Posted inଫୁରସତ

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ଚେଞ୍ଜିଂ ରୁମ୍‌ର ଲୁଚା କ୍ୟାମେରା (Hidden Camera) ଥିବା ଖବର ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ନିଜର ସୁରକ୍ଷା ପାଇଁ ସତର୍କ ରହିବା ନିହାତି ଜରୁରୀ।

ଆସନ୍ତୁ ଜାଣିବା କିଛି ସହଜ ଉପାୟ, ଯାହା ସାହାଯ୍ୟରେ ଆପଣ ଲୁଚି ରହିଥିବା କ୍ୟାମେରାକୁ ସହଜରେ ଚିହ୍ନଟ କରିପାରିବେ:

୧.ରୁମ୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ:
ହୋଟେଲ ରୁମ କିମ୍ବା ଚେଞ୍ଜିଂ ରୁମ୍‌କୁ ଯିବା ମାତ୍ରେ ପ୍ରଥମେ ଚାରିପାଖକୁ ଭଲ ଭାବେ ଦେଖନ୍ତୁ। ବିଶେଷ କରି କୋଣ ଅନୁକୋଣ, କାନ୍ଥ ଘଣ୍ଟା, ଫଟୋ ଫ୍ରେମ, ସ୍ମୋକ ଡିଟେକ୍ଟର, ଟେବୁଲ ଲ୍ୟାମ୍ପ କିମ୍ବା ସଜାଯାଇଥିବା ସାମଗ୍ରୀ ଉପରେ ନଜର ରଖନ୍ତୁ। ଯଦି କୌଣସି ଜିନିଷରେ ଛୋଟ କଣା କିମ୍ବା ଅସ୍ବାଭାବିକ କିଛି ଦେଖାଯାଏ, ତେବେ ସତର୍କ ହୋଇଯାଆନ୍ତୁ।

୨. ଲାଇଟ ବନ୍ଦ କରି ଚେକ କରନ୍ତୁ:
ଲୁଚା କ୍ୟାମେରାରେ ଏକ ଛୋଟ ଲେନ୍ସ ଥାଏ, ଯାହା ଅନ୍ଧାରରେ ସାମାନ୍ୟ ଚମକିଥାଏ। ରମ୍‌ର ସମସ୍ତ ଲାଇଟ ବନ୍ଦ କରି ଧୀରେ ଧୀରେ ଚାରିଆଡ଼କୁ ଦେଖନ୍ତୁ। ଯଦି କୌଣସି ସ୍ଥାନରୁ ଛୋଟ ଆଲୋକ ବା ଚମକ ଦେଖାଯାଏ, ତେବେ ସେହି ସ୍ଥାନକୁ ଭଲ ଭାବେ ଯାଞ୍ଚ କରନ୍ତୁ।

୩. ମୋବାଇଲ ଫୋନର ବ୍ୟବହାର:
ଆପଣ ନିଜ ସ୍ମାର୍ଟଫୋନ ସାହାଯ୍ୟରେ ମଧ୍ୟ ଲୁଚା କ୍ୟାମେରା ଖୋଜିପାରିବେ। ରୁମ୍‌ର ଲାଇଟ ବନ୍ଦ କରି ମୋବାଇଲ କ୍ୟାମେରା ଅନ କରନ୍ତୁ ଏବଂ ରୁମ ଚାରିପାଖକୁ ବୁଲାନ୍ତୁ। ଅନେକ ସମୟରେ ଲୁଚା କ୍ୟାମେରାରେ ଥିବା ଇନଫ୍ରାରେଡ (Infrared) ଲାଇଟ ମୋବାଇଲ କ୍ୟାମେରାରେ ସ୍ପଷ୍ଟ ଦେଖାଯାଇଥାଏ।

୪. ଦର୍ପଣ ବା ଆଇନାର ଯାଞ୍ଚ (Two-Way Mirror Test):
କେତେକ କ୍ଷେତ୍ରରେ ’ଟୁ-ୱେ ମିରର’ ବ୍ୟବହାର କରାଯାଏ, ଯାହାର ପଛପଟୁ ସବୁକିଛି ଦେଖାଯାଏ। ଏହାକୁ ଚିହ୍ନିବା ପାଇଁ ଦର୍ପଣ ଉପରେ ନିଜ ଆଙ୍ଗୁଠି ରଖନ୍ତୁ। ଯଦି ଆଙ୍ଗୁଠି ଏବଂ ତାହାର ପ୍ରତିବିମ୍ବ ମଧ୍ୟରେ ସାମାନ୍ୟ ବ୍ୟବଧାନ (Gap) ଥାଏ, ତେବେ ଆଇନାଟି ସାଧାରଣ। କିନ୍ତୁ ଯଦି ଉଭୟ ପରସ୍ପର ସହ ଲାଗିରହନ୍ତି, ତେବେ ସେଠାରେ ବିପଦ ଥାଇପାରେ।

୫. ତୁରନ୍ତ ସୂଚନା ଦିଅନ୍ତୁ:
ଯଦି କୌଣସି ଜିନିଷ ଉପରେ ଆପଣଙ୍କର ସନ୍ଦେହ ହେଉଛି, ତେବେ ତାହାକୁ ନିଜେ ଖୋଲିବାକୁ ଚେଷ୍ଟା ନକରି ତୁରନ୍ତ ହୋଟେଲ ଷ୍ଟାଫ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ। ଆବଶ୍ୟକ ପଡ଼ିଲେ ପୋଲିସରେ ମଧ୍ୟ ଅଭିଯୋଗ କରନ୍ତୁ।

ଏଣୁ ଯାତ୍ରା କିମ୍ବା ଶପିଂ ସମୟରେ ଏହି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ନିଜର ପ୍ରାଇଭେସିକୁ ସୁରକ୍ଷିତ ରଖିପାରିବେ। ମନେରଖନ୍ତୁ, ସାମାନ୍ୟ ସତର୍କତା ହିଁ ସବୁଠାରୁ ବଡ଼ ସୁରକ୍ଷା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri