ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ ସମ ପରିମାଣର ଦାୟୀ। ଯଦି ଏତେ କଥା କରିବାର ଥିଲା ତେବେ ବିଧାୟକମାନଙ୍କୁ ସେମାନଙ୍କ ବିବେକାନୁମୋଦିତ ଭୋଟ ଦେବା ପାଇଁ ଛାଡ଼ି ଦେଇଥିଲେ ଏତେ ଅପବାଦ ଶୁଣିବାକୁ ପଡ଼ି ନ ଥାଆନ୍ତା। ବିଧାୟକମାନେ ଏକଥା ବୁଝୁନାହାନ୍ତି କି ଯେଉଁମାନେ ଅସ୍ମିତା କଥା କହୁଥିଲେ ସେମାନେ ଏହି ଭୋଟ୍‌ର ହିତାଧିକାରୀ ହେଲା ବେଳେ ନିଜ ଉପରକୁ ଏହା ନେଉଛନ୍ତି। ଦିଲୀପ ରାୟ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇ ଇତିହାସକୁ ପୁନରାବୃତ୍ତି କଲେ। କିନ୍ତୁ ଦିଲୀପ ରାୟ ଯେଉଁଭଳି ଜିତିଲେ ତାହା କିଛି ଗୌରବର କଥା ନୁହେଁ ବୋଲି ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଙ୍ଗଳବାର ସୌମ୍ୟ କହିଛନ୍ତି, ବିଜେଡି ଏବଂ ଭାଜପା ଭିତରେ ସମ୍ପର୍କ ନାହିଁ ବୋଲି ଅନେକ ଲୋକ କହୁଛନ୍ତି। ମାତ୍ର ପରଦା ପଛରେ ସେମାନଙ୍କ ସମ୍ପର୍କ କ’ଣ ସେକଥା ବୁଝିବା କଷ୍ଟ। କଂଗ୍ରେସ ସହ ବିଜେଡି ସାମୟିକ ଭାବେ ଏକାଠି ହୋଇଥିଲା। ଆଗକୁ ତାହା ବଳବତ୍ତର ରହୁଛି ନା ନାହିଁ ଦେଖିବା କଥା। ମାତ୍ର ଏଭଳି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା କଷ୍ଟକର। ଯେଉଁମାନେ ବିଧାୟକମାନଙ୍କୁ ବାଇଗଣ, ପରିବା ଭଳି ବିକ୍ରିଯୋଗ୍ୟ ଭାବୁଛନ୍ତି ସେମାନେ ମଧ୍ୟ ଅସ୍ମିତାର ବିରୋଧୀ। ଯେଉଁମାନେ ଏହାର ଶିକାର ହେଲେ ସେମାନେ ମଧ୍ୟ ଏ ବିଷୟରେ କହିବାକୁ ତାଙ୍କ ଜିଭରେ ହାଡ଼ ନାହିଁ। ବିଧାୟକ ଯେଉଁମାନେ ଦଳ ବିରୋଧରେ ଭୋଟ ଦେଲେ ସେମାନେ ଆଗରୁ ଏ ବିଷୟରେ କହିପାରିଥାଆନ୍ତେ। ସେମାନଙ୍କ ଭିତରୁ କିଏ କେତେବେଳେ ବିକ୍ରି ହୋଇଛନ୍ତି। ଯିଏ ଭାବୁଛନ୍ତି ଅନ୍ୟ ଦଳର ବିଧାୟକ ସେମାନଙ୍କ ସପକ୍ଷରେ ଭୋଟ ଦେଇପାରିବେ ସେମାନେ ମଧ୍ୟ କମ୍‌ ଦୋଷୀ ନୁହନ୍ତି। ଯେଉଁ ବିଧାୟକମାନେ ଯାଇଛନ୍ତି ବା ଯିଏ ଭାବୁଛନ୍ତି ନୂଆ ଦଳର ନିଅଁ ପକାଇବେ ତାହା ସମ୍ଭବ ନୁହେଁ। ସାଧାରଣ ଲୋକମାନେ ଚାହିଁଲେ ଦଳର ନିଅଁ ପଡ଼ିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

ସୁନାବେଡ଼ା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ: ଭିଡିଓ ଭାଇରାଲ ହେବା ପରେ…

ନୂଆପଡ଼ା,୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ରାସ୍ତାରେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri