ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ରହିଆସିଛି ସେମାନଙ୍କ ଅତୁଟ ଆଗ୍ରହ। ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏହି ପାରମ୍ପରିକ ଖାଦ୍ୟ ନିଜର ସ୍ବାତନ୍ତ୍ର ବଜାୟ ରଖିବାରେ ସଫଳ ହୋଇଛି। ଧୀରେ ଧୀରେ ସହର ସଂସ୍କୃତିରେ, ଜନଜୀବନରେ ସାମିଲ ହୋଇଛିପଖାଳକଂସା। ଗାଁ ଚାଳଘରେ ରହି ଯାଇଥିବା ପଖାଳ ଏବେ ତାରକା ହୋଟେଲ ଏସି ରୁମ୍‌ରେ ଶୋଭାପାଉଛି। ପଖାଳର ମହକ ସବୁଆଡ଼େ ଅନୁଭୂତ ହେଉଛି। ଓଡ଼ିଆ ସଂସ୍କୃତିରେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଦ୍ୱିପ୍ରହର ହେଲେ ଏବେ ପ୍ରାୟ ହୋଟେଲ ଓ ରେଷ୍ଟୁରାଣ୍ଟରେ ପରଷାଯାଉଛି ଭଳିକି ଭଳି ପଖାଳକଂସା। ଏହାସାଙ୍ଗକୁ ଚୂନାମାଛ, ଶୁଖୁଆ ରାଇ, ଶୁଖୁଆପୋଡ଼ା, ଶାଗଭଜା, ବଢ଼ିଚୂରା, କଖାରୁଫୁଲ ପିଠା, ଚିଙ୍ଗୁଡ଼ି ଛେଚା, ବିଭିନ୍ନ ପ୍ରକାରର ମାଛଭଜା, ଆଳୁ ଭର୍‌ତା ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଗ୍ରାହକଙ୍କୁ ଟାଣି ନେଉଛି।
ଏଇଠି ଖାଆନ୍ତୁ ପଖାଳ……
ଖାଣ୍ଟି ଓଡ଼ିଆ ଖାଦ୍ୟ ପାଇଁ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ‘ଡାଲ୍‌ମା’ ସିତଲ୍‌ ହୋଟେଲ୍‌, ମେ’ଫେୟାର, ସ୍ବସ୍ତି ପ୍ରିମିୟମ୍‌, ଭୁବନେଶ୍ବରର ପଖାଳ ହବ୍‌ କୁହାଯାଉଥିବା ଏକାମ୍ର ହାଟ, ଚନ୍ଦ୍ରଶେଖରପୁର ଓ ଶହୀଦନଗରରେ ଥିବା ଓଡ଼ିଶା ହୋଟେଲ ଆଦି ସ୍ଥାନଗୁଡ଼ିକ ସୁସ୍ବାଦୁ ପଖାଳ ପାଇଁ ବେଶ୍‌ ପରିଚିତ। ସେହିଭଳି ରସୁଲଗଡ଼ରେ ଥିବା ‘ପଖାଳ’ ଟେଷ୍ଟ ଅଫ୍‌ ଓଡ଼ିଶା ରେଷ୍ଟୁରାଣ୍ଟ, ବମିଖାଲର ଆମ ଓଡ଼ିଶା ହୋଟେଲ, ପଟିଆରେ ଥିବା ଷୋହଳଅଣା ଓଡ଼ିଆ, ବାପୁଜୀ ନଗରରେ ଥିବା ଭାଇନା ହୋଟେଲ, ନନ୍ଦନକାନନ ରୋଡ୍‌ରେ ଥିବା ମାଲାବା ରେଷ୍ଟୁରାଣ୍ଟ ଭଳି ହୋଟେଲ ଓଡ଼ିଆ ଖାଦ୍ୟ ପରଷିବାରେ ବେଶ୍‌ ନାଁ କରିଛି।
ତାରକା ହୋଟେଲରେ ପଖାଳ କ୍ରେଜ୍‌….
ସହରବାସୀଙ୍କ ପଖାଳ ଖାଇବାର କ୍ରେଜ୍‌ ଦିନକୁ ଦିନ ବଢିଚାଲିଛି। ୨୦୧୧ରେ ପଖାଳ ଦିବସ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢ଼ିଙ୍କ ସହ ଅନ୍ୟାନ୍ୟ ବର୍ଗର ଲୋକ ମଧ୍ୟରେ ପଖାଳ ଖାଇବାର କ୍ରେଜ୍‌ ଅଧିକ ଦେଖୁବାକୁ ମିଳୁଛି। ସ୍ବସ୍ତି ପ୍ରିମିୟମ୍‌, ମେ’ ଫେୟାର, ହୋଟେଲ୍‌ କ୍ରାଉନ୍‌, କ୍ରିଷ୍ଟଲ୍‌ କ୍ରାଉନ୍‌, କଳିଙ୍ଗ ଅଶୋକ, ପ୍ରାଚୀ ଭଳି ତାରକା ହୋଟେଲ ଖରାଦିନ ପାଇଁ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି। ଏପରି କି ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି।
ପାନ୍ଥନିବାସରେ
ଦହିଛୁଙ୍କ ପଖାଳ…
ଓଡ଼ିଶାର ସମୃଦ୍ଧ ରୋଷେଇ ପରମ୍ପରା ଓ ପାରମ୍ପରିକ ଖାଦ୍ୟ ଶୈଳୀର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇଦିନିଆ ‘ପଖାଳ ପର୍ବ’ ପାଳନ ହେଉଛି। ଏଥିରେ ଦହିଛୁଙ୍କ ପଖାଳ, ଭୁର୍ସଙ୍ଗପତ୍ର, ଧନିଆ, ପୋଦିନା ସହ ଜିରା ଛୁଙ୍କ ହୋଇ ଜିରା ପଖାଳ ପ୍ରସ୍ତୁତ ହେଉଛି। ଦହି ପଖାଳର ଲୋକପ୍ରିୟତା ସବୁଠାରୁ ଅଧିକ ରହୁଛି। ଏଥିରେ ଅନ୍ୟ ଆଇଟମ୍‌ରେ ସାଦାରେ ବଡିଚୂରା,ଆଳୁ ଭର୍‌ତା, ଟମାଟୋ ଚଟଣି, ଆଚାର, ଶାଗଭଜା ରହୁଥିବା ବେଳେ ଆମିିଷରେ ମାଛଭଜା ଓ ଚିକେନ୍‌ ପକୋଡ଼ା ରହିଛି।

ସ୍ବାସ୍ଥ୍ୟୋପକାରୀ ପଖାଳ

ପଖାଳରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଆମ ଦେଶରେ ଏହା ଏକ ଅତି ପ୍ରିୟ ଖାଦ୍ୟ। ତେବେ ଏଥିରେ କ’ଣ କ’ଣ ଉପକାରୀ ଗୁଣ ରହିଛି ସେ ବିଷୟରେ ପୁଷ୍ଟିବିଜ୍ଞାନୀ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ”ପଖାଳର ଜଳ ଅଂଶକୁ କୁହାଯାଏ ତୋରାଣି। ତୋରାଣି ପରିପାକ ତନ୍ତ୍ର ବା ପେଟ ପାଇଁ ବେଶ୍‌ ଉପକାରୀ। ଆମର ପାରମ୍ପରିକ ଖାଦ୍ୟ ପଖାଳ ଅନ୍ତନଳୀକୁ ସୁସ୍ଥ ରଖେ ଏବଂ ଶରୀରକୁ ଲୌହ ଯୋଗାଇଦିଏ। ବିଶେଷଭାବରେ ପଖାଳ ଗର୍ଭବତୀ ଏବଂ ଆମିନିଆ ରୋଗୀଙ୍କ ପାଇଁ ଖୁବ୍‌ ହିତକର। ଭାତକୁ ରାତି ସାରା ପାଣିରେ ଭିଜେଇ ରଖିବା ଦ୍ୱାରା ତାହା ପ୍ରାକୃତିକ ଉପାୟରେ ଫରମେଣ୍ଟେଡ ହୋଇଯାଏ। ତୋରାଣିରେ ବୃଦ୍ଧିପାଏ ଲାକ୍ଟିକ ଏସିଡ ବ୍ୟାକ୍ଟେରିଆ। ଏହି ବ୍ୟାକ୍ଟେରିଆ ପରିପାକତନ୍ତ୍ରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାବ୍ୟତୀତ ମାଟିହାଣ୍ଡିରେ ପ୍ରସ୍ତୁତ ପଖାଳ ମଧ୍ୟ ବେଶ୍‌ ଉପକାରୀ। ମାଟିପାତ୍ର ଛିଦ୍ରଯୁକ୍ତ ହୋଇଥିବାରୁ ବାୟୁ ଚଳାଚଳରେ ସୁବିଧା ହୁଏ ଏବଂ ବେଶି ଅକ୍ସିଜେନ ସଂସ୍ପର୍ଶରେ ଆସୁ ନ ଥିବାରୁ ଲାକ୍ଟୋବାସିଲଙ୍କ ସଂଖ୍ୟା ବୃଦ୍ଧିରେ ବ୍ୟାହତ ହୁଏ ନାହିଁ। ମାଟିପାତ୍ର ଯୋଗୁଁ ପଖାଳର ତାପମାତ୍ରା ୨୫-୩୫ ଡିଗ୍ରୀ ସେଲସିୟସ ରହିଥାଏ। ଅନ୍ୟପକ୍ଷରେ ମାଟିହାଣ୍ଡିରେ ଭାତରୁ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଟ୍ରେସ ଏଲିମେଣ୍ଟ ବା ସୂକ୍ଷ୍ମ ଧାତୁସାର ବାହାରିବା ପ୍ରକ୍ରିୟାରେ ସହାୟକ ହୋଇଥାଏ। ତୋରାଣି ଶରୀରରେ ଜଳୀୟ ଅଂଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପଖାଳରେ ଥିବା ଲୁଣ ଶରୀରରୁ ଝାଳରେ ବାହାରି ଯାଉଥିବା ଲୁଣ ପରିମାଣକୁ ସନ୍ତୁଳିତ ରଖିଥାଏ। ଶାଗପଖାଳ ଖାଇଲେ ଶାଗରୁ ମିଳିଯାଏ ଅତିରିକ୍ତ ଲୌହ, ଭିଟାମିନ୍‌-ଏ, କ୍ୟାଲସିୟମ, ଫଲିକ୍‌ ଏସିଡ ଏବଂ ଭିଟାମିନ୍‌-ସି।

ରିପୋର୍ଟ: ସୌମ୍ୟରଞ୍ଜନ ରାଉତ

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?