Posted inଜାତୀୟ

ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢିଲା: ED ପରେ CBI ଛାଟ

ନୂଆଦିଲ୍ଲୀ,୨୩।୮: ଆଜିକାଲି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମୁମ୍ବାଇର RCOM ଏବଂ ଅନିଲ ଅମ୍ବାନୀଙ୍କ ପରିସରରେ ଚଢାଉ କରିଥିଲା। CBI ଅଧିକାରୀମାନେ ସକାଳ ପ୍ରାୟ ୭ଟାରେ ଅମ୍ବାନୀଙ୍କ ବାସଭବନରେ ପହଞ୍ଚିଥିଲେ। ସୂତ୍ର ଅନୁଯାୟୀ, ୭ରୁ ୮ ଜଣ ଅଧିକାରୀ ସେହି ସ୍ଥାନରେ ପହଞ୍ଚିଛନ୍ତି ଏବଂ ସେବେଠାରୁ ଖୋଜାଖୋଜି କରୁଛନ୍ତି।

ତଲାସୀ ସମୟରେ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟ ବାସଭବନରେ ଉପସ୍ଥିତ ଥିଲେ। CBIର ଏହି କାର୍ଯ୍ୟାନୁଷ୍ଠାନ କଥିତ ଋଣ ଠକେଇ ମାମଲାର ତଦନ୍ତର ଏକ ଅଂଶ। ଏଥିରେ ଏଜେନ୍ସି ରିଲାଏନ୍ସ ADA ଗ୍ରୁପ ସହିତ ଜଡିତ କମ୍ପାନୀଗୁଡିକ ଉପରେ ତଦନ୍ତକୁ ବିସ୍ତାର କରୁଛି।

ପୂର୍ବରୁ ଅଗଷ୍ଟ ୪ରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡିକ ସହିତ ଜଡିତ ୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅନିଲ ଅମ୍ବାନୀଙ୍କୁ ସମନ କରିବା ପରେ କିଛି ଏଜେନ୍ସି ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ, ପଚରାଉଚରା ପାଇଁ ତାଙ୍କର ଅନେକ ଉଚ୍ଚ ଅଧିକାରୀଙ୍କୁ ସମନ ଜାରି କରିଥିଲା।

ତଦନ୍ତକାରୀ ଅଧିକାରୀମାନେ ୟେସ ବ୍ୟାଙ୍କରୁ ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ବିପୁଳ ଋଣର ତଦନ୍ତ କରୁଛନ୍ତି ଏବଂ ଋଣ ରାଶି ଗୋଷ୍ଠୀର ଅନ୍ୟ କମ୍ପାନୀ କିମ୍ବା ସେଲ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତରିତ ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।

ଋଣ ଠକେଇ ମାମଲାରେ ଡକ୍ୟୁମେଣ୍ଟ ଦାଖଲ କରିବା ପାଇଁ ଅନିଲ ଅମ୍ବାନୀ ଇଡିଠାରୁ ୧୦ ଦିନ ସମୟ ମାଗିଥିଲେ, କିନ୍ତୁ ଅଧିକାରୀମାନେ କହିଛନ୍ତି, ସେ ଏହାକୁ ସମ୍ପୂର୍ଣ୍ଣ ପାଳନ କରିନାହାଁନ୍ତି। ବ୍ୟାଙ୍କରୁ ନିଆଯାଇଥିବା ଋଣର ଅପବ୍ୟବହାର ଖୋଜିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚକୁ ତୀବ୍ର କରିଛନ୍ତି। ସିବିଆଇ ଏବଂ ଇଡି ଉଭୟ ଏହି ଘଟଣାର ଗଭୀର ତଦନ୍ତ କରୁଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ରିଲାଏନ୍ସ କମ୍ୟୁନିକେସନ୍ସ ବିରୋଧରେ ଏକ ମାମଲା ପଞ୍ଜିକୃତ କରିଛି। କାରଣ ଏହି ଠକେଇ ଯୋଗୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)କୁ ୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri