Posted inଜାତୀୟ

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ରିପୋର୍ଟରୁ ଜଣାପଡ଼ିଛି । ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୨୨୯ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ ଆଧାରରେ ଏଡିଆର୍‌ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି। ଝାଡ଼ଖଣ୍ଡରୁ ଗୋଟିଏ ରାଜ୍ୟ ସଭା ଆସନ ଖାଲି ପଡ଼ିଥିବାବେଳେ ୩ ଜଣ ଏମ୍‌ପିଙ୍କ ସତ୍ୟପାଠ ମିଳିନାହିଁ। ଉକ୍ତ ରିପୋର୍ଟରେ ନବନିର୍ବାଚିତ ୩୭ ଏମ୍‌ପିଙ୍କ ଘୋଷଣା ମଧ୍ୟ ସ୍ଥାନ ପାଇଛି।
୨୨୯ ଏମ୍‌ପିଙ୍କ ମଧ୍ୟରୁ ୭୩ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩୬ ଜଣ (୧୬%)ଙ୍କ ନାମରେ ଗମ୍ଭୀର ଅପରାଧ ମାମଲା ରହିଥିତ୍ବା ସେମାନେ ସତ୍ୟପାଠରେ ଦର୍ଶାଇଥିଲେ। ଜଣେ ଏମ୍‌ପିଙ୍କ ନାମରେ ହତ୍ୟା ମାମଲା ରହିଥିବାବେଳେ ୪ ଜଣଙ୍କ ନାମରେ ହତ୍ୟା ଉଦ୍ୟମ, ୩ ଜଣଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି। ଦଳୀୟ ଦୃଷ୍ଟିରୁ ଦେଖିଲେ ଭାଜପାର ୯୯ ଏମ୍‌ପିଙ୍କ ମଧ୍ୟରୁ ୨୭ ଜଣ, କଂଗ୍ରେସର ୨୮ ଜଣଙ୍କ ମଧ୍ୟରୁ ୧୨, ଟିଏମ୍‌ସିର ୧୩ ସଦସ୍ୟଙ୍କ ମଧ୍ୟରୁ ୪, ଆପ୍‌ର ୧୦ ଜଣରୁ ୪ ଜଣଙ୍କ ନାମରେ ଆପରାଧିକ ମାମଲା ରହିଛି। ସେହିପରି ସିପିଆଇଏମ୍‌ର ୩ ଏମ୍‌ପି ଏବଂ ବିଆର୍‌ଏସ୍‌ର ପ୍ରତ୍ୟେକ ଏମ୍‌ପିଙ୍କ ନାମରେ ଆପରାଧିକ ମାମଲା ଥିବା ଜଣାପଡ଼ିଛି।
ସେହିପରି ୩୧ ଜଣ ଅରବପତି (୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଥିବା) ଏମ୍‌ପିଙ୍କ ମଧ୍ୟରୁ ଭାଜପାରୁ ୬ ଜଣ ଥିବାବେଳେ କଂଗ୍ରେସରୁ ୫, ଓ୍ବାଇଏସ୍‌ଆର୍‌ସିପିରୁ ୪, ଆପ୍‌ରୁ ୨, ବିଆର୍‌ଏସ୍‌ରୁ ୨, ଏନ୍‌ସିପିରୁ ୩ ଜଣ ଏମ୍‌ପିଙ୍କ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ସେମାନେ ଘୋଷଣା କରିଛନ୍ତି। ରାଜ୍ୟ ସଭା ସଦସ୍ୟମାନଙ୍କ ହାରାହାରି ସମ୍ପତ୍ତି ୧୨୦.୬୯ କୋଟି ଟଙ୍କା। ଭାଜପା ଏମ୍‌ପିମାନଙ୍କ ହାରାହାରି ସମ୍ପତ୍ତି ୨୮.୨୯ କୋଟି ହୋଇଥିବାବେଳେ କଂଗ୍ରେସ ଏମ୍‌ପିଙ୍କ ହାରାହାରି ସମ୍ପତ୍ତି ୧୨୮.୬୧ କୋଟି ଟଙ୍କା। ସେହିପରି ଟିଏମ୍‌ସି ଏମ୍‌ପିଙ୍କ ହାରାହାରି ସମ୍ପତ୍ତି ୧୭.୭୦ କୋଟି, ଆପ୍‌ ୫୭୪.୦୯ କୋଟି, ଓ୍ବାଇଏସ୍‌ଆର୍‌ସିପି ୫୨୨.୬୩ କୋଟି, ଏସ୍‌ପି ୩୯୯.୭୧ କୋଟି, ବିଜେଡି ୧୦୫.୬୩ କୋଟି ଏବଂ ଡିଏମ୍‌କେ ଏମ୍‌ପିଙ୍କ ହାରାହାରି ସମ୍ପତ୍ତି ୧୧.୯୦ କୋଟି ଟଙ୍କା। ବିଆର୍‌ଏସ୍‌ ସଦସ୍ୟ ବନ୍ଦିପାର୍ଥ ସାରଧିଙ୍କ ସମ୍ପତ୍ତି ୫,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ଆପ୍‌ ସଦସ୍ୟ ରାଜିନ୍ଦର ଗୁପ୍ତାଙ୍କ ସମ୍ପତ୍ତି ୫,୦୫୩ କୋଟି ଏବଂ ଓ୍ବାଇଏସ୍‌ଆର୍‌ସିପିର ଆଲ୍ଲା ଅୟୋଧ୍ୟା ରାମି ରେଡ୍ଡୀଙ୍କ ସମ୍ପତ୍ତି ୨,୫୭୭ କୋଟି ଟଙ୍କା। ଅନ୍ୟପକ୍ଷରେ ଆପ୍‌ ଏମ୍‌ପି ସନ୍ତ ବଲବୀର ସିଂଙ୍କ ସମ୍ପତ୍ତି ସର୍ବନିମ୍ନ ୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ମଣିପୁରର ମହାରାଜା ସାନଜାଓବା ଲେଇଶେମ୍ବାଙ୍କ ସମ୍ପତ୍ତି ମୂଲ୍ୟ ୫ ଲକ୍ଷ ହୋଇଥିବାବେଳେ ଟିଏମ୍‌ସିର ପ୍ରକାଶ ଚିକ୍‌ ବାରାଇକ୍‌ଙ୍କ ସମ୍ପତ୍ତି ୯ ଲକ୍ଷ ଟଙ୍କା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?