Posted inଖେଳ

୧୮ ବର୍ଷ ପରେ ପୁଣି ଭାଇରାଲ ହେଉଛି ହରଭଜନ-ଶ୍ରୀସନ୍ତଙ୍କ ଚାପୁଡ଼ା କାଣ୍ଡର ଭିଡିଓ, ଲଳିତ ମୋଦି… 

ନୂଆଦିଲ୍ଲୀ,୨୯।୮: ଭାରତୀୟ ଭେଟେରାନ ବୋଲର ହରଭଜନ ସିଂହଙ୍କୁ ଆଜି ମଧ୍ୟ ୨୦୦୮ ଆଇପିଏଲ୍‌ ମ୍ୟାଚ୍‌ରେ ସାଥୀ ଖେଳାଳି ଏସ୍‌. ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବାର ଘଟଣା ପାଇଁ ଅନୁତାପ ପ୍ରକାଶ କରନ୍ତି। ଅନେକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ତାଙ୍କୁ ଅତୀତକୁ ଫେରି କିଛି ବଦଳାଇବାର ସୁଯୋଗ ମିଳେ, ତେବେ ସେ ଏହି ଘଟଣାକୁ ବଦଳାଇବାକୁ ଚାହିଁବେ। କିନ୍ତୁ ୧୮ ବର୍ଷ ପରେ ମଧ୍ୟ ଏହି ଘଟଣା ତାଙ୍କ ପିଛା ଛାଡୁନାହିଁ। ନିକଟରେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହରଭଜନ ସାଙ୍ଗ ଖେଳାଳି ଏସ୍‌. ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଉଛି।
୨୦୦୮ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହୋଇଥିବା ଏକ ମ୍ୟାଚ୍‌ରେ ହରଭଜନ କ୍ରୋଧରେ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିଥିଲେ। ଏହାର ପରିଣାମ ସ୍ବରୂପ ତାଙ୍କୁ ୧୧ ମ୍ୟାଚ୍‌ରେ ନିଷେଧାଦେଶର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନିକଟରେ ଅଶ୍ୱିନଙ୍କ ସହ ଆଲୋଚନା ସମୟରେ ହରଭଜନ ନିଜର ଭୁଲ ସ୍ବୀକାର କରି କହିଥିଲେ ଯେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ସେ ନିଜ କ୍ୟାରିଅରରୁ ଏହି ଦାଗକୁ ହଟାଇବାକୁ ଚାହିଁବେ।
୧୮ ବର୍ଷ ପରେ ପୂର୍ବତନ ଆଇପିଏଲ୍‌ ଚେୟାରମ୍ୟାନ ଲଲିତ ମୋଦି ଏହି ଭିଡିଓକୁ ରିଲିଜ କରିଛନ୍ତି। ସେ ଏହାକୁ Beyond୨୩ Cricket Podcastରେ ମାଇକେଲ କ୍ଲାର୍କଙ୍କ ସହ ପ୍ରକାଶ କରିଛନ୍ତି। ଏହାପରେ ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଚାପୁଡ଼ା ଖାଇବା ପରେ ଶ୍ରୀସନ୍ତ କାନ୍ଦୁଥିବା ଦେଖାଯାଉଛନ୍ତି। ଏହି ଘଟଣା ହରଭଜନଙ୍କ କ୍ୟାରିଅରରେ ଏକ ବିବାଦୀୟ ମୁହୂର୍ତ୍ତ ଭାବେ ରହିଛି ଏବଂ ଏହାର ଭିଡିଓ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri