ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ଓମାନର ଅଲ୍‌ ମୁସନ୍ନାହ ସହରରେ ଓମାନ କ୍ୟାମେଲ ରେସିଂ ଫେଡେରେଶନ ପକ୍ଷରୁ ଫେବୃଆରୀରେ ଆୟୋଜିତ ଏହି ଓଟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କେବଳ ପରମ୍ପରା ନୁହେଁ, ବରଂ ବିଜୟୀ ଓଟ ପାଇଁ ବିପୁଳ ପୁରସ୍କାର ରାଶି ଦିଆଯାଇଥାଏ। ଏହି ଲୋଭରେ ଅନେକ ଲୋକ ସେମାନଙ୍କ ଓଟକୁ ପ୍ରତିଯୋଗିତାରେ ସାମିଲ କରାଇଥିବାବେଳେ କେତେଜଣ ଓଟ ମାଲିକ ଜିତିବା ଆଶାରେ ନିୟମ ବହିର୍ଭୂତ କାର୍ଯ୍ୟ କରିଛନ୍ତି। ଯେଭଳି ସେଲିବ୍ରିଟିମାନେ ସୁନ୍ଦର ଦେଖାଯିବା ପାଇଁ ଫିଲର୍ସ ଏବଂ ବୋଟକ୍ସ ବ୍ୟବହାର କରନ୍ତି, ସେହିପରି ମାଲିକମାନେ ଓଟଙ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେହି ସମାନ ପ୍ରକ୍ରିୟା (ଓଠରେ ଫିଲର୍ସ ଏବଂ ମୁହଁରେ ବୋଟକ୍ସ) ବ୍ୟବହାର କରିଥିଲେ। ପ୍ରତିଯୋଗିତା ସମୟରେ ପ୍ରାଣୀ ଚିକିତ୍ସକମାନେ ୨୦ଟି ଓଟଙ୍କ ଶରୀରରେ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ଓ କସ୍‌ମେଟିକ୍‌ ସର୍ଜରୀ କରାଯାଇଥିବା ଯାଞ୍ଚରୁ ଜାଣିପାରିଥିଲେ। ଉକ୍ତ ଓଟମାନଙ୍କ ମୁହଁର ମାଂସପେଶୀକୁ କୋମଳ କରିବା ପାଇଁ ବୋଟକ୍ସ ବ୍ୟବହାର କରାଯାଇଥିଲା। ସେହିପରି ଲିପ୍‌ ଫିଲର୍ସ କରାଯାଇଥିଲା, ଅର୍ଥାତ୍‌ ଓଟର ଓଠକୁ ମୋଟା ଓ ସୁନ୍ଦର ଦେଖାଇବା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ଓଟର କୁଜକୁ ବଡ଼ କରିବା ଏବଂ ଶରୀରର ଗଠନକୁ ସୁଦୃଢ଼ କରିବା ପାଇଁ ସିଲିକନ ଓ ହର୍ମୋନ ପ୍ରୟୋଗ କରାଯାଇଥିଲା। ଡାକ୍ତରମାନଙ୍କ ମତରେ ଏହି ଇଞ୍ଜେକ୍ସନ ଦ୍ୱାରା ଓଟମାନଙ୍କୁ ପ୍ରବଳ ଯନ୍ତ୍ରଣା ହୁଏ ଏବଂ ସେମାନଙ୍କର ଖାଇବା ପିଇବାରେ ମଧ୍ୟ ସମସ୍ୟା ଦେଖାଦିଏ। ପ୍ରତିଯୋଗିତାର ନିୟମ ଅନୁଯାୟୀ ଏସବୁକୁ ନିଷିଦ୍ଧ କରାଯାଇଥିବାବେଳେ ପୁରସ୍କାର ବାବଦ ବଡ଼ ଅର୍ଥରାଶି ଲୋଭରେ ଓଟ ମାଲିକମାନେ ଏଭଳି ସର୍ଜରୀ ଓ ଅନ୍ୟାନ୍ୟ ପନ୍ଥା ଆପଣାଇଥିଲେ। ଓମାନର ଓଟ କ୍ଲବ୍‌ ଏବଂ ସରକାରୀ ସଂସ୍ଥା ଏହାକୁ ନିନ୍ଦା କରିବା ସହ ନିୟମକୁ କଡ଼ାକଡ଼ି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସୌନ୍ଦର୍ଯ୍ୟ କେବଳ ପ୍ରାକୃତିକ ହେବା ଉଚିତ। ସୋସିଆଲ ମିଡିଆରେ ଲୋକମାନେ ଏହି ଓଟମାନଙ୍କୁ ହଲିଉଡ୍‌ ସେଲିବ୍ରିଟି କିମ୍‌ କାର୍ଦାଶିଆନ୍‌ଙ୍କ ନାମ ଅନୁସାରେ ‘କ୍ୟାମେଲ କାର୍ଦାଶିଆନ୍ସ’ ବୋଲି କହି ପରିହାସ କରୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri