ଗୋଟିଏ ମିନିଟ୍‌ରେ ସସ୍‌ପେଣ୍ଡ୍‌ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୮ା୮(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ ହସ୍ପିଟାଲରେ ଦଳୀୟ ନେତାଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହି ହସ୍ପିଟାଲର ତୃତୀୟ ମହଲାରେ ନବୀନ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦ୍ୱିତୀୟ ମହଲାରେ ବିଜେଡିର ବହୁ ବରିଷ୍ଠ ନେତା ବସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନେତାଙ୍କ ସୂଚନା ମୁତାବକ, ରାତି ପ୍ରାୟ ୭ଟା ୩୦ରେ ସୁଜାତା କାର୍ତ୍ତିକେୟନ କେତେଜଣ ଡାକ୍ତରଙ୍କ ସହିତ ତୃତୀୟ ମହଲା ଆଡ଼କୁ ଯିବା ସମୟରେ ଦ୍ୱିତୀୟ ମହଲାରେ ଉପସ୍ଥିତ ବହୁ ନେତା ଠିଆହୋଇ ତାଙ୍କୁ ନମସ୍କାର କରିଥିଲେ। ହେଲେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ନବୀନବାବୁଙ୍କ ଦେହ ଦୁଇଦିନ ହେଲା ଖରାପ ଥିଲା, ତେବେ ତାଙ୍କୁ କାହିଁକି ଏତେ ବିଳମ୍ବରେ ହସ୍ପିଟାଲକୁ ଅଣାଗଲା। ଏ ସମ୍ପର୍କରେ ଦଳର ଅନ୍ୟ ନେତାମାନଙ୍କୁ କାହିଁକି ଖବର ଦିଆଗଲା ନାହିଁ। କ’ଣ ଏଠାରେ ଚାଲିଛି ବୋଲି ରଣେନ୍ଦ୍ର ପ୍ରଶ୍ନ ଉଠାଇଥିଲେ। ରଣେନ୍ଦ୍ରଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ସୁଜାତା ତୃତୀୟ ମହଲା ଆଡ଼କୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ହସ୍ପିଟାଲର ତୃତୀୟ ମହଲାରେ ପହଞ୍ଚି ନବୀନଙ୍କୁ ଦେଖିବାକୁ ଚାହିଁଥିଲେ। ହେଲେ ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଏହାପରେ ସେଠାରେ ଭି. କାର୍ତ୍ତିକ ପାଣ୍ଡିଆନ ପହଞ୍ଚି ସାକ୍ଷାତ୍‌ ହୋଇପାରିବ ନାହିଁ ବୋଲି କହିବାରୁ କିଛିସମୟ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଏହାପରେ ପାଣ୍ଡିଆନ ରାଗ ତମତମ ହୋଇ ତୃତୀୟ ମହଲାରୁ ଆସି ଦ୍ୱିତୀୟ ମହଲାରେ ପହଞ୍ଚିଥିଲେ। ସେ ‘ଆଇ ଆମ୍‌ ଡାଉନ୍‌, ନଟ୍‌ ଆଉଟ୍‌’ କହିବା ସହ ଗୋଟାଏ ମିନିଟ୍‌ରେ ଦଳରୁ ସସ୍‌ପେଣ୍ଡ କରିଦେବି ବୋଲି ପରୋକ୍ଷରେ ରଣେନ୍ଦ୍ରଙ୍କୁ ଇଙ୍ଗିତ କରି ଚାଲିଯାଇଥିବା ସେଠି ଉପସ୍ଥିତ ଅନ୍ୟ କେତେଜଣ ନେତା ଧରିତ୍ରୀକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri