Posted inଜାତୀୟ

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଭାଜପା ପୁଣିଥରେ ଶୁଭେନ୍ଦୁ ଅଧିକାରୀଙ୍କୁ ମଇଦାନକୁ ଓହ୍ଲାଇ ଏକ ଶକ୍ତ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

୨୦୨୧ ନିର୍ବାଚନରେ ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହେବା ପରେ ମମତା ବାନାର୍ଜୀ ଭବାନୀପୁର ଉପ-ନିର୍ବାଚନରେ ଜିତିଥିଲେ। ଏଥର ମଧ୍ୟ ଭାଜପା ସମାନ ରଣନୀତି ଆପଣାଇଛି। ମମତାଙ୍କୁ କେବଳ ଭବାନୀପୁର ଆସନରେ ସୀମିତ ରଖିବାକୁ ଭାଜପା ଚାହୁଁଛି, ଯେପରି ସେ ସାରା ରାଜ୍ୟରେ ପ୍ରଚାର କରିବାକୁ ସମୟ ପାଇବେ ନାହିଁ। ଶୁଭେନ୍ଦୁଙ୍କୁ ଭବାନୀପୁର ଓ ନନ୍ଦୀଗ୍ରାମ ଦୁଇଟି ଯାକ ସ୍ଥାନରୁ ପ୍ରାର୍ଥୀ କରି ଭାଜପା ତୃଣମୂଳ କଂଗ୍ରେସ (TMC) ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି।

ଟିଏମସିରୁ ବହିଷ୍କୃତ ନେତା ହୁମାୟୁନ କବୀରଙ୍କ ନୂଆ ଦଳ ’ଆମ ଜନତା ଉନ୍ନୟନ ପାର୍ଟି’ (AJUP) ମମତାଙ୍କ ପାଇଁ ନୂଆ ଅସୁବିଧା ଛିଡ଼ା କରିଛି। ଭବାନୀପୁରରେ ମମତାଙ୍କ ବିରୋଧରେ କବୀର ପୁନମ ବେଗମଙ୍କୁ ପ୍ରାର୍ଥୀ କରିଛନ୍ତି।  ଭବାନୀପୁରରେ ପ୍ରାୟ ୨୦ ପ୍ରତିଶତ ମୁସଲିମ ଭୋଟର ଅଛନ୍ତି। ଯଦି ପୁନମ ବେଗମ ଏହି ଭୋଟ କାଟିବାରେ ସଫଳ ହୁଅନ୍ତି, ତେବେ ମମତାଙ୍କ ପାଇଁ ଅଡୁଆ ବଢ଼ିପାରେ।

ଭବାନୀପୁରରେ ସ୍ପେଶାଲ ଇଣ୍ଟେନସିଭ ରିଭ୍ୟୁ (SIR) ପରେ ପ୍ରାୟ ୪୭,୦୦୦ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ମମତା ଏହାକୁ ଭାଜପା ଓ ନିର୍ବାଚନ କମିଶନଙ୍କ ମିଳିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ଗୁରୁବାର ଦଳୀୟ ବୈଠକରେ ଟିଏମସି ନିଜର ଆଗାମୀ ପଦକ୍ଷେପ ସ୍ଥିର କରିଛି। ବରିଷ୍ଠ ନେତା ସୁବ୍ରତ ବକ୍ସି ଓ ଫିରହାଦ ହାକିମଙ୍କୁ ୱାର୍ଡ ଦାୟିତ୍ୱ ଦିଆଯାଇଛି।  ମମତା ବାନାର୍ଜୀ ନିଜେ ଭବାନୀପୁରରେ ବଡ଼ ବଡ଼ ସଭା କରିବେ। ଏସବୁ ଭିତରେ ମମତା କହିଛନ୍ତି, “ମୁଁ କେବଳ ଭବାନୀପୁରରୁ ନୁହେଁ, ରାଜ୍ୟର ସମସ୍ତ ୨୯୪ଟି ଯାକ ଆସନରେ ମୁଁ ନିଜେ ପ୍ରାର୍ଥୀ।” ଯାହାକି ସମସ୍ତଙ୍କ ଗହଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?