ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେ ହେଲେ ଜକର ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ଲିଲ ପ୍ରଧାନ(୬୦)। ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କୁ ଉଦ୍ଧାର କରି ନିଜ କାର୍‌ରେ ପ୍ରଥମେ ବୋମକେଇ ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ କାର୍ଯ୍ୟାଳୟର ତଳ ମହଲାରେ ହିତାଧିକାରୀମାନଙ୍କୁ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଣ୍ଟନ ଚାଲିଥିବା ବେଳେ କାର୍ଯ୍ୟାଳୟର ଉପର ମହଲାରେ ଥିବା ମିଶନ ଶକ୍ତି କେନ୍ଦ୍ର କୋଠାରେ କିଶୋରୀ ମେଳା କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବହୁ ସଂଖ୍ୟକ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ଯା’ ଆସ କରୁଥଲେ। ରାସ୍ତାକଡ଼ ଗଛରେ ଥିବା ଏକ ମହୁଫେଣାରୁ ହଜାର ହଜାର ସଂଖ୍ୟାରେ ମହୁମାଛି ଉଡ଼ି ଆସି ସେଠାରେ ଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ। ପ୍ରାଣ ବିକଳରେ ଲୋକେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ନେଇ ଫେରୁଥିବା ଲିଲ ପ୍ରଧାନ ଦୌଡ଼ି ନ ପାରିବାରୁ ତାଙ୍କୁ ମହୁମାଛି ବେଢ଼ିଯାଇ ଦେହସାରା କାମୁଡ଼ିବାରୁ ସେ ସେଠାରେ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ସୁନାମ ପ୍ରଧାନ,କୃଷ୍ଣ ଗୌଡ଼, ବଣ୍ଟି ପ୍ରଧାନଙ୍କ ସମେତ ଅନ୍ୟ କିଛି ଯୁବକ ସାହସର ସହିତ ତାଙ୍କୁ ଉଦ୍ଧାର କରି ସରପଞ୍ଚଙ୍କ କୋଠରିକୁ ନେଇଆସିଥଲେ। ତଥାପି ମହୁମାଛି ଦଳ ସେମାନଙ୍କୁ ଛାଡ଼ି ନ ଥିଲେ। ସମସ୍ତଙ୍କୁ ଏକ ପାଲ ଘୋଡ଼ାଇ ଦିଆଯାଇଥିଲା। ମହୁମାଛି ଆକ୍ରମଣରେ ଆହତ ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

ଆକ୍ସନ ମୋଡରେ ଶାହା; ୯ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ, ୮ରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀଙ୍କ ନାମ!

କୋଲକାତା,୬ା୫: ପଶ୍ଚିମବଙ୍ଗରେ ଭାଜପାର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଏବଂ…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ଶେଷ ହେବ ଯୁଦ୍ଧ! ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା, ଏହି 3 ଟି ପ୍ରସଙ୍ଗରେ ସହମତି…

ଓ୍ବାଶିଂଟନ,୬ା୫: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଓଡ଼ିଶା ଚାଖିବ ଭିଏତନାମ ଡୁରିଆନ, ଦୁଇ ଦେଶ ମଧ୍ୟରେ ୧୦ ଚୁକ୍ତିନାମା

ନୂଆଦିଲ୍ଲ,୬ା୫: ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ – ତାଙ୍କ ନିର୍ବାଚନର…

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫:  ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri