ଗଞ୍ଜାମ,୨/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ସରପଞ୍ଚଙ୍କ ସମେତ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଲୋକଙ୍କ ପାଖକୁ ଯାଇ ଲୋକମାନଙ୍କ ସମସ୍ୟା ଶୁଣିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ରାଶନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଗରିବ ପରିବାର କିମା ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକ ନାୟକ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପରଠାରୁ ବିଧାୟକ ପ୍ରତ୍ୟେକ ଦିନ ହେଉ କିମ୍ବା ରାତି ଲୋକ ମାନଙ୍କ ସୁଖ ଦୁଃଖରେ ଛିଡା ହେଉଛନ୍ତି । ଦଳଗତ ନିର୍ବିିଶେଷରେ ସମସ୍ତ ବର୍ଗର ଲୋକମାନଙ୍କୁ ସହଯୋଗ କରୁଥିବା ଯୋଗୁ ଯୁବ ବିଧାୟକଙ୍କ ଲୋକ ପ୍ରିୟତା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


