ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା ଦର ବଢ଼ୁଥିବା ବେଳେ, ବର୍ତ୍ତମାନ ଏଥିରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନିଜର ସର୍ବୋଚ୍ଚ ସ୍ତର (Record High) ରୁ ସୁନା ଓ ରୁପା ଦର ଯଥେଷ୍ଟ ତଳକୁ ଖସି ଆସିଛି।
ରେକର୍ଡ ଅନୁଯାୟୀ, ସୁନା ମୂଲ୍ୟ ପୂର୍ବରୁ ପ୍ରତି ୧୦ ଗ୍ରାମ ପିଛା ୧.୯୩ ଲକ୍ଷ ଟଙ୍କା ଛୁଇଁଥିବା ବେଳେ ରୁପା କିଲୋଗ୍ରାମ ପିଛା ୪.୩୯ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଆଜି (୧୭ ମାର୍ଚ୍ଚ)ର ମୂଲ୍ୟ ଅନୁସାରେ ସୁନା (MCX) ପ୍ରତି ୧୦ ଗ୍ରାମ ୧,୫୬,୮୯୧ ଟଙ୍କା ଟଙ୍କା ରହିଛି।  ଅର୍ଥାତ  ପ୍ରାୟ ୩୬,୦୦୦ ଟଙ୍କାର ହ୍ରାସ ଦେଖାଯାଇଛି। ସେହିଭଳି ରୁପା (MCX) ୨,୫୮,୦୦୦ ଟଙ୍କା (ପ୍ରତି କିଲୋଗ୍ରାମ) ହୋଇଛି। ଏଥିରେ ପ୍ରାୟ ୧.୮୭ ଲକ୍ଷ ଟଙ୍କାର ହ୍ରାସ ପରିଲକ୍ଷିତ ହେଉଛି।
ବିଶେଷଜ୍ଞଙ୍କ ମତରେ, ସୁନା ଏବେ କିଣିବା ପାଇଁ ସଠିକ ସମୟ ନୁହେଁ। ଆଗାମୀ ଏପ୍ରିଲ ମାସ ସୁଦ୍ଧା ଦର ଆହୁରି କମିପାରେ। ଅନ୍ତର୍ଜାତୀୟ ବଜାରରେ ସୁନା ୫୦୦୦ ଡଲାରରୁ ଖସି ୪୭୦୦ ଡଲାରକୁ ଆସିପାରେ। ଏହି ସ୍ଥିତିରେ ଭାରତୀୟ ବଜାରରେ ସୁନା ୧.୪୫ ଲକ୍ଷ ଟଙ୍କା ଏବଂ ରୁପା ୨.୩୫ ଲକ୍ଷ ଟଙ୍କାକୁ ଖସି ଆସିବାର ସମ୍ଭାବନା ରହିଛି।
ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଭୂ-ରାଜନୈତିକ ଉତ୍ତେଜନା ସତ୍ତ୍ୱେ କିଛି ଆର୍ଥିକ କାରଣ ଯୋଗୁ ଦର କମୁଛି। ଡଲାର ଇଣ୍ଡେକ୍ସ ୧୦୦ ଅତିକ୍ରମ କରିଥିବାରୁ ନିବେଶକମାନେ ସୁନା ଅପେକ୍ଷା ଆମେରିକୀୟ ଡଲାରକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ସୁଧ ହାର କାଟ ନେଇ ଅନିଶ୍ଚିତତା ସୁନା ଚାହିଦାକୁ କମାଇ ଦେଇଛି। ନିବେଶକମାନେ ଭଲ ରିଟର୍ଣ୍ଣ ପାଇଁ ବଣ୍ଡ ଆଡ଼କୁ ମୁହାଁଉଛନ୍ତି। ବଜାରରେ ଅସ୍ଥିରତା ଯୋଗୁ ଗୋଲ୍ଡ ଇଟିଏଫ୍‌ରୁ ବହୁ ପରିମାଣର ଅର୍ଥ ବାହାର କରାଯାଉଛି।
ଯଦି ବିଶ୍ୱ ସ୍ଥିତିରେ ସୁଧାର ଆସେ, ତେବେ ମୂଲ୍ୟରେ ଆହୁରି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିପାରେ। ତେଣୁ ନିବେଶ କରିବା ପୂର୍ବରୁ କିଛି ଦିନ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…

ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି…

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri