ଆଜି ଜାତୀୟ ଦନ୍ତ ଚିକିତ୍ସକ ଦିବସ, ଦାନ୍ତ ସୁରକ୍ଷା ପ୍ରତି ଯତ୍ନବାନ୍‌ ହେବା ଜରୁରୀ

ଦାନ୍ତ ଆମକୁ ଖାଦ୍ୟ ଚୋବାଇବାରେ ସାହାଯ୍ୟ କରିଥାଏ । ଏହା ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ଏହାର ଯଦି ଆମେ ଠିକ୍‌ ଭାବରେ ଯତ୍ନ ନ ନେବା ତେବେ ପରବର୍ତ୍ତୀ ସମୟରେ ତାହା ସମସ୍ୟା ସୃଷ୍ଟି କରିବ। ଆଉ ଠିକ୍‌ ସମୟରେ ତାହାର ଉପଚାର କରା ନ ଗଲେ,ଏହି ସମସ୍ୟା ଗମ୍ଭୀର ଆକାର ଧାରଣ କରିଥାଏ। ତେବେ ଦାନ୍ତକୁ ସୁସ୍ଥ ରଖିବା କ୍ଷେତ୍ରରେ ଦନ୍ତ ଚିକିତ୍ସକଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ। ତେଣୁ ପ୍ରତିବର୍ଷ ମାର୍ଚ୍ଚ ୬ ତାରିଖକୁ ‘ଜାତୀୟ ଦନ୍ତ ଚିକିତ୍ସକ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିବସ ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି ‘ସୁସ୍ଥ ପାଟି ଆତ୍ମବିଶ୍ୱାସ ଆଣିଥାଏ ଏବଂ ଉତ୍ତମ ଜୀବନଯାପନରେ ସହୟକ ହୋଇଥାଏ।’ ଯଦି ଆପଣଙ୍କର ଦାନ୍ତଜନିତ ସମସ୍ୟା ରହିଛି, ତେବେ ବିଳମ୍ବ ନ କରି ଅଭିଜ୍ଞ ଦନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

ଯେହେତୁ ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବାରେ ଦାନ୍ତ ସାହାଯ୍ୟ କରିଥାଏ, ତେଣୁ ଦାନ୍ତ କିପରି ସୁସ୍ଥ ତଥା ଦୃଢ଼ ରହିବ ସେନେଇ ଯତ୍ନବାନ ହେବା ନିହାତି ଆବଶ୍ୟକ। କେବଳ ସକାଳେ ବିଛଣାରୁ ଉଠିବା ପରେ ନୁହେଁ, ରାତ୍ର ଭୋଜନ ପରେ ଭଲ ଭାବରେ ଦାନ୍ତ ଘଷିବା ଦରକାର। କାରଣ ଦାନ୍ତ ସନ୍ଧିରେ ଯଦି ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ରହିଗଲା, ତେବେ ତାହା ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷିବା ସହ ଏଭଳି ସମସ୍ୟାର କୌଣସି ଲକ୍ଷଣ ଜାଣିବାକୁ ପାଇଲେ ବିଳମ୍ବ ନ କରି ତାହାର ଚିକିତ୍ସା କରାନ୍ତୁ। ଦାନ୍ତ ରୋଗ ନିରୂପଣ ସମୟରେ ଦନ୍ତ ଚିକିତ୍ସକ ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିଥିବା ପାଥୋଲୋଜିକାଲ ଟେଷ୍ଟ କରାଇ ନିଅନ୍ତୁ। ନିଜେ ସତର୍କ ରହିଲେ ଆମେ ଦାନ୍ତଜନିତ ସମସ୍ୟାଠାରୁ ନିଜକୁ କେତେକାଂଶରେ ଦୂରେଇ ରଖିପାରିବା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri