ବଣାଇଁ,୩୧।୮(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଶୀରା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀପାଟ ମେଢ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ପଡିରହିଛି । ଅଧିକ ଗନ୍ଧ ହେବାରୁ ଗ୍ରାମବାସୀ କୋଇଡ଼ା ପୋଲିସକୁ ସୁଚନା ଦେଇଥିଲେ। କୋଇଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାଶର୍ବିକ ସ୍ଥିତି ପରକ୍ଷିବା ସହ ଅନୁଧ୍ୟାନ କରୁଛି । କେହି ହତ୍ୟା କରି ଫୋପାଡି ଦେଇଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛ। ପୋଲିସ ସାଇଣ୍ଟିଫିକ ଟିମାର ସହାୟତା ଲୋଡିଛି। ରାଉରକେଲାରୁ ପୋଲିସ ସାଇଣ୍ଟିଫିକ ଟିମ ଆସିଲେ ମୃତଦେହ ଜବତ ହେବ ବୋଲି ପୋଲିସ ସୂଚନା ଦେଇଛି ।


