LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ ସଂଘର୍ଷ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିଲେ ମଧ୍ୟ ସରକାର କହିଛନ୍ତି ଯେ ଭୟ କରିବାର କୌଣସି କାରଣ ନାହିଁ।

କଳାବଜାରୀ ରୋକିବା ପାଇଁ ସରକାର ଏପର୍ଯ୍ୟନ୍ତ ୧୨,୦୦୦ ଚଢ଼ାଉ କରିଥିବା ବେଳେ ୧୫,୦୦୦ରୁ ଅଧିକ ସିଲିଣ୍ଡର ଜବତ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, କୌଣସି ସ୍ଥାନରେ LPG ‘ଡ୍ରାଏ ଆଉଟ୍’ ବା ସମ୍ପୂର୍ଣ୍ଣ ଶେଷ ହୋଇଯିବାର ଖବର ମିଳିନାହିଁ।

ଗତ ସୋମବାର ଗୋଟିଏ ଦିନରେ ପ୍ରାୟ ୭୦,୦୦୦ ପ୍ୟାନିକ ବୁକିଂ କରାଯାଇଛି। ଲୋକଙ୍କୁ ଆତଙ୍କିତ ନହେବାକୁ ସରକାର ଅନୁରୋଧ କରିଛନ୍ତି। ପ୍ରାୟ ୯୪% ଘରୋଇ LPG ବୁକିଂ ଅନଲାଇନରେ ହେଉଛି। ଡେଲିଭରି ଅଥେଣ୍ଟିସିଟି କୋଡ୍ (DAC) ବ୍ୟବହାର ମଧ୍ୟ ୭୬% କୁ ବୃଦ୍ଧି ପାଇଛି। ବିହାର, ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟ ଅଣ-ଘରୋଇ LPG ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସେପଟେ ଜଳପଥରେ ଆସୁଥିବା ଗ୍ୟାସ ଯୋଗାଣକୁ ନେଇ ମଧ୍ୟ ଆଶ୍ୱସ୍ତିକର ଖବର ମିଳିଛି। ନନ୍ଦାଦେବୀ LPG କ୍ୟାରିୟର ମଙ୍ଗଳବାର ଭୋର ସମୟରେ କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଏହା ପୂର୍ବରୁ ସୋମବାର ଶିବାଲିକ ଟ୍ୟାଙ୍କର ମୁନ୍ଦ୍ରା ବନ୍ଦରରେ ଲଙ୍ଗର ପକାଇଛି। ଉପସାଗରୀୟ ଅଞ୍ଚଳରେ ଥିବା ସମସ୍ତ ୨୨ଟି ଭାରତୀୟ ଜାହାଜ ଏବଂ ନାବିକ ସୁରକ୍ଷିତ ଥିବା ଜଳପଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA) ଚେତାବନୀ ଦେଇଛି ଯେ ମାର୍ଚ୍ଚ ମାସରେ ବିଶ୍ୱ ତୈଳ ଯୋଗାଣ ଦୈନିକ ୮ ନିୟୁତ ବ୍ୟାରେଲ ହ୍ରାସ ପାଇପାରେ। ଏହି ବିଶ୍ୱସ୍ତରୀୟ ସଙ୍କଟ ସତ୍ତ୍ୱେ ଭାରତ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?