ଯନ୍ତ୍ରଣା-ରଶ୍ମି

ଭଙ୍ଗାରୁଜା, ଜଳାପୋଡ଼ା କିମ୍ବା ଅନ୍ୟାନ୍ୟ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାଡ଼ି ଆସୁଥିବା ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆଜି ପ୍ରଶାସନ ନିକଟରେ ଯେଉଁ କେତୋଟି ଅତି ସାଧାରଣ ଉପାୟ ରହିଛି, ସେଗୁଡ଼ିକ ମଧ୍ୟରୁ ସୁରକ୍ଷାବଳ ସହାୟତାରେ ଜନତାଙ୍କ ଉପରେ ଲାଠିାର୍ଜ କରିବା, ଗୋଡ଼କୁ ଗୁଳିାଳନା କରିବା, ଦମକଳ ପାଇପ୍‌ରେ ଜନତାଙ୍କ ଉପରକୁ ପାଣି ପିଙ୍ଗିବା ଓ ଲୁହବୁହା ବାଷ୍ପର ପ୍ରୟୋଗ କରିବା ଇତ୍ୟାଦି ଅନ୍ୟତମ। ତେବେ ଯୁଗର ପରିବର୍ତ୍ତନ ଓ ବିଜ୍ଞାନର ଉନ୍ନତି ସହିତ କେତେକ ପଦ୍ଧତିରେ ପରିବର୍ତ୍ତନ ଆଣିବା ପାଇଁ ଏବେ ଗବେଷଣା ଜାରି ରହିଛି। ସେହି ଗବେଷଣାର ଫଳ ସ୍ବରୂପ ବିନା ଆକ୍ରମଣରେ ଉତ୍ତ୍ୟକ୍ତ ଜନତାକୁ ନିୟନ୍ତ୍ରଣ କରିବା ନିମନ୍ତେ ସଂପ୍ରତି ବିଜ୍ଞାନ ଏକ ମକପ୍ରଦ ଜ୍ଞାନକୌଶଳର ସନ୍ଧାନ ଦେଇଛି, ଯାହାର ନାମ ‘ସକ୍ରିୟ ପ୍ରତିରୋଧ ପଦ୍ଧତି’ ବା ‘ଆକ୍ଟିଭ୍‌ ଡେନିଆଲ୍‌ ସିଷ୍ଟମ୍‌’। ସଂକ୍ଷେପରେ ଏହାକୁ ‘ଏ.ଡି.ଏସ୍‌.’ ବୋଲି କୁହାଯାଉଛି। ସାଧାରଣ ଲୋକଙ୍କ ପାଖରେ ଏହା ‘ଯନ୍ତ୍ରଣା-ରଶ୍ମି’ (ପେନ୍‌-ରେ) ନାମରେ ପରିଚିତ।
ଏ.ଡି.ଏସ୍‌. ତରଙ୍ଗ ପ୍ରେରକ ଯନ୍ତ୍ର (ଓ୍ବେଭ୍‌ ଟ୍ରାନ୍‌ସ୍‌ମିଟର୍‌) ହୋଇଥିବାରୁ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସାମ୍‌ନାରୁ ଆସୁଥିବା ବ୍ୟକ୍ତି ଉପରକୁ ଛତା ଭଳି ଆଣ୍ଟିନାରୁ ତରଙ୍ଗ ପଠାଯାଏ। ଏହି ତରଙ୍ଗ ବ୍ୟକ୍ତିର ଶରୀରରେ ଯନ୍ତ୍ରଣା ସୃଷ୍ଟି କରେ। ଆମେରିକା ସୈନ୍ୟବାହିନୀର ଗବେଷଣାଗାର ପକ୍ଷରୁ ୧୯୮୦-୧୯୯୦ ଦଶକରେ ପ୍ରଥମେ ଏହି ଶସ୍ତ୍ରର ଜ୍ଞାନକୌଶଳ ବିଷୟରେ ଧାରଣା ଦିଆଯାଇଥିଲା। ପରେ ୨୦୦୬ ମସିହାରେ ପ୍ରତିରକ୍ଷା ବିଭାଗକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିବା ରେଥିୟନ୍‌ ସଂସ୍ଥା ଏହାକୁ ନିର୍ମାଣ କରିଥିଲା। ଏବେ ଏହାକୁ ଆଇନ ସୁରକ୍ଷା ସଂସ୍ଥା ଓ ସାମରିକ ସଂସ୍ଥା ଭଳି ଅନେକ ସଂସ୍ଥା ବ୍ୟବହାର କରିବା ଆରମ୍ଭ କରିଛନ୍ତି।
ଏ.ଡି.ଏସ୍‌. ଆଣ୍ଟିନାରୁ ଅଦୃଶ୍ୟ ବିଦ୍ୟୁତ-ଚୁମ୍ବକୀୟ ତରଙ୍ଗ ବାହାରିଥାଏ। ଏହି ତରଙ୍ଗର ବାରମ୍ବାରତା (ଫ୍ରିକ୍ୟୁଏନ୍ସି) ହେଉଛି ୯୫ ଗିଗାହର୍ଜ। ଅର୍ଥାତ୍‌, ଏକ ସେକେଣ୍ଡ ସମୟ ମଧ୍ୟରେ ୯୫,୦୦୦,୦୦୦,୦୦୦ ସଂଖ୍ୟକ ତରଙ୍ଗ ବ୍ୟକ୍ତିର ଶରୀରକୁ ସ୍ପର୍ଶ କରେ। ତରଙ୍ଗର ଅର୍ଥ ଶକ୍ତିର ପ୍ରବାହ। ଆମେ କଥା କହିଲେ ପ୍ରାୟ ୧୫୦ ହର୍ଜ ବାରମ୍ବାରତାର ଶକ୍ତିର ଶବ୍ଦ ବାହାରେ। ଯେଉଁ ତରଙ୍ଗର ବାରମ୍ବାରତା ଅଧିକ, ତାହାର ଶକ୍ତି ଅଧିକ। ଶବ୍ଦ ତୁଳନାରେ ଏ.ଡି.ଏସ୍‌. ତରଙ୍ଗର ଶକ୍ତି ୧୦,୦୦୦ ଗୁଣରୁ ଅଧିକ ହେବ। ଏ.ଡି.ଏସ୍‌.ରୁ ନିର୍ଗତ ଶକ୍ତିଶାଳୀ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗ ଯାଇ ବ୍ୟକ୍ତିର ର୍ମରେ ରହିଥିବା ଜଳକଣିକାଗୁଡ଼ିକୁ ଉତ୍ତେଜିତ କରାଏ। ଫଳରେ ସେଗୁଡ଼ିକର ତାପମାତ୍ରା ବୃଦ୍ଧିପାଏ। ପ୍ରଥମେ ମୁହୂର୍ତ୍ତକ ପାଇଁ ବ୍ୟକ୍ତି ଜଣକ ଟାଣ ଖରାରେ ଛିଡ଼ା ହେଲା ଭଳି ଅନୁଭବ କରେ। କିନ୍ତୁ ଦୁଇ ସେକେଣ୍ଡ ସମୟ ମଧ୍ୟରେ ବ୍ୟକ୍ତିର ଶରୀରର ତାପମାତ୍ରା ବୃଦ୍ଧି ପାଇ ପ୍ରାୟ ୫୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ପହଞ୍ଚତ୍ୟାଏ। ସେତେବେଳେ ବ୍ୟକ୍ତି ନିଜକୁ ନିଆଁ ଭିତରେ ରହିଲା ପରି ଅନୁଭବ କରେ। ଆମ ଶରୀରର ସାଧାରଣ ତାପମାତ୍ରା ୩୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ରହିବା କଥା। ତେଣୁ ୫୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ବ୍ୟକ୍ତିର ଶରୀର ପାଇଁ ଅସହ୍ୟ ହୋଇପଡ଼େ। ବ୍ୟକ୍ତି ଜଣକ ଅନୁଭବ କରେ, ସତେ ଯେମିତି ସେ ସୂର୍ଯ୍ୟର ନିକଟତର ହେଉଛି। ଶେଷରେ ଏତେ ତାତି ସହି ନ ପାରି ବାଧ୍ୟ ହୋଇ ଆଗକୁ ନଯାଇ ନିଜକୁ ରକ୍ଷା କରିବା ପାଇଁ ସେ ପଛକୁ ଫେରିଯାଏ।
ମାନବ ଶରୀର ଉପରେ ଏ.ଡି.ଏସ୍‌.ର କୌଣସି କୁପ୍ରଭାବ ପଡେ ନାହିଁ। କାରଣ ଏ.ଡି.ଏସ୍‌. ବ୍ୟବହାର କରୁଥିବା ତରଙ୍ଗ ମୋଟା କପଡ଼ା ଭିତର ଦେଇ ଗଳି ଯାଇ ପାରିବ, କିନ୍ତୁ ର୍ମର ଅତି ଭିତରକୁ ପ୍ରବେଶ କରିପାରିବ ନାହିଁ। ଏହା ର୍ମ ଭିରତକୁ ୧ ସେଣ୍ଟିମିଟରର ୨୫ ଭାଗରୁ ମାତ୍ର ୧ ଭାଗ ଗଭୀରତା ପର୍ଯ୍ୟନ୍ତ ପହଞ୍ଚିପାରିବ । କମ୍‌ ବାରମ୍ବାରତା ବିଶିଷ୍ଟ ତରଙ୍ଗ ହୋଇଥିଲେ ତାହା ର୍ମର ଅତି ଭିତରକୁ ପହଞ୍ଚି ପାରିଥାଆନ୍ତା। ଏ.ଡି.ଏସ୍‌.ଠାରୁ ୫୦୦ ମିଟର୍‌ ଦୂରତାରେ ରହିଥିବା ବ୍ୟକ୍ତିକୁ ଏହି ଶସ୍ତ୍ର ପ୍ରଭାବିତ କରିପାରିବ। ଜଣେ ଲୋକ ସେଇ ଦୂରତାର ବଳୟ ବାହାରକୁ ପଳେଇଗଲେ ତାହାର ତାତି ଯାଇଥିବା ର୍ମ ପୁଣି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ। ତାକୁ ଆଉ ଯନ୍ତ୍ରଣା ଜଣାପଡ଼ିବ ନାହିଁ। ତେଣୁ ଏ.ଡି.ଏସ୍‌. ଦ୍ୱାରା ଶରୀର ଉପରେ ପ୍ରଭାବ ସାମୟିକ ଏବଂ ଦୀର୍ଘ ଦିନ ଧରି କୌଣସି କୁପ୍ରଭାବ ପଡେ ନାହିଁ। ଷମା ପିନ୍ଧୁଥିବା, ଆଖିରେ କଣ୍ଟାକ୍ଟ ଲେନ୍‌ସ ଲଗାଇଥିବା କିମ୍ବା ଶରୀରକୁ ଛୁଇଁଥିବା କୌଣସି ଧାତବ ଦ୍ରବ୍ୟ ରଖୁଥିବା ବ୍ୟକ୍ତି କ୍ଷେତ୍ରରେ ଏ.ଡି.ଏସ୍‌. ଶସ୍ତ୍ରରୁ ନିର୍ଗତ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗର ପ୍ରୟୋଗ କ୍ଷତିକାରକ ହୋଇପାରେ। କାରଣ, ଶରୀର ତୁଳନାରେ ସେଗୁଡ଼ିକ ଅଧିକ ଉତ୍ତପ୍ତ ହୋଇ ଶରୀରରେ ଫୋଟକା ସୃଷ୍ଟି କରିପାରନ୍ତି। ତେଣୁ ଏହାର ପ୍ରୟୋଗ ସବୁବେଳେ ସୁରକ୍ଷିତ ବୋଲି କୁହାଯାଇ ପାରିବ ନାହିଁ।

ଡ. କମଳାକାନ୍ତ ଜେନା
-ଓ.ଇ.ଏସ୍‌. (ପଦାର୍ଥ ବିଜ୍ଞାନ), ପରୀକ୍ଷା ନିୟନ୍ତ୍ରକ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ମୋ: ୯୪୩୯୫୦୧୬୫୧

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?