ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା ୧୩ ଅଗଷ୍ଟରୁ ଆରମ୍ଭ ହୋଇଛି ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ନୌସେନାର ଆଧିକାରିକ େଓୱବସାଇଟ indiannavy.gov.in ମାଧ୍ୟମରେ ୨ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ପଦବୀ ଓ ଯୋଗ୍ୟତା:
ଆଧିକାରିକ ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀଗୁ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଜାହାଜ ନିର୍ମାଣ ଏବଂ ଅସ୍ତ୍ରଶସ୍ତ୍ର ସିଷ୍ଟମ ଆଦି ବିଭିନ୍ନ ବୈଷୟିକ ଟ୍ରେଡ ପାଇଁ ଅଟେ। ଆବେଦନକାରୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ ହେବା ସହ ସମ୍ପୃକ୍ତ ଟ୍ରେଡ୍ରେ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ। ଏହାସହ, ଆବେଦନକାରୀଙ୍କ ବୟସ ୨ ସେପ୍ଟେମ୍ବର ୨୦୨୫ ସୁଦ୍ଧା ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ।
ଆବେଦନ ପ୍ରକ୍ରିୟା:
ଭାରତୀୟ ନୌସେନାର ଆଧିକାରିକ ଓ୍ବେବସାଇଟ onlineregistrationportal.in/notifications ଯାଆନ୍ତୁ।
ରେଜିଷ୍ଟ୍ରେସନ ଟ୍ୟାବ୍ରେ କ୍ଲିକ କରନ୍ତୁ।
ଆବଶ୍ୟକ ତଥ୍ୟ ପୂରଣ କରି ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ କରନ୍ତୁ।
ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
ଆବେଦନ ଫିସ ଜମା କରି ଫର୍ମ ସବମିଟ କରନ୍ତୁ।
ଚୟନ ପ୍ରକ୍ରିୟା:
ଟ୍ରେଡସ୍ ମ୍ୟାନ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା ମାଧ୍ୟମରେ କରାଯିବ। ପରୀକ୍ଷା ଦେଶର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଆୟୋଜିତ ହେବ। ଏଥିରେ ସଫଳ ପ୍ରାର୍ଥୀମାନେ ପରବର୍ତୀ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅଧିକ ତଥ୍ୟ ପାଇଁ ଆଧିକାରିକ ବିଜ୍ଞପ୍ତି ଯାଞ୍ଚ କରନ୍ତୁ।
ବିଜ୍ଞପ୍ତି ଲିଙ୍କ: ପ୍ରାର୍ଥୀମାନେ ଆଧିକାରିକ ଓ୍ବେବସାଇଟରେ ବିଜ୍ଞପ୍ତି ଯାଞ୍ଚ କରିପାରିବେ।


