ବରଗଡ଼,୧୩।୮: ବରଗଡ଼ ଫିରିଙ୍ଗମାଲରେ ନାବାଳିକା ପୋଡ଼ି ଘଟଣାରେ ତନାଘନା ଚଳାଇଛି ପୋଲିସ। ମୃତ ନାବାଳିକାଙ୍କ ଭାଇଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି।
ଭିନ୍ନ ଭିନ୍ନ ଦିଗକୁ ନେଇ ପୋଲିସର ପଚରାଉଚରା ଜାରି ରହିଥିବା ବେଳେ ଗତକାଲି ନାବାଳିକାଙ୍କ ମାମୁଙ୍କୁ ପଚରାଉଚରା କରିଥିଲା ପୋଲିସ।
ଅନ୍ୟପଟେ ମାମଲାରେ ଏଯାଏ ପୋଲିସ ହାତ ଖାଲି। ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ୨ ଦିନ ବିତିଥିଲେ ମଧ୍ୟ ଏଯାଏ କାହାରିକୁ ଗିରଫ କରିପାରିନାହିଁ ପୋଲିସ।
ଅନ୍ୟପଟେ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି। IG ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଛନ୍ତି ହିମାଂଶୁ ଲାଲ।


