ପୁରୁଷୋତ୍ତମପୁର,୧୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାଜପା ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ନାୟକ,ମନୋଜ କୁମାର ମହାପାତ୍ର, ଟୁକୁନା ବେହେରା, ରବି ନାୟକ, ଚିଣ୍ଟୁ ମହାପାତ୍ର, ଜୋଗି ଗୌଡ଼, କାଉନସିଲର ଭାସ୍କର ବେରା, ଲିଙ୍ଗରାଜ ବେହେରା ପ୍ରମୁଖ ଯୋଗଦେଇ ଏକ ତ୍ରିରଙ୍ଗା ପତାକାଧରି ଶୋଭାଯାତ୍ରାରେ ଭାରତମାତାର ଜୟଜୟ ଗାନକରି ସହର ପରିକ୍ରମା କରିଥିଲେ। ଏଥିରେ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।

