧାନ ଚୁଡ଼ା ଅନ୍ନ ଅର୍ପଣ କରିଥିଲେ। ପରେ ୫୭ ଟି ପରିବାରର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକେ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରିଥିଲେ ।
ଗାଁର ଝାକର ଉପେନ୍ଦ୍ର ଭୋଇ, ଗାଁର ଗୌତିଆ ଶୋଭାକର ଭୋଇ ମୁଖ୍ୟତଃ ୟଙ୍ଗଷ୍ଟାର କମିର୍ଟି ପିଲା ମାନେ ହିଁ ଏକାଠି ଖାଇବାର ନିଷ୍ପତି ନେଇଥିଲେ। ପରେ ତାଙ୍କ ଉଦ୍ୟମରେ ପଡାବାସୀ ରାଗ ରୁଷା ଭୁଲି ଏକାଠି ବସି ସମସ୍ତେ ନବାନ୍ନ ଭକ୍ଷଣ କରିଛନ୍ତି। ଏହି ଅବସରରେ ନୂଆଁଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତେ ପରସ୍ପରର ସୁଖସମୃଦ୍ଧି ଏବଂ ନିରୋଗ କାମନା ସହିତ ଅଭିନନ୍ଦନ ଜଣାଇଥିଲେ। ଟିକେରାମ ଭୋଇ ,ସୌରଭ ହାତୀ ଡୋଲା କୁମୁରା ,ପିଣ୍ଟୁ ଭୋଇ ଦିଲୁ ଯାନି ଦିଲୀପ ଭୋଇ, ନିରନ ନାଗ,ନୁପ ରାଜ କୁମୁରା ,ଦିନେଶ ଭୋଇ,ଲିଙ୍ଗ ରାଜ ନାଏକ, କୁନା ନାଏକ,ଗୋବିନ୍ଦ କୁମୁରା ପ୍ରାୟ ୩୫ ରୁ ଊର୍ଦ୍ଧ୍ୱ ଯୁବଗୋଷ୍ଠୀ ପୂର୍ଣ୍ଣ ସହଯୋଗ କରିଥିଲେ।


