ଏ ଯାଏ ସରିଲାନି କେନାଲ ମରାମତି: ଦୃଷ୍ଟି ଦେଉନାହାନ୍ତି ଜଳସମ୍ପଦ ବିଭାଗର ଅଧିକାରୀ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ ଆରମ୍ଭ ହେଲା। ଇତିମଧ୍ୟରେ ନିର୍ଦ୍ଧାରିତ ଅବଧି ସରିଥିଲେ ମଧ୍ୟ କାମ ସରିନାହିଁ। ବର୍ଷା ଛାଡ଼ିଗଲା ପରେ ବଳକା ରହିଥିବା କେନାଲ ମରାମତି କାମ ହେବ ବୋଲି ଯନ୍ତ୍ରୀମାନେ କହୁଛନ୍ତି। ବର୍ଷା ଋତୁରେ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କେନାଲ ମରାମତି ହେଉଛି। ଯଦି ସେ ସମୟ ପୂର୍ବରୁ ମରାମତି ନ ହେଲା ତେବେ ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।
ଅନେକ ସ୍ଥାନରେ ଲୋକେ କେନାଲ, ନଦୀ ଆଡ଼ିବନ୍ଧକୁ ଜବରଦଖଲ କରିଦେଲେଣି। କେଉଁଠି ଲୋକେ କେନାଲ ଆଡ଼ିରେ ପରିବା ଚାଷ କରୁଛନ୍ତି ତ ଆଉ କେଉଁଠି ଘରଦ୍ୱାର କରିଦେଲେଣି।ଏଥିପ୍ରତି ଜଳସମ୍ପଦ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ଆଡ଼ିବନ୍ଧ ଜବରଦଖଲ ଯୋଗୁ କେନାଲ ଗୁଡିକ ମଧ୍ୟ ଠିକ ଭାବେ ମରାମତି ହୋଇପାରୁନାହିଁ। ଅନ୍ୟପକ୍ଷରେ ଗତ ଏକ ସପ୍ତାହ ହେବ ଭଞ୍ଜନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ତେଣୁ କେନାଲଗୁଡ଼ିକରେ ବିଭିନ୍ନ ଆଡୁ ପାଣି ଆସୁଛି। କିନ୍ତୁ ତାହା ତଳମୁଣ୍ଡକୁ ଆସୁନାହିଁ। ଇତିମଧ୍ୟରେ ଭଞ୍ଜନଗର, ଡହ, ସୋରଡା ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଯାଇଛି । କିନ୍ତୁ ବାଘୁଆ ଜଳଭଣ୍ଡାର ଏବେ ବି ଶୁଖିଲା ପଡ଼ିଛି। ବୁଗୁଡ଼ା ଅଞ୍ଚଳର ଚାଷୀମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଭଞ୍ଜନଗର ଜଳଭଣ୍ଡାରରେ ଶୁକ୍ରବାର ସକାଳ ସୁଦ୍ଧା ୭୪.୫୩ ପ୍ରତିଶତ ପାଣି ମହଜୁଦ ଅଛି। ବାଘୁଆରେ ମାତ୍ର ୧୨ ପ୍ରତିଶତ ପାଣି ଅଛି। ସୋରଡାରେ ୯୦.୫୮, ଡହରେ ୯୦ ପ୍ରତିଶତରୁ ଉଦ୍ଧର୍‌ବ ପାଣି ମହଜୁଦ ଅଛି। ଆଗକୁ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩ ଜଳଭଣ୍ଡାରରୁ ବଳକା ପାଣି ଛଡାଯିବା ସମ୍ଭାବନା ରହିଛି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଧିକାଂଶ କେନାଲ ମରାମତି କାମ ସରିଛି। ବଳକା ଥିବା କାମ ବର୍ଷା ଛାଡ଼ିଲେ ହେବ। ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଥିବା ଯୋଗୁ ଯେ କୌଣସି ମୁହୂର୍ତ୍ତରେ ପାଣି ଛଡା ଯିବା ସମ୍ଭାବନା ରହିଛି। ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri