Posted inଜାତୀୟ

ହରଡ଼ଘଣାରେ ରାହୁଲ ଗାନ୍ଧୀ: ମୋଦିଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ…

ନୂଆଦିଲ୍ଲୀ,୫ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ମନ୍ତବ୍ୟ ଦେଉଛନ୍ତି, ଯାହାକୁ ନେଇ ସେ ନିଜେ ହରଡ଼ଘଣାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ରାହୁଲଙ୍କ କେତେକ ଟିପ୍ପଣୀ ତଥ୍ୟ ପ୍ରମାଣ ଆଧାରିତ ହୋଇ ନ ଥିବାରୁ ତାଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠୁଛି। ସେ ମୋଦିଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ ଦେଶର ସ୍ବାର୍ଥକୁ ବଳି ପକାଇ ଦେଉଛନ୍ତି ବୋଲି ଅନେକେ ମତ ଦେଉଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ସୋମବାର ରାହୁଲଙ୍କ ଏକ ଟିପ୍ପଣୀକୁ ନେଇ ତାଙ୍କ ଉପରେ କ୍ଷୁବ୍ଧ ହୋଇ ଭର୍ତ୍ସନା କରିଛନ୍ତି। ଲୋକ ସଭାରେ ସମ୍ପ୍ରତି ବିରୋଧୀ ଦଳ ନେତା ଥିବା ରାହୁଲ ୨୦୨୨ ଡିସେମ୍ବରରେ ଭାରତ ଯୋଡ଼ୋ ଯାତ୍ରାରେ ଥିବାବେଳେ ୨୦୨୦ର ଗଲଓ୍ବାନ୍‌ ସଂଘର୍ଷ ପ୍ରସଙ୍ଗ ଉଠାଇ ଭାରତର ୨,୦୦୦ ବର୍ଗ କି.ମି. ଭୂଖଣ୍ଡକୁ ଚାଇନା ମାଡ଼ିବସିଥିବା କହିଥିଲେ। ଏନେଇ ରାହୁଲଙ୍କ ବିରୋଧରେ ଏକ ଆପରାଧିକ ମାନହାନି ମାମଲାରେ ଲକ୍ଷ୍ନୌ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିବାବେଳେ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏହାର ଶୁଣାଣି କରି କହିଛନ୍ତି, ରାହୁଲ ହେଉଛନ୍ତି ବିରୋଧୀ ଦଳର ନେତା। ସେ ଏହି ପ୍ରସଙ୍ଗ ପାର୍ଲାମେଣ୍ଟରେ ନ ଉଠାଇ ସୋସିଆଲ ମିଡିଆରେ କାହିଁକି କହୁଛନ୍ତି? ଭାରତର ୨,୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ଦଖଲ କରିଥିବା ରାହୁଲ କିପରି ଜାଣିଲେ ଏବଂ ସେଠାରେ ସେ ଥିଲେ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ତାଙ୍କ କଥାର କ’ଣ ବିଶ୍ୱସନୀୟ ତଥ୍ୟ ରହିଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ଯୋଡ଼ୋ ଯାତ୍ରା ସମୟରେ ଭାରତୀୟ ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ସୋମବାର ଭର୍ତ୍ସନା କରିଛନ୍ତି। ଯଦି ଆପଣ ଜଣେ ସଚ୍ଚା ଭାରତୀୟ ହୋଇଥାନ୍ତେ, ତେବେ ଏଭଳି କଥା କହି ନ ଥାନ୍ତେ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ନୌ କୋର୍ଟରେ ରାହୁଲଙ୍କ ବିରୋଧରେ ଆପରାଧିକ ମାନହାନି ମାମଲାର କାର୍ଯ୍ୟାନୁଷ୍ଠାନ ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି। ଏନେଇ ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାର ଏବଂ ଅଭିଯୋଗକାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ରାହୁଲଙ୍କୁ ଖଣ୍ଡପୀଠ କହିଥିଲେ, ଆପଣ ବିରୋଧୀ ଦଳ ନେତା। ଏହି ପ୍ରସଙ୍ଗ ପାର୍ଲାମେଣ୍ଟରେ ନ ଉଠାଇ ସୋସିଆଲ ମିଡିଆରେ କହିବାକୁ ପଡ଼ିଲା କ’ଣ ପାଇଁ? ଭାରତର ୨,୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ଦଖଲ କରିଥିବା କିପରି ଜାଣିଲେ। ଆପଣ ସେଠାରେ ଥିଲେ କି? ଏନେଇ ଆପଣଙ୍କ ପାଖରେ କୌଣସି ବିଶ୍ୱସନୀୟ ତଥ୍ୟ ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ରାହୁଲଙ୍କ ତରଫରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘ୍‌ଭି କହିଥିଲେ, ଯଦି ଜଣେ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇ ନ ପାରିବେ, ତେବେ ତାହା ଏକ ଦୁର୍ଭାଗ୍ୟଜନକ ସ୍ଥିତି ହେବ। ଗଣମାଧ୍ୟମରେ ପ୍ରକାଶିତ ବିଷୟ ଯଦି କହି ନ ପାରିବେ, ତେବେ ସେ ବିରୋଧୀ ଦଳ ନେତା ରହିପାରିବେ ନାହିଁ ବୋଲି ସିଂଘଭି କହିଥିଲେ। ଖଣ୍ଡପୀଠଙ୍କ ସଚ୍ଚା ଭାରତୀୟ ମନ୍ତବ୍ୟ ଉପରେ ଆଇନଜୀବୀ କହିଥିଲେ, ୨୦ ଜଣ ଭାରତୀୟ ସୈନ୍ୟଙ୍କୁ ମାଡ଼ ମରାଯାଇଥିଲା ଓ ମୃତ୍ୟୁ ଘଟିଥିଲା ବୋଲି ଜଣେ ସଚ୍ଚା ଭାରତୀୟ କହିବା ସମ୍ଭବ। ଏହା ମଧ୍ୟ ଏକ ଚିନ୍ତାର ବିଷୟ। ଏହା ଉପରେ ଶୀର୍ଷ ଅଦାଲତ କହିଥିଲେ, ସଂଘର୍ଷ ବେଳେ ଉଭୟ ପକ୍ଷରୁ ମୃତାହତ ହେବା ଅସାଧାରଣ ନୁହେଁ। ସିଂଘ୍‌ଭି କହିଥିଲେ, ରାହୁଲ କେବଳ ଘଟଣାକୁ ପ୍ରଘଟ କରିଛନ୍ତି ଓ ତଥ୍ୟକୁ ଚାପିଦିଆଯାଉଥିବା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏହାର ଜବାବରେ ଜଷ୍ଟିସ୍‌ ଦତ୍ତା କହିଥିଲେ, ଜଣେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ନେତା ଭାବେ ରାହୁଲ ଏଭଳି କରିବାର ନ ଥିଲା। ଏଭଳି ପ୍ରଶ୍ନ ଉଠାଇବା ପାଇଁ ଉପଯୁକ୍ତ ଫୋରମ୍‌ ରହିଛି। ସିଂଘ୍‌ଭି ଏହାକୁ ଗ୍ରହଣ କରିବା ସହ ଆପରାଧିକ ଅଭିଯୋଗକୁ ଅଦାଲତ ସଜ୍ଞାନକୁ ନେବା ପୂର୍ବରୁ ଅଭିଯୁକ୍ତଙ୍କ ଯୁକ୍ତି ଶୁଣିବା ବାଧ୍ୟତାମୂଳକ, ଯାହା ବର୍ତ୍ତମାନର ମାମଲାରେ ହୋଇନାହିଁ। ଏହା ଶୁଣିବା ପରେ ଶୀର୍ଷ ଅଦାଲତ ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିବା ସହ ଲକ୍ଷ୍ନୌ ଅଦାଲତଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ସୂଚନାଯୋଗ୍ୟ, ରାହୁଲଙ୍କ ଆବେଦନକୁ ଗତ ମେ’ ୨୯ରେ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେବା ପରେ ସେ ସମନ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିଥିଲେ। ୨୦୨୨ ଡିସେମ୍ବରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଭିଯୋଗକାରୀ ଉଦୟଶଙ୍କର ଶ୍ରୀବାସ୍ତବ କୋର୍ଟରେ ଦାଖଲ କରିଥିବା ପିଟିଶନରେ ଦର୍ଶାଇଥିଲେ, ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ପରିପ୍ରେକ୍ଷୀରେ ରାହୁଲ ଭାରତୀୟ ସେନା ବିରୋଧରେ ଅନେକ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଫଳରେ ତଳକୋର୍ଟ ରାହୁଲଙ୍କୁ ଜଣେ ଅଭିଯୁକ୍ତ ଭାବେ ସମନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri