ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିବା ଲକ୍ଷ୍ୟରେ ଆକ୍ରମଣ ଜାରି ରଖିଛନ୍ତି। କିନ୍ତୁ ହାର୍‌ ମାନିବାକୁ ପ୍ରସ୍ତତ ନ ଥିବା ଇରାନ୍‌ ତୈଳକୁ ଅସ୍ତ୍ର କରିଛି। କାତାରସ୍ଥିତ ବିଶ୍ୱର ସର୍ବବୃହତ୍‌ ପାରସ୍‌ ଗ୍ୟାସ୍‌ ଫିଲ୍ଡ ଉପରେ ଇରାନ୍‌ର ଆକ୍ରମଣ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ସାରାବିଶ୍ୱକୁ ଚିନ୍ତିତ କରିଛି। ପାରସ୍‌ ହେଉଛି ପାରସ୍ୟ ଉପସାଗରସ୍ଥିତ ଏକ ଉପଦ୍ୱୀପ ଯାହାର ୩୦ରୁ ୪୦ ଭାଗ ଇରାନ୍‌ ଅଧୀନରେ ରହିଛି। ବାକି ୬୦ ଭାଗ କାତାର ଅଧୀନରେ ରହିଛି।

ଏହି ଉପଦ୍ୱୀପରୁ ଉତ୍ପାଦନ ହେଉଥିବା ଏଲଏନଜି ବିଶ୍ୱର ଅଧିକାଂଶ ଭାଗକୁ ରପ୍ତାନି ହୋଇଥାଏ। ହେଲେ ଇସ୍ରାଏଲ ପ୍ରଥମେ ଇରାନ୍‌ ଅଧୀନ ପାରସ୍‌ ଗ୍ୟାସ୍‌ ଫିଲ୍ଡ ଉପରେ ଆକ୍ରମଣ କରିବା ପରେ ଇରାନ୍‌ କାତାର ଗ୍ୟାସ୍‌ ଫିଲ୍ଡ ଉପରେ ଆକ୍ରମଣ କରିଛି। ଏହା ବୈଶ୍ୱିକ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। କେବଳ କାତାର ନୁହେଁ, ଆମେରିକା ବିରୋଧରେ ପ୍ରତିଶୋଧ ନେବା ଲାଗି ଇରାନ୍‌ ସାଉଦି ଆରବ ଏବଂ କୁଏଟ୍‌ ତୈଳ ବିଶୋଧନଗାର ଉପରେ ମଧ୍ୟ ଆକ୍ରମଣ କରିଛି। ଇସ୍ରାଏଲ ଯଦି ପୁଣି ଇରାନ୍‌ର ତୈଳ ଠିକଣା ଉପରେ ଆକ୍ରମଣ କରେ ତେବେ କାତାର ପାରସ୍‌ ଗ୍ୟାସ୍‌ ଫିଲ୍ଡକୁ ସମ୍ପୂର୍ଣ୍ଣ ଉଡାଇ ଦିଆଯିବ ବୋଲି ଇରାନ୍‌ ମିଲିଟାରି ଅପରେଶନାଲ କମାଣ୍ଡ ମୁଖ୍ୟ ଖାତମ୍‌ ଅଲ-ଅନବିୟ ଧମକ ଦେଇଛନ୍ତି।

କିଛି ନିର୍ଦ୍ଦିଷ୍ଟ ଦେଶ ବ୍ୟତୀତ ଇରାନ୍‌ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ବନ୍ଦ କରିଥିଲାବେଳେ ଏବେ ତୈଳବାହୀ ଜାହାଜ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛି। ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଚରମ ସୀମା ଛୁଇଁବା ସହ ତେଲ ଓ ଗ୍ୟାସ୍‌କୁ ଇରାନ ଅସ୍ତ୍ର କରି ବୈଶ୍ୱିକ ଅର୍ଥନୀତିକୁ ଉଜାଡ଼ିଦେବାକୁ ଉଦ୍ୟମ ଚଳାଇଛି। ସାଉଦି ଆରବଠାରୁ ଆରମ୍ଭ କରି ୟୁଏଇ, କାତାର, କୁଏଟ୍‌, ଜୋର୍ଡାନ ଆଦି ତୈଳ ଓ ଗ୍ୟାସ୍‌ ଉତ୍ପାଦନକାରୀ ରାଷ୍ଟ୍ର ଏବେ ଇରାନ୍‌ ଟାର୍ଗେଟରେ ରହିଥିବାରୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପଡ଼ିବ ବୋଲି ଆଶଙ୍କା ବଢିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?