ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ ଅଟକି ରହିଥିଲା ଭାରତର ୨ ଏଲ୍‌ପିଜି ବୋଝେଇ ଜାହାଜ ‘ନନ୍ଦାଦେବୀ’ ଓ ‘ଶିବାଲିକ୍‌’। ଭୀଷଣ ଯୁଦ୍ଧ ଏବଂ ପ୍ରଚଣ୍ଡ ବୋମାବର୍ଷଣ ଭିତରେ ସଂକୀର୍ଣ୍ଣ ସମୁଦ୍ର ପଥରେ ଅଟକି ରହିଥିବା ୨ ଜାହାଜର ନୌ ଅଧିକାରୀ ଓ କର୍ମଚାରୀଙ୍କ ମାନସିକ ଅବସ୍ଥା କ’ଣ ଥିବ ତାହା ସହଜରେ ଅନୁମେୟ। ତେବେ ସକଳ ପ୍ରତିକୂଳ ପରିସ୍ଥିତି ସହ ଜୁଝି ଭାରତ ଫେରି ଆସିଛି ଗ୍ୟାସ୍‌ ବୋଝେଇ ଜାହାଜ ନନ୍ଦାଦେବୀ ଓ ଶିବାଲିକ୍‌। ଭାରତ ପହଞ୍ଚତ୍ବା ପରେ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ। ସେ ଥିଲେ ‘ନନ୍ଦାଦେବୀ’ ଜାହାଜର କ୍ୟାପ୍‌ଟେନ। ତାଙ୍କ ଘର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ। ତାଙ୍କର ଅସୀମ ଧୈର୍ଯ୍ୟ, ସାହସ ଏବଂ କର୍ତ୍ତବ୍ୟନିଷ୍ଠା ତାଙ୍କୁ ଲକ୍ଷ୍ୟ ପଥରେ ପହଞ୍ଚାଇଛି । ସୁରକ୍ଷିତ ଭାବେ ପୁଅ ଓ ଜାହାଜ ଭାରତରେ ପହଞ୍ଚତ୍ ଥିବାରୁ ଧୀରଜଙ୍କ ଘରେ ଏବେ ଖୁସିର ମାହୋଲ।
ମଧ୍ୟପ୍ରାଚ୍ୟର ଯୁଦ୍ଧ ଭିତରେ ଇରାନ୍‌ ଯେତେବେଳେ ହର୍ମୁଜ୍‌ ପ୍ରଣାଳୀରେ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଲା ଅନେକ ଦେଶର ଜାହାଜ ସେଠାରେ ଅଟକି ରହିଥିଲା। ସେଥିରେ ଥିଲା ଭାରତର ‘ନନ୍ଦାଦେବୀ’ ଓ ‘ଶିବାଲିକ୍‌’। ମଧ୍ୟପ୍ରାଚ୍ୟର ଆକାଶ ବୋମା ଓ ମିଶାଇଲ ମାଡ଼ରେ ଭୟାନକ ହୋଇଉଠୁଥିଲା। ଗଭୀର ସମୁଦ୍ର ଜଳରାଶିରେ ଗ୍ୟାସ୍‌ ବୋଝେଇ ଜାହାଜ ଭିତରେ ସମସ୍ତ କର୍ମଚାରୀ ଏବଂ ସହଯୋଗୀଙ୍କୁ ନେଇ ଅସୀମ ଧୈର୍ଯ୍ୟ ଓ ସାହସ ଦେଖାଇଥିଲେ ଧୀରଜ। ‘ନନ୍ଦାଦେବୀ’କୁ ଭାରତ ଅଭିମୁଖେ ଆଣିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପ୍ରାୟ ୧୨ ଦିନ ପୂର୍ବରୁ ଗ୍ୟାସ୍‌ ବୋଝେଇ ଜାହାଜ ‘ନନ୍ଦାଦେବୀ’ ୟୁଏଇର ଏକ ବନ୍ଦରରୁ ବାହାରିଥିଲା। ତେବେ ମଧ୍ୟପ୍ରାଚ୍ୟରେ ଇରାନ୍‌-ଇସ୍ରାଏଲ-ଆମେରିକା ଯୁଦ୍ଧ କାରଣରୁ ଷ୍ଟ୍ରେଟ୍‌ ଅଫ୍‌ ହମୁର୍ର୍ଜ୍‌ରେ ଜାହାଜ ଚଳାଚଳ ଉପରେ ଇରାନ୍‌ ପ୍ରତିବନ୍ଧ ଲଗାଇବା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ମାତ୍ର ଭାରତର କୂଟନୈତିିକ ସଫଳତା ପରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରୁ ୨ ଜାହାଜ ଭାରତ ଅଭିମୁଖେ ଆସିଥିଲା। ‘ନନ୍ଦାଦେବୀ’ ମଙ୍ଗଳବାର ଭାରତର ଗୁଜରାଟ ଉପକୂଳରେ ପହଞ୍ଚତ୍ବା ପରେ ସାରା ଦେଶରେ ଏବେ ଖୁସିର ଲହରି ଖେଳିଯାଇଛି। ‘ନନ୍ଦାଦେବୀ’ର ସଫଳ ଯାତ୍ରା ଏବଂ ଏଭଳି ସଙ୍କଟମୟ ସମୟରେ ଆଭ୍ୟନ୍ତରୀଣ ପରିଚାଳନା କରିବାରେ କ୍ୟାପ୍‌ଟେନ ଧୀରଜଙ୍କ ଭୂମିକାକୁ ପ୍ରଶଂସା କରାଯାଉଛି। ତାଙ୍କ ପାଖକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ା ଏଭଳି ସଫଳତାରେ ପରିବାର ଲୋକେ ଖୁସି। ଧୀରଜ ହେଉଛନ୍ତି କଣ୍ଟାବାଞ୍ଜିର ସ୍ବର୍ଗତ ରମେଶ ଛାପଡ଼ିଆ ଏବଂ ସନ୍ତୋଷ ଦେବୀଙ୍କ ପୁଅ। କଣ୍ଟାବାଞ୍ଜିରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ମୁମ୍ବାଇସ୍ଥିତ ମେରିଟାଇମ୍‌ ଟ୍ରେନିଂ ଇନ୍‌ଷ୍ଟଚ୍ୟୁଟରୁ ସେ ନୌବାହନ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ୨୦୧୭ରୁ ସେ ଦେଶର ନୌବାହନ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ଏବେ ସେ ଶିପିଂ କର୍ପୋରେଶନ ଅଫ୍‌ ଇଣ୍ଡିଆରେ କାର୍ଯ୍ୟରତ ଅଛନ୍ତି। ଏଭଳି କାର୍ଯ୍ୟରେ ତାଙ୍କ ମା’ ଓ ସ୍ତ୍ରୀ ଗର୍ବିତ ବୋଲି କହିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ଭେଟିବେ ବୋଲି ଜାଣିବା ପରେ ବେଶ୍‌ ଖୁସି ବୋଲି ତାଙ୍କ ମା’ ସନ୍ତୋଷ ଦେବୀ ଗଣମାଧ୍ୟମକୁ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri