Posted inଜାତୀୟ

ଆଧାର ଅପ୍‌ଡେଟ୍‌ ସମୟସୀମା ଧାର୍ଯ୍ୟ କର, UIDAIକୁ ସିଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍‌ଡେଟ୍‌ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି।
ଜଣେ ମହିଳାଙ୍କ ଆଧାର କାର୍ଡରେ ଜନ୍ମତାରିଖ ସଂଶୋଧନ ପାଇଁ ଅନୁରୋଧକୁ ଠିକ୍‌ ସମୟରେ ପ୍ରକ୍ରିୟାକରଣ କରାଯାଇ ନ ଥିଲା। ଆବଶ୍ୟକ ଦସ୍ତାବିଜ ଦାଖଲ ସତ୍ତ୍ୱେ ତାଙ୍କ ଅନୁରୋଧ ବହୁ ଦିନ ଧରି ପଡ଼ି ରହିବାରୁ ସେ ଦିଲ୍ଲୀ ହାଇକୋର୍ଟରେ ରିଟ୍‌ ପିଟିଶନ କରିବାକୁ ବାଧ୍ୟ ହୋଇଥିଲେ। ସିଇସି କହିଛନ୍ତି, ଆବେଦନକାରୀମାନେ ପ୍ରାୟତଃ ଜନ୍ମତାରିଖ, ଲିଙ୍ଗ, ନାମରେ ବନାନଗତ ଅଶୁଦ୍ଧି ଓ ଅନ୍ୟାନ୍ୟ ଜନସାଂଖିକ ବିବରଣୀ ସଂଶୋଧନ ଅଭିଯୋଗ ନେଇ ଆସିଥାଆନ୍ତି, ଯାହା ପ୍ରାୟତଃ ବିଳମ୍ବ ଓ ପ୍ରକ୍ରିୟାରେ ସ୍ପଷ୍ଟତାରେ ଅଭାବ ଯୋଗୁ ଘଟୁଛି। ବ୍ୟବସ୍ଥାଗତ ଉନ୍ନତିର ଆବଶ୍ୟକତାକୁ ଜୋର ଦେଇ ସିଇସି ଜନସାଂଖିକ ବିବରଣୀ ଅପ୍‌ଡେଟ୍‌ ପାଇଁ ୟୁଆଇଡିଏଆଇ ତା’ର ବ୍ୟବସ୍ଥାକୁ ଦୃଢ଼ କରିବା ଏବଂ ଏକ ସ୍ବଚ୍ଛ ଓ ଉପଭୋକ୍ତା-ଅନୁକୂଳ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହିପରି ଅନୁରୋଧ ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରିବା ଓ ଆବେଦନଗୁଡ଼ିକୁ ପ୍ରଯୁଜ୍ୟ ନିୟମ ଓ ବିଧି ଅନୁଯାୟୀ ସମୟବଦ୍ଧ ଭାବେ ତ୍ୱରାନ୍ବିତ ହେବାକୁ ସୁନିଶ୍ଚିତ କରିବାକୁ କହିଛନ୍ତି। ଆୟୋଗ ମଧ୍ୟ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ଉନ୍ନତ କରିବା ଉପରେ ଜୋର ଦେଇଛନ୍ତି, ଯାହାଦ୍ୱାରା ନାଗରିକମାନେ ଆର୍‌ଟିଆଇ ଧାରା ଉପଯୋଗ କରିବାର ଆବଶ୍ୟକତା ବିନା ଠିକ୍‌ ସମୟରେ ଉତ୍ତର ପାଇବେ। ଆଧାର ବିବରଣୀ ଅପ୍‌ଡେଟ୍‌ ପାଇଁ ଆବଶ୍ୟକ ପ୍ରକ୍ରିୟା ଓ ଦସ୍ତାବିଜ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି।
ୟୁଆଇଡିଏଆଇ ଶୁଣାଣି ସମୟରେ ଆୟୋଗଙ୍କୁ ଜଣାଇଛନ୍ତି ଯେ, ଆବେଦନକାରୀଙ୍କ ଆବେଦନକୁ ବର୍ତ୍ତମାନ ଗୁରୁତ୍ୱର ସହ ବିଚାରକୁ ନିଆଯାଇ ତାଙ୍କ ଜନ୍ମତାରିଖ ସଂଶୋଧନ ହୋଇସାରିଛି। କର୍ତ୍ତୃପକ୍ଷ କହିଛନ୍ତି, ଆର୍‌ଟିଆଇ ଆବେଦନଟି ସୂଚନା ଅନୁରୋଧ ପରିବର୍ତ୍ତେ ଅଧିକାଂଶ ଅଭିଯୋଗ ସଂକ୍ରାନ୍ତୀୟ ଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?